ସରପଞ୍ଚ ଙ୍କୁ ସାଲ୍ୟୁଟ! ଅଫିସରେ ବାବୁ ବାହାରେ ଶ୍ରମିକ… ଆଜିର ଯୁବପିଢି ପାଇଁ ସାଜିଲେ ଉଦାହରଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଶ୍ରମିକ ଭାବେ ସରପଞ୍ଚ । ଏହି କଥାଟି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଆଜିକାଲିର ସମୟରେ ସରପଞ୍ଚ ହେଲେ ଲୋକଙ୍କୁ ଅଭିଯୋଗ ଶୁଣିବାକୁ ସମୟ ହେଉ ନାହି । ଏଠାରେ ସରପଞ୍ଚ ଶ୍ରମିକ ଭାବେ କାହିଁକି କରୁଛନ୍ତି କାମ ? କୋଦାଳ କରି ମାଟି ହାଣୁଛନ୍ତି ଆଉ ନିଜେ ମାଟି ବୋହୁଛନ୍ତି । ଉଡୁ ଉଦିଆ ଖରାକୁ ଖାତିର ନ କରି ନୀତି ଏମିତି କରୁଛନ୍ତି ।
ସାଧାରଣ ଶ୍ରମିକ ଙ୍କ ପରି ମୁଣ୍ଡରେ ଗାମୁଛା ଭିଡି କରି ଚାଳନ୍ତି କାମ । ଜାଣିଲେ ଆଶ୍ଚର୍ଯ୍ୟ ହେବେ 35 ବର୍ଷ ଧରି ଅଚଳ ହୋଇ ପଡିଥିବା କେନାଲ ର ପୁନଃ ଉଧାର ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ରପଡା ସାନମାଣସ ଗାଁ ପଞ୍ଚାୟତର ସରପଞ୍ଚ ବିଭୁତି ଭୂଷଣ ମଲ୍ଲିକ । ବିଭୁତି ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ଏଥର ପଞ୍ଚୟ ନିର୍ବାଚନରେ ସରପଞ୍ଚ ଭାବେ ମନୋନୀତ ହୋଇଛନ୍ତି ।
ସରପଞ୍ଚ ହେବା ପରେ ବି ତାଙ୍କ ଜୀବନ ଶୈଳୀରେ କିଛି ପରିବର୍ତ୍ତନ ହୋଇ ନାହି । ମହାତ୍ମା ଗାନ୍ଧୀ ନିଷ୍କିନ୍ତ ନିଯୁକ୍ତି ଯୋଜନାରେ କେନାଲ ଖୋଲା ରେ ପ୍ରାୟ 40 ଜଣ ଶ୍ରମିକ କାର୍ଯ୍ୟ କରୁଛନ୍ତି । ଆଉ ସେମାନଙ୍କ ସହ ମିଶି କାମ କରୁଛନ୍ତି ବିଭୂତି । ସରପଞ୍ଚ ହେବାରେ ସରକାରଙ୍କ ପକ୍ଷରୁ ମାସିକ ଯେତିକି ଭତା ମିଳୁଛି ସେତିକିରେ ପରିବାର ଚଳିବା ଅସମ୍ଭବ । କାମ କରିବାରେ କୌଣସି ଅସୁବିଧା ନ ଥିବା କହିଛନ୍ତି ବିଭୂତି ।
ପ୍ରତିଦିନ ପଞ୍ଚାୟତରେ ଲୋକଙ୍କ କାମ କରିବା ପରେ ଶ୍ରମିକ ଭାବେ କାମ କରୁଛନ୍ତି ବିଭୂତି । ଆଉ ପଞ୍ଚାୟତ ର ପ୍ରତି ଟି ଲୋକ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କର ତାରିଫ ବି କରୁଛନ୍ତି । ଉଚ୍ଚ ଶିକ୍ଷିତ ହେବା ପରେ ବି ଚାକିରି ମିଳିଲା ନାହି । ସେ ସ୍ତ୍ରୀ, ମା ଓ ଝିଅ ମୁହଁ ରେ ଆହାର ଦେବା ଏପାଇଁ ଦିନ ରାତି ଏମିତି ମେହନତ କରୁକନ୍ତି ବିଭୁତି ।
ତେବେ ପଞ୍ଚାୟତର କୃଷି, ପାନୀୟ ଜଳ ଯୋଗାଣ, ସଡକ, ବିଜୁଳି ବ୍ୟବସ୍ଥା ଭରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି । ପରିବାର ପାଇଁ ଶ୍ରମ କରୁଥିବା ବେଳେ ସେ ଜଣେ ଶ୍ରମିକ । ପୁଣି ପଞ୍ଚାୟତ କାର୍ଯ୍ୟ ରେ ବସି ଲୋକ ମାନଙ୍କ ସମସ୍ଯା ଶୁଣିବା ବେଳେ ସେ ହେଉଛନ୍ତି ସାନମାଣସ ର ସରପଞ୍ଚ ।
ବିଭୁତି ଙ୍କ ଏ ସାଧାରଣ ଜୀବନ ଶୈଳୀ ଲୋକ ମାନଙ୍କ ପାଇଁ ପ୍ରେରଣା ର ଉଶ୍ଚ ପାଲଟି ଯାଇଛି । ସତରେ ଏମିତି ସରପଞ୍ଚ ଥିଲେ ବିକାଶରେ ବାଧା ଉପୁଜିବ ନାହି ।