ପିଣ୍ଡରେ ପ୍ରାଣ ଥିବା ଯାଏଁ ଦୁଃଖୀ ରଙ୍କି ଙ୍କ କାମ କରିବୁ…ଏହି ଦମ୍ପତ୍ତିଙ୍କ କାମ ଓ ଚିନ୍ତାଧାରାକୁ ଆପଣ ବି ସାଲାମ ନକରି ରହିପାରିବେନି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପ୍ରତେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଖବର ପ୍ରସାର ହେଉଛି । କିଛି ଏମିତି ଖବର ପ୍ରସାର ହେଉଛି ଯାହାକୁ ପ୍ରଶଂସା ନ କରି ରହି ହେଉ ନାହି । ତେବେ ଗତ କିଛି ସମୟ ହେବ ଏଭଳି ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ କିଛି ଏମିତି ଦେଖିବାକୁ ମିଳୁଛି ଯାହା ହୁଏ ତ ଆଜିର ସମୟରେ ଦେଖିବା ଖୁବ ବିରଳ ।
ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ପ୍ରତେକ ଶନିବାର ଓ ରବିବାର ସକାଳ ହେଲେ ଏକା ସାଙ୍ଗ ରେ ଘରୁ ବାହାରି ପଡନ୍ତି ସ୍ଵାମୀ ସ୍ତ୍ରୀ । ଆଉ ଖୋଜି ବୁଲନ୍ତି ଗରିବ, ଭିକ୍ଷୁକ ଓ ମାନସିକ ରୋଗୀ ମାନଙ୍କୁ । ଏଇ ଦେଖନ୍ତୁ ରାସ୍ତା ରେ ଗଲା ବେଳେ ଯିଏ ଯେମିତି ଅବସ୍ଥାରେ ଦେଖା ହୁଅନ୍ତୁ ସେମାନଙ୍କୁ ଖାଇବାକୁ ଦିଅନ୍ତି । ଖାଲି ଖାଦ୍ୟ ନୁହେଁ ବସ୍ତ୍ର ମଧ୍ୟ ଦିଅନ୍ତି ।
ଏମିତି 5 ବର୍ଷ ହେଲା ଏମିତି କାମ କରି ଆସୁଛନ୍ତି ସ୍ଵାମୀ ସ୍ତ୍ରୀ । ବେଳେବେଳେ ସପ୍ତାହ କୁ 3 ରୁ 4 ଦିନ ଆଉ ବେଳେବେଳେ 2 ରୁ 3 ଦିନ ଏମିତି କରିଥାନ୍ତି । ନିଜ କାମଦାମ ସାରି ନିଆଳି ଅପୂଜାର ଏହି ଦମ୍ପତି ବାହାରି ପଡନ୍ତି ଏମାନଙ୍କ ସେବାରେ । ଏପରି କରି ସ୍ଵାମୀ ସ୍ତ୍ରୀ ଙ୍କ ଖୁସି ନ କହିଲେ ସରେ । ଗରିବ ଦୁଖୀ ଲୋକଙ୍କୁ ସ୍ନେହରେ ଖାଦ୍ୟ ଫରାସୀ ଦେଇ ଆତ୍ମସନ୍ତୋଷ ଲାଭ କରନ୍ତି ଉଭୟ ଦମ୍ପତି ।
ଜୀବନ ଥିବା ଯାଏଁ ଏ କାମ କରିବୁ ବୋଲି ଉଭୟ ଶପଥ ନେଇଛନ୍ତି । ଏ ନେଇ ଦମ୍ପତି କହିଛନ୍ତି ଯେ “ଏଥିରେ ଆମର କୌଣସି ସ୍ଵାର୍ଥ ନାହି । ଆମେ ଆମ ଖୁସି ପାଇଁ ଏମିତି କରୁଛୁ । ଆମର ହାଇ ଲାଇଟ ହେବାରେ ନାହି । ଆମେ ରାସ୍ତା ରେ ଯେଉଁ ପାଗଳ ବା ମାନସିକ ରୋଗୀ ଙ୍କୁ ଦେଖୁ ସେମାନଙ୍କୁ ଆମେ ବହୁ ସମୟ ଧରି ଦେଖିଥାଉ । ଆଉ ସେମାନଙ୍କୁ ଦେଖି ବହୁତ ଦୁଖ ଲାଗେ ।
ଆଉ ଘରେ କାମ ସାରିବା ପରେ ପୁରୀ, ଖେଚେଡି ସହ ଯାହା ତରକାରି ହେଲା ତାକୁ ଆମେ ସକାଳୁ ଘରେ କରିଥାଉ । ମୋର ପିଲା ଦିନରୁ ବହୁତ ଇଚ୍ଛା ଥିଲା ମାନସିକ ରୋଗୀ ବା ପାଗଳ ମାନଙ୍କୁ ଖାଦ୍ୟ ଖାଇବାକୁ ଦେବାକୁ । ମାନସିକ ରୋଗୀ ଜଣେ ଖାଇ ଦେଲେ ଆମକୁ ବହୁତ ଖୁସି ଲାଗିଲା” ।