ସ୍ୱାସ୍ଥ୍ୟ

ଯଦି ଶରୀର ସର୍ବଦା ଦୁର୍ବଳ ବା କମଜୋର ଲାଗୁଛି ତେବେ ଏହା ପଛରେ ଥାଇ ପାରେ ଏହି ବଡ କାରଣ, ଦେଖନ୍ତୁ କଣ କହୁଛନ୍ତି Dr Reshmarani Tripathy

ଆଜିକାଲି ଲୋକ ମାନେ ନିଜର ଖାଦ୍ୟପେୟର ପରିବର୍ତ୍ତନ କରିବା କାରଣରୁ ଶରୀର ଦୁର୍ବଳ ହେଉଛି । ଅଧିକ ମଇଦା ଜାତୀୟ ଖାଦ୍ଯ ବା ତେଲ ଜାତୀୟ ଖାଦ୍ଯର ସେବନ ଦ୍ଵାରା ଲୋକ ମାନଙ୍କର ମେଦ ବହୁଳତା ଅଧିକ ହେବା ସହ ଶରୀରରେ ଅନେକ ରୋଗ ସୃଷ୍ଟି ହେଉଛି । ଏହା ସହ  ଯଦି ପାଣିର ସେବନ କମ ହୋଇଯାଏ ତେବେ ସେହି କ୍ଷେତ୍ର ରେ ଶରୀର ଦୁର୍ବଳ ହୋଇଯାଏ । ଏହା ସହ ରାତିରେ ଅନିଦ୍ରା ହେଲେ ମଧ୍ୟ ଶରୀର ଅଳସୁଆ ବା ଦୁର୍ବଳ ଲାଗିଥାଏ । ଯଦି କୌଣସି ନିଶା ଦ୍ରବ୍ଯର ସେବନ ହେଉଥାଏ ତେବେ ଯଦି ସେଗୁଡିକ ବନ୍ଦ ହୋଇଯାଏ ତେବେ ଶରୀର ଦୁର୍ବଳ ଲାଗିଥାଏ ।

ଉଭୟ ମାନସିକ ଓ ଶାରୀରିକ କାରଣରୁ ଶରୀର ଦୁର୍ବଳ ହୋଇଥାଏ । ଯଦି ଥଣ୍ଡା ବା ଜର ବା କୌଣସି ଇଂଫେକସନ ଶରୀରରେ ହୋଇଛି ତାହା ପାଇଁ ମଧ୍ୟ ଦୁର୍ବଳ ଲାଗିଥାଏ । ଏହା ବ୍ଯତୀତ ଥାଇରଡ ବା ଡାଇବେଟିସ ବା ବ୍ଲଡ଼ ପ୍ରେସର ସମସ୍ଯା ରହିଲେ ବ୍ୟକ୍ତି ହାଲିଆ ଅନୁଭବ କରିଥାଏ । ସାଧାରଣତ ମହିଳାଙ୍କର ପିରିଏଡ ସମୟରେ ବା ଗର୍ଭବତୀ ସମୟରେ ଦୁର୍ବଳ ଅନୁଭବ ହୋଇଥାଏ । ପିଲା ଏମାନେ ଅଧିକ ପାଠ ପଢା ହେତୁ ଶରୀରର ଦୁର୍ବଳ ଅନୁଭବ କରିଥାନ୍ତି । ପିଲାଙ୍କ ଠାରେ ରକ୍ତ ହୀନା ଦେଖାଗଲେ ମଧ୍ୟ ଦୁର୍ବଳ ଲାଗିଥାଏ ।

ଏହି କ୍ଷେତ୍ରରେ ମୁଣ୍ଡ ବୁଲାଇବା ବା ହାର୍ଟ ବିଟ ଅଧିକ ହେବା ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସୁଷମ ଯୁକ୍ତ ଖାଦ୍ଯ ସହ ଅଧିକ ପାଣି ପିଇବା ଉଚିତ ଯାହା ଦ୍ଵାରା ଶରୀର ଦୁର୍ବଳ ହେବ ନାହି । ଏହା ସହ ପ୍ରତି ଯୋଗ ବା ବ୍ୟାୟାମ କରିବା ଉଚିତ । ଏହା ଦ୍ଵାରା ଶରୀରରେ ଫୁର୍ତ୍ତି ଆସିଥାଏ । ଏହା ସହ ଅଧିକ ଶରୀର ଦୁର୍ବଳ ଲାଗିଲେ ବିଭିନ୍ନ ପ୍ରକାର ଟେଷ୍ଟ କରା ଯାଇଥାଏ । ଯଦି ମାନସିକ ଚିନ୍ତାରେ ବ୍ୟକ୍ତି ରହିତହେ ସେହି କ୍ଷେତ୍ରରେ ସାଇକୋଲୋଜି ଟେଷ୍ଟ କରା ଯାଇଥାଏ ଯାହା ଦ୍ଵାରା ବ୍ୟକ୍ତି ଏଥିରୁ ମୁକ୍ତି ପାଇ ପାରିବ ।

ପ୍ରତି ଦିନ କିଛି ସମୟ ବାହାର କରି ସକାଳ ସମୟରେ ଚାଲିବା ବା କୌଣସି ବ୍ୟାୟାମ କରିବା ଉଚିତ । ଏହା ସହ ସବୁଜ ପନିପରିବା ଓ ଫଳର ସେବନ କରିବା କୁହିତ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ । ଏହି ସବୁ ଉପାୟ କରିବା ଦ୍ଵାରା ଶରୀର ଦୁର୍ବଳ ଲାଗୁଥିଲେ ତାହା ଦୂର ହୋଇଥାଏ । ଏହା ବ୍ଯତୀତ ଅନ୍ୟ କିଛି ଟେଷ୍ଟ ଯେମିତି ଅଲ୍ଟ୍ରାସାଉଣ୍ଡ ବା ଅନ୍ୟ ଯେ କୌଣସି ଟେଷ୍ଟ ମାଧ୍ୟମ ରେ ଆମେ ଜାଣି ପାରିବା କି ଶରୀର କେଉଁ କାରଣରୁ ଦୁର୍ବଳ ଲାଗୁଛି ।

ବିଶେଷ କରି ଡାଇବେଟିସ କ୍ଷେତ୍ର ରେ ଲୋକ ମାନେ ଅଧିକ କାମ ନ କରି ମଧ୍ୟ ଦୁର୍ବଳ ଲାଗିଥାନ୍ତି । ଯଦି ସୁଗାର ଲେବଲ ଅଧିକ ବା କମ ରୁହେ ତେବେ ଡାଇବେଟିସ ରୋଗୀଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ ।  ଛୋଟ ପିଲାଙ୍କର କୃମି ଇନଫେକସନ ହେଲେ ମଧ୍ୟ ଦୁର୍ବଳ ଲାଗିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button