ଓଡିଶା
ଧାମନଗର ବିଧାୟକଙ୍କ ଘନ ଘନ ସ୍କୁଲ ଗସ୍ତ
ଭଦ୍ରକ: ଧାମନଗରର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଦାୟିତ୍ୱ ଗ୍ରହଣ କରିବା ପରଠୁ ଘନ ଘନ ସ୍କୁଲ ଗସ୍ତ କରୁଛନ୍ତି । ଏହିକ୍ରମରେ ଆଜି କାଶିମପୁର ପଞ୍ଚାୟତ ପଚ୍ଛାଲ ଉପ୍ରା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଗସ୍ତ ସମୟରେ କେତେବେଳେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ତ କେତେବେଳେ ପାଠ ପଢ଼ାଉଛନ୍ତି । ପିଲା କମ୍ ଆସୁଥିବାରୁ ପ୍ରଧାନଶିକ୍ଷକଙ୍କୁ ତାଗିଦ ବି କରୁଥିବା ଦେଖିବାକୁ ମିଳିଛି ।