ଜୀବନଶୈଳୀ

ଗାଧୋଇ ସାରିବା ପରେ ଏହି ୫ଟି ଭୁଲ କରନ୍ତୁ ନାହିଁ, ସବୁ ବର୍ବାଦ ହୋଇ ଯିବ

ଗାଧୋଇବା ପରେ ଆପଣମାନେ କଣ ଏହି ଭୁଲ କରୁଛନ୍ତି କି? ଯଦି ଆପଣ ଏହି ଭୁଲ କରୁଛନ୍ତି ତେବେ ସତର୍କ ହୋଇଯାନ୍ତୁ। ହିନ୍ଦୁ ଧର୍ମରେ ଏବଂ ଶାସ୍ତ୍ରରେ ସ୍ନାନ ବା ଗାଧୋଇବା ପ୍ରକ୍ରିୟାରେ କିଛି ବିଶେଷ ନିୟମ ରହିଅଛି। ଯାହାକୁ ଆମେ ମାନେ କଦାପି ପାଳନ କରୁ ନାହୁଁ। ଯାହା ଫଳରେ ଜୀବନରେ ଅନେକ ସମସ୍ୟା, ଅସୁବିଧା ଏବଂ ଦୁଃଖ ଭରି ହୋଇ ରହୁଅଛି। ଆଧୁନିକ ଯୁଗରେ ସ୍ନାନ କରିବାର ବା ଗାଧୋଇବାର ପ୍ରକ୍ରିୟା ବା କ୍ରିୟାରେ ଅନେକ ପରିବର୍ତ୍ତନ ଆସିସାରିଲାଣି। ଯେତେବେଳେ କି ପୂର୍ବକାଳରେ ଲୋକମାନେ ଖୋଲା ନଦୀ, ପୋଖରୀ ଏବଂ ନାଳରେ ସ୍ନାନ ବା ଗାଧୋଉଥିଲେ। କିନ୍ତୁ ଏବେ ଗାଧୋଇବା ପାଇଁ ଲୋକମାନେ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରୁଛନ୍ତି। ଯେଉଁ ଗାଧୁଆ ଘର ବା ସ୍ନାନ କକ୍ଷ ଘରର ବାସ୍ତୁ ଉପରେ ଅନେକ ପ୍ରଭାବ ପକାଇଥାଏ। ଏହା ସହିତ ସ୍ନାନ କରି ସାରିବା ପରେ କରୁଥିବା ଏହି କେତୋଟି କାର୍ଯ୍ୟ ବିଶେଷ କରି ମହିଳା ମାନଙ୍କ ପାଇଁ କରିବା ଏକ ବଡ଼ ପାପ ହୋଇଥାଏ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆପଣ ମାନଙ୍କୁ ଜଣେଇବୁ ଗାଧୋଇବା ପରେ କେଉଁ କେଉଁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ। ଯାହାର ପ୍ରଭାବ ଜୀବନରେ ଅନେକ ପଡିଥାଏ। ଯାହାକି ଆପଣଙ୍କର ଅଭାବ ଦରିଦ୍ରତା ଏବଂ ଦୁଃଖର କାରଣ ହୋଇଥାଏ। ଆସନ୍ତୁ ଜାଣିବା ଗାଧୋଇ ସାରିବା ପରେ କେଉଁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ।

ଜଳ ଏକ ଏପରି ତତ୍ୱ ଯାହାର ସ୍ପର୍ଶ ପ୍ରତ୍ୟେକ ବସ୍ତୁ ପ୍ରତ୍ୟେକ ଜୀବକୁ ପବିତ୍ର ଏବଂ ସ୍ୱଚ୍ଛ କରିଥାଏ। ଏହି ଜଳରେ ସ୍ନାନ କରି ସାରିବା ପରେ ମହିଳା ମାନେ ପବିତ୍ର ଏବଂ ସ୍ୱଚ୍ଛ ହୋଇଥାଆନ୍ତି। ତେଣୁ ସ୍ନାନ କରିବା ପରେ କୌଣସି ଅସ୍ବଛ, ଅପବିତ୍ର କାର୍ଯ୍ୟ କରିବା ସେମାନଙ୍କ ପାଇଁ ଅନୁଚିତ ହୋଇଥାଏ। ଯେପରି ଶାରୀରିକ ସଂପର୍କ ଗାଧୋଇ ସାରିବା ପରେ କୌଣସି ମହିଳା ମାନେ ଶାରୀରିକ ସମ୍ପର୍କ ରଖିବା ସେମାନଙ୍କୁ ଅସ୍ବଛ କରିଥାଏ। ଏପରି ଅସ୍ୱଛ ଅବସ୍ଥାରେ କୌଣସି ପବିତ୍ର କାର୍ଯ୍ୟ ବା କୌଣସି ବି କାର୍ଯ୍ୟରେ ସେମାନେ ହାତ ଦେବା ସେହି କାର୍ଯ୍ୟରେ ଅସଫଳ ହିଁ ମିଳିଥାଏ।

Google

ସ୍ନାନ କରିବା ସମୟରେ କୌଣସି ମହିଳା କିମ୍ବା ପୁରୁଷ ମାନଙ୍କୁ ସମ୍ପୂର୍ଣ ଲଗ୍ନ ଅବସ୍ଥାରେ ସ୍ନାନ କରିବା ଅନୁଚିତ ହୋଇଥାଏ। କାରଣ ପ୍ରତ୍ୟେକ ନକରାତ୍ମାକ ଶକ୍ତି, ବଶୀଭୂତକାରୀ ଶକ୍ତି, ଲଗ୍ନ ପ୍ରତି ଅଧିକରୁ ଅଧିକ ଆକର୍ଷିତ ହୋଇଥାଆନ୍ତି। ତେଣୁ ସ୍ନାନ କରିବା ସମୟରେ ନିଜ ଶରୀରକୁ ଢାଙ୍କି ସ୍ନାନ କରିବା ହିଁ ଉଭୟ ପୁରୁଷ ଏବଂ ମହିଳା ମାନଙ୍କ ପାଇଁ ଉଚିତ ହୋଇଥାଏ।

ପ୍ରାୟ ମହିଳା ମାନେ ଏହି ଭୁଲ କରୁଛନ୍ତି ନିଜର ସ୍ନାନ କରି ସାରିବା ପରେ ଓଦା ବସ୍ତ୍ରକୁ ଧାରଣ କରି ନିଜର ଶୟନ କକ୍ଷକୁ ପ୍ରବେଶ କରିଥାନ୍ତି କିନ୍ତୁ ଏମିତି କରିବା ସେମାନଙ୍କ ପାଇଁ ଅନୁଚିତ ହୋଇଥାଏ। କେବେବି ଓଦା ବସ୍ତ୍ର ଧାରଣ କରି ନିଜର ଶୟନ କକ୍ଷ, ରୋଷେଇ ଘର ଏବଂ ଘରର ପବିତ୍ର ସ୍ଥାନ ଠାକୁରଙ୍କ ଘରକୁ ଯିବା ବର୍ଜିତ କରାଯାଇଛି। ଯାହାକି ଘରର ବାସ୍ତୁ ଉପରେ ଅନେକ ପ୍ରଭାବ ପକାଇବା ସହିତ ବାସ୍ତୁଦୋଷ ଉତ୍ପନ୍ନ କରିଥାଏ। ଯାହା ଦ୍ୱାରା ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରି ନଥାଏ। ଘରର ଉନ୍ନତିରେ ଅନେକ ବାଧା ସୃଷ୍ଟି ହୋଇଥାଏ।

ପ୍ରତ୍ୟେକ ଘରେ ମହିଳା ଏବଂ ସ୍ତ୍ରୀମାନେ ସ୍ନାନ କରି ସ୍ୱଚ୍ଛ ହୋଇ ଘରର ଠାକୁର ପୂଜା କରିଥାନ୍ତି କିମ୍ବା ଧାର୍ମିକ କାର୍ଯ୍ୟ କରିଥାନ୍ତି। କିନ୍ତୁ ଗାଧୋଇ ସାରିବା ପରେ ଓଦା ଥିବା ମୁଣ୍ଡରେ କେବେବି ଠାକୁରଙ୍କ ପୂଜା କରିବା କିମ୍ବା ଧାର୍ମିକ କାର୍ଯ୍ୟ କରିବା ବର୍ଜିତ କରାଯାଇ ଅଛି। ତେଣୁ ଗାଧୋଇ ସାରିବା ପରେ ପ୍ରତ୍ୟେକ ମହିଳା ମାନଙ୍କୁ ମୁଣ୍ଡର ଚୁଟି ବା ବାଳକୁ ଭଲ ଭାବରେ ଶୁଖାଇ ଠାକୁରଙ୍କ ପୂଜା କରିବା ଉଚିତ ହୋଇଥାଏ।

Google

ଏହା ଆପଣ ନିଶ୍ଚିତ ଜାଣିଥିବେ ଗାଧୋଇ ସାରିବା ପରେ ଶରୀରରେ କୌଣସି ପ୍ରକାରରେ ତୈଳ ବା ତେଲ ଲଗାଇବା ଅନୁଚିତ ହୋଇଥାଏ। ଯାହାକି ଆପଣଙ୍କର ଜନ୍ମ କୁଣ୍ଡଳୀର ଗ୍ରହ ବୃହଷ୍ପତି ଏବଂ ଜନ୍ମ କୁଣ୍ଡଳୀର ପ୍ରମୁଖ ଗ୍ରହ ମାନଙ୍କୁ ଅଶାନ୍ତ କରାଇଥାଏ। ଯାହା ଫଳରେ ଜୀବନରେ ଅଶାନ୍ତି ଭରି ଯାଏ। ଧନ ଜନିତ ସମସ୍ୟା, ଅଶାନ୍ତି ଦେଖା ଦେଇଥାଏ

ଗାଧୋଇ ସାରିବା ପରେ ଶରୀରରେ କୌଣସି ବାଳ କିମ୍ବା ନଖ କାଟିବା ସମ୍ପୂର୍ଣ୍ଣ ଭାବେ ଅଶୁଭ ହୋଇଥାଏ। ଶାସ୍ତ୍ରରେ ବି ମଧ୍ୟ ବର୍ଜିତ କରାଯାଇ ଅଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button