ଏପରି ମହିଳା ଭିକରିକୁ ମଧ୍ୟ ରାଜା ବାନାଇ ଦେଇଥାଏ, ଆପଣଙ୍କୁ ଯଦି ମିଳିଛି ହାତଛଡା କରନ୍ତୁ ନାହିଁ- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଆଚାର୍ଯ୍ୟ ଚାଣକ୍ୟ ଏକ ଭାରତୀୟ ଶିକ୍ଷକ, ଅର୍ଥନୀତିଜ୍ଞ ଓ ରାଜନୀତିଜ୍ଞ ପରାମର୍ଶ ଦାତା ଥିଲେ । ତାଙ୍କୁ କୌଟିଲ୍ୟ ଓ ବିଶୁଣୁଙ୍କ ନାମରେ ଜଣାଯାଏ । ସେ ମୌର୍ଯ୍ୟ ରାଜବଂଶ ର ପ୍ରତିଷ୍ଠା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ନୀତି ଗୁଡିକ ଦୈନିକ ଜୀବନ, ପରିବେଶ, ସମାଜ ପାଇଁ ଉପୋଯୋଗୀ ଅଟେ ।
ଆଜି ଆମେ ଜାଣିବା ଚାଣକ୍ୟ ଙ୍କ ରଚିତ ଚାଣକ୍ୟ ନୀତି କୁ ନେଇ କିଛି ମହତ୍ଵ ପୂର୍ଣ୍ଣ ନୀତି ଗୁଡିକ ବିଷୟରେ ବିସ୍ତାର ଭାବେ । ଏଥିରେ କିଛି ବି ସନ୍ଦେହ ନାହି ବିବାହ ପରେ ପ୍ରତେକ ଝିଅର ଭାଗ୍ୟ ତା ସ୍ଵାମୀ ସହ ଯୋଡି ହୋଇଯାଏ । ସ୍ତ୍ରୀ ର ଭଲ, ମନ୍ଦ ସ୍ବାମୀର ବର୍ତ୍ତମାନ ଓ ଭବିଷ୍ୟ ଉପରତେ ପ୍ରଭାବ ପଡିଥାଏ । ବିବାହ ଏପରି ଏକ ସମ୍ପର୍କ ଯାହା ଦୁଇ ବ୍ୟକ୍ତିଙ୍କୁ ପରସ୍ପର ସହ ଯୋଡିବା ସହ ଦୁଇ ପରିବାରକୁ ଯୋଡିଥାଏ ।
ଏପରିକି ଜଣଙ୍କ ଉପରେ ବିପଦ ଆସେ ତେବେ ତାର ପ୍ରଭାବ ଅନ୍ୟ ଉପରେ ପଡିଥାଏ । କିଛି ସ୍ତ୍ରୀ ସ୍ଵାମୀ ପାଇଁ ବିବାହ ପରେ ସୌଭାଗ୍ୟ ନେଇକି ଆସିଥାନ୍ତି ତ ଆଉ କିଛି ମହିଳା ସ୍ବାମୀଙ୍କ ପାଇଁ ଦୁଖର କାରଣ ହୋଇଥାନ୍ତି । ଯେଉଁ ସ୍ତ୍ରୀ ସ୍ବାମୀଙ୍କ ଜୀବନରେ ସୌଭାଗ୍ୟ ଆଣିଥାନ୍ତି ତାଙ୍କୁ ଭାଗ୍ୟଶାଳୀ କୁହାଯାଏ । ଦୁନିଆରେ ଏମିତି ଝିଅ ଅଛନ୍ତି ଯିଏ ଅବଗୁଣରେ ପୂର୍ଣ୍ଣ ଅଟନ୍ତି ଯିଏ ନିଜ ସ୍ବାମୀଙ୍କ ଜୀବନରେ ଦୁଖ ଓ କଷ୍ଟ ଆଣିଥାନ୍ତି ।
କିଛି ସ୍ତ୍ରୀ ନିଜ ସ୍ବାମୀଙ୍କୁ ଭିକାରିରୁ ରାଜା ବନାଇ ଦେଇଥାନ୍ତି । ଯିଏ ଭଗବାନଙ୍କୁ ଶ୍ରଦ୍ଧା ଓ ଭକ୍ତି ସହକାରେ ପୂଜା କରିଥାନ୍ତି ସେହି ନାରୀ ର ସ୍ଵାମୀ ଧନବାନ ହୋଇଥାନ୍ତି । ସେହି ଘରର ବାତାବରଣ ଶୁଦ୍ଧ ହୋଇଥାଏ । ଚାଣକ୍ୟ କୁହନ୍ତି ଯେଉଁ ନାରୀ ଘରର ଧ୍ୟାନ ରଖିବା ସହ ସବୁ କାମ ଶାନ୍ତି ସହକାରେ କରିଥାନ୍ତି ସେମାନଙ୍କ ଠାରେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।
ଯେଉଁ ନାରୀ ଗରିବ ଲୋକଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତି ନାହି ଓ ଦାନରେ କିଛି ଦେଇଥାନ୍ତି ତାଙ୍କ ଜୀବନ ଧନଧାନ୍ୟରେ ଭରିଯାଏ । ଯେଉଁ ସ୍ତ୍ରୀ ଧର୍ମ ମାର୍ଗରେ ଚାଲିବା ସହ ଅନ୍ୟକୁ ଚାଲିବାରେ ପ୍ରୋଶ୍ଚାହନ କରାଇଥାଏ ସେମାନଙ୍କ ଘର ଆନନ୍ଦରେ ପୂର୍ଣ୍ଣ ହୁଏ । ଚାଣକ୍ୟ କୁହନ୍ତି ବଡ ସଂଖ୍ଯାରେ ଏକତ୍ର ମିଶିଗଲେ ଶତ୍ରୁ ପରାଜିତ ହୁଅନ୍ତି । ଯେଉଁ ବ୍ୟକ୍ତି ରାଜା, ଅଗ୍ନି, ଧର୍ମ ଗୁରୁ, ମହିଳାଙ୍କ ସହ ବହୁ ପରିଚିତ ବଢାଇଥାଏ ସେ ବିନାଶକୁ ପ୍ରାପ୍ତ କରିଥାଏ ।
ଯେଉଁ ବ୍ୟକ୍ତି ଏ ସବୁରୁ ଦୂରେଇ ରୁହେ ତାକୁ ନିଜ ଭୁଲ ଚିନ୍ତା କରିବାକୁ ସୁଯୋଗ ମିଳେ ନାହି । ଏହି ସବୁକୁ ସଠିକ ସମାନତା ଭାବେ ଭାବ, ପ୍ରେମ, ସମ୍ବଧ ବନାଇ ରଖିବା ଉଚିତ ନା ଅତ୍ୟଧିକ ନା ଅତି କମ ହେବା ଉଚିତ ।