ମନୋରଞ୍ଜନ

ଏବେ ସାରା ଦେଶ ଶୁଣିବ ଓଡିଆ ଗାୟିକା Diptirekha ଙ୍କ ସ୍ଵର, ବଡ ବଡ Singerଙ୍କ ସହ ମିଳିଲା ଏହି ଗୀତା ଗାଇବାର ମଉକା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଗୀତିକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁମଧୁର କଣ୍ଠରେ କେତେ ଯେ ଗୀତ ଗାଇଛନ୍ତି ଆଉ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି ତାହା ଅଗଣନୀୟ ଅଟେ । ତେବେ ବର୍ତ୍ତମାନ ସାରା ଦେଶରେ ଏମିତି ଜେଣ ଓଡିଆ ଗାୟିକା ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ଯିଏ କି ନିଜର କଣ୍ଠଦାନ କରି ସାରା ଓଡିଶାରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ତେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ତଥା ଓଡିଶାର ଜଣାଶୁଣା ଗାୟିକା ଦୀପ୍ତି ରେଖା ଙ୍କ ଗୀତ ଶୁଣିଲା ସାରା ଦେଶ । ଭିତର ଙ୍କ ପାଇଁ ଗୀତ ଗାଇଲେ ଦୀପ୍ତି ରେଖା । ଜାତୀୟ ଭୋଟ ଦିବସରେ ମୁଖ୍ୟ ନିର୍ବାଚନ କମିଶନ ପକ୍ଷ ରୁ ଭୋଟର ଙ୍କ ପାଇଁ ଗୀତ ସମର୍ପିତ କରା ଯାଇଛି । ଗୀତ ର ଶୀର୍ଷକ ରହିଛି “ମୁଁ ଭାରତ ଆମେ ଭାରତର ମତଦାତା” ।

ଏ ଗୀତ କୁ 12 ଟି ଭାଷାରେ ପରିବେଷଣ କରା ଯାଇଛି ଜଣାଶୁଣା ସିନେ ନିର୍ମାତା ସୁଭାଷ ଘାଇ ଙ୍କ ଟିମ ସୁଭାଷ ଘାଇ ଫାଉଣ୍ଡେସନ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଗୀତ ଦେଶର ସବୁ ଭୋଟର ଙ୍କୁ ଉଶ୍ଚର୍ଗୀକୃତ କରିଛନ୍ତି । ଏହି ଗୀତ ରେ ନିଜର କଣ୍ଠଦାନ କରିଛନ୍ତି ଗାୟିକା ଦିପ୍ତି ରେଖା । ଦୀପ୍ତି ଙ୍କ ସମେତ 18 ଜଣ ସେଲିବ୍ରେଟି ଗାୟିକା ମଧ୍ୟ ଏହି ଗୀତ ରେ କଣ୍ଠଦାନ କରିଛନ୍ତି ।

ଏହି ଅବସର ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉପସ୍ଥିତ ଥିଲେ । ଦୀପ୍ତି ଙ୍କ ସହ ଅନ୍ୟ କଳାକାର ଙ୍କୁ ସମ୍ବର୍ଦ୍ଧନା ଦିଅ ଯାଇଛି ଏହି ଅବସର ରେ । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ବିଜିୟୁ ଲୋକଙ୍କ ପ୍ରିୟ ଗୟାକ ଶୋନୁ ନିଗମ, ପଦ୍ମଶ୍ରୀ କୋଏସ ଚିତ୍ରା, ଅଭିନେତା ପଞ୍ଜକ ତ୍ରିପାଠୀ ଏବଂ ଅନ୍ୟ କଳାକାର ମାନେ ଏହି କାର୍ଯ୍ୟ କ୍ରମ ରେ ଉପସ୍ଥିତ ରହିଥିଲେ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚିତ୍ରାଙ୍କ ସହ ଏବଂ ସୁଭାଷ ଘାଇ ଙ୍କ ସହ ଦୀପ୍ତି ରେଖା ରହିଛି ଯାହା ଏହି ଭାଇରାଲ ଭିଡିଓ ରେ ନଜର ଆସୁଛି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ଗାୟିକା ଦୀପ୍ତି ରେଖା ।

ଏବେ ସାରା ଦେଶ ଶୁଣିବ ଦୀପ୍ତି ରେଖା ଙ୍କ ସ୍ଵର ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଆଉ  ଚହଳ ସୃଷ୍ଟି ହୋଇଛି । ଓଡିଶାର ସ୍ଵର ଓଡିଶା ହିସାବ ରେ ଏବଂ ଓଡିଶାରେ ଥିବା ସମୟରେ ଆମେ ମାନେ ମଧ୍ୟ ଏହାକୁ ଗର୍ବ ଅନୁଭବ କରୁଛୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button