ଓଡିଶା

ଖଣି ଖାଦାନ ଲୁଟର ଫିଟୁଛି ଗୁମର

କୋରାପୁଟ:  ପ୍ରାକୃତିକ ସୌନ୍ଦର୍ଯ୍ୟରେ  ଭରା କୋରାପୁଟ ଜିଲ୍ଲାର ଖଣି ଖାଦାନ ଉପରେ ରାଜ୍ୟ ସରକାରଙ୍କ ତୀକ୍ଷଣ ନଜର । ସୁପରିକଳ୍ପିତ ଭାବେ ଗୋଟିଏ ପରେ ଗୋଟିଏ ପାହାଡ଼ରୁ ବହୁ ମୂଲ୍ୟବାନ ଖଣି ନେବାକୁ ସରକାର ସତେ ଯେମିତି ଷଡ଼ଯନ୍ତ୍ର କରି ସାରିଛି । ଯାହାକି ଧୀରେ ଧୀରେ ଏହାର ଗୁମର ଫିଟୁଛି ।

କୋରାପୁଟ ଜିଲା ପଟାଙ୍ଗି ବ୍ଲକର ସେରୁବନ୍ଦ,ସେମିଳିଗୁଡାର ମାଳି ପର୍ବତ ଓ ଲକ୍ଷ୍ମୀପୁର ବ୍ଲକର କଡୀଙ୍ଗାମାଲିରୁ ବକ୍ସାଇଟ ଖଣି ଉତ୍ତୋଳନ କରିବାକୁ ଅହରହ ଚେଷ୍ଟା କରିବା ପରେ ଲକ୍ଷ୍ମୀପୁର ବ୍ୟତୀତ ପଟାଙ୍ଗି ଓ ସେମିଳିଗୁଡା ବ୍ଳକରେ ଜନଶୁଣାଣୀ ମାଧ୍ୟମରେ ଖଣି ନେବା ଆଶା କମ ହୋଇଛି। ଏହା ପରେ ଜିଲାର ଲାଲ କରିଡର ନାରାୟଣପାଟଣା ଉପରେ ରାଜ୍ୟ ସରକାରଙ୍କ ଷ୍ଟିଲ ଏଣ୍ଡ ମାଇନ୍ସ ବିଭାଗ କଶରତ ଆରମ୍ଭ କରିଛି । କୋରାପୁଟ ଜିଲାପାଳଙ୍କ ନିକଟରୁ OMECL ମ୍ୟାନେଜର ଓ ଡ୍ରିଲିଂ ଟିମ ଏକ ଚିଠି ଦ୍ବାରା  କୋର୍ଣାକୋଣ୍ଡା ପାହାଡ଼ରେ  ବକ୍ସାଇଟର ପରିମାଣ ବିଷୟରେ ଜାଣିବାକୁ ଆସିଥିଲେ, ହେଲେ ଲୋକେ ବିରୋଧ କରିବାରୁ ଫେରିଗଲେ । ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତର ଭିତୋରପୋଡା ଗ୍ରାମ ଉପରେ ଥବା 906 ହେକ୍ଟର ପରିବେଷ୍ଟିତ କୋର୍ଣାକୋଣ୍ଡା ଫରେଷ୍ଟ ପାହାଡ଼ରେ ବକ୍ସାଇଟ ପରିମାଣ କେତେ ରହିଛି ସେଥିପାଇଁ କତ୍ତୃପକ୍ଷ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଭବିଷ୍ୟତରେ ଖଣି ଉତ୍ତୋଳନ କଲେ ସ୍ଥାନୀୟ ଲୋକଙ୍କ କି ଉନ୍ନତି ହେବ ପ୍ରତିଶୃତି ଦେଲେ ଆଲଚନା ଆଗେଇବ ବୋଲି ସ୍ଥାନିୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି ।

ତେବେ ଭିତୋରପୋଡା ଏହି କୋର୍ଣାକୋଣ୍ଡା ପାହାଡ଼ରୁ ବକ୍ସାଇଟ ଉତ୍ତୋଳନ ପାଇଁ ଅତି ଚତୁରତା ସହିତ କାମ କରୁଥିବା ନଜର ମଧ୍ୟ ଦେଖାଦେଇଛି । ପାହାଡ଼ ଉପରେ ଥିବା ଏହି ଗ୍ରାମକୁ ଆରଡ଼ି ରୋଡ଼ରୁ ଦୂରତା 5 କିମି ଥିଲେ ସୁଧା ସରକାର ସ୍ଥାୟୀ ଓ ସୁରକ୍ଷିତ ରାସ୍ତା ଟିଏ ପ୍ରଶାସନ ନିର୍ମାଣ କରିପାରିଲା ନାହିଁ । ସେପଟେ ପ୍ରଶାସନ ଗ୍ରାମକୁ ରାସ୍ତା ସଂଯୋଗ କରିବା ପୂର୍ବରୁ   ଜିଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ପ୍ରାୟ 10 ଲକ୍ଷ ଟଙ୍କା ବ୍ୟୟରେ ନାରାୟଣପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଗାଁରୁ  ବକ୍ସାଇଟ ପାହାଡ଼କୁ ଡ୍ରିଲିଂ ମେସିନ ଚଳାଚଳ କରିବାକୁ ପାହାଡ଼ କାଟି ରାସ୍ତା ନିର୍ମାଣ କରାଯାଇଛି ଯାହାକି ଗ୍ରାମବାସୀ ପ୍ରସାସନର ଏଭଳି ନିଷ୍ପତିକୁ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଷ୍ଟିଲ ଏଣ୍ଡ ମାଇନ୍ସ ବିଭାଗ ଗତ 2020ରେ ଏହି ଅଞ୍ଚଳରେ ଖଣି ଉତ୍ତୋଳନ କରିବାକୁ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରାଳୟକୁ ଅନୁମତି ମାଗିବା ପାଇଁ ଏକ ଚିଠି ଲେଖିବା ପରେ 2021ରେ ବକ୍ସାଇଟ ପରୀକ୍ଷା ବା ଏକ୍ସପଲରେଶନ କରିବାକୁ ଅନୁମତି ମିଳିଥିଲେ ସୁଧା ଏକ ବର୍ଷ ବିଳମ୍ବରେ ଡ୍ରିଲିଂ ପାଇଁ ଏହି ଟିମ ଚତୁରତାର ସହିତ ଗାଁକୁ ଆସି ଲୋକଙ୍କୁ ବିଭିନ୍ନ କାଗଜପତ୍ର ଦେଖାଇ ଲୋକଙ୍କୁ ମତାଇବାକୁ ଚେଷ୍ଟା କରିଛନ୍ତି। ଆଉ ଏ ନେଇ ଗଣମାଧ୍ୟମକୁ ମଧ୍ୟ ପ୍ରକୃତ କଥା ରଖିବାକୁ ପଛଘୁଞ୍ଚା ଦେଖାଇଛନ୍ତି । ତେବେ ଉକ୍ତ ଅଞ୍ଚକରେ ବକ୍ସାଇଟ ଖଣି ଖନନ ପାଇଁ ପ୍ରକ୍ରିୟା ସରକାର ଆରମ୍ଭ କରିଥିବା ଗତ କାଲି ସୂଚନା ପାଇବା ପରେ ଅଞ୍ଚଳରେ ପ୍ରକୃତି ତଥା ପାହାଡ଼,ନାଳ, ଝିରଣା ସହିତ  ବସବାସ କରୁଥିବା ଆଦିବାସୀଙ୍କ ଭବିଷ୍ୟତ ନେଇ ଅନେକ ଆଶା ।

Related Articles

Leave a Reply

Your email address will not be published. Required fields are marked *

Back to top button