ବିଚାର

ବିଶ୍ଵାସ ହେଉ ନଥିଲେ ବି ସତ ! ତୁଳସୀ ଗଛ ଏତେ ଉଞ୍ଚା ଯେ ଆଖିକୁ ଦେଖାଯିବ ନାହିଁ, ଚାଖୁଣ୍ଡା ଗଛ ଠାରୁ ବି ଉଚ୍ଚା ଏହି ତୁଳସୀ ଗଛ

ନମସ୍କାର ବନ୍ଧୁଗଣ, ଆପଣ ମାନେ ତୁଳସୀ ଗଛ ବିଷୟରେ ନିଶ୍ଚୟ ଜାଣିଥିବେ । କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ଦେଖିଛନ୍ତି କି ତୁଳସୀ ଗଛର ଉଚ୍ଚତା 60 ଫୁଟ । ଆଜ୍ଞା ହଁ ଏହି କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଚାରି ଆଡେ ଖୁବ ଚର୍ଚ୍ଚା ହେଉଛି । ଏତେ ଉଚ୍ଚା ଯେ ଆଖି ପାଇବ ନାହି ।

ଏମିତି ତୁଳସୀ ଗଛ ଆହାକୁ ଆଗରୁ କେହି କେବେ ଦେଖି ନ ଥିବେ । ଚାକୁଣ୍ଡା ଗଛ ଠାରୁ ଆହୁରି ଉଚ୍ଚା । ଏହି ତୁଳସୀ ଗଛକୁ ଦେଖିଲେ କେହି କେବେ ବି ବିଶ୍ଵାସ କରିବେ ନାହି କି ଏହା ଏକ ତୁଳସୀ ଗଛ । ଯାହାକୁ ଆମେ ସବୁବେଳେ ପୂଜା କର୍ମରେ କରିଥାଉ । ଆହାକୁ ବଡ ଦେଉଳରେ କାଳିଆ ସାଆନ୍ତ ଙ୍କ ମଥାରେ ଧାରଣ କରାଯାଏ । କୁହାଯାଏ ତୁଳସୀ ଗଛ ସବୁ କିଛି ଦେଖିଛି ।

ରାମାୟଣରୁ ମହାଭାରତରେ ଯାହା ଯାହା ସବୁ ହୋଇଛି ଏହି ତୁଳସୀ ସବୁ ଦେଖିଛି । କିନ୍ତୁ ଛୋଟ ତୁଳସୀ ପତ୍ରର ଯେମିତି ବାସନା ହୁଏ ସେମିତି ବାସ୍ନା ନାହି । ନିଜର ବାସ୍ନାକୁ ହରାଇ ବସିଛି ଏହି ତୁଳସୀ ଗଛ । କୁହାଯାଉଛି କି ସତ୍ୟ ଯୁଗ ଫେରିଲେ ନିଜର ବାସ୍ନାକୁ ଫେରି ପାଇବ 60 ଫୁଟର ତୁଳସୀ ଗଛ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ପୂଣ୍ୟତୋୟା ଚିତ୍ରତ୍ପୋଳା ପଠାର ବାଲି ସାହି ଗାଁ ରେ ଥିବା ଏକ ଅଜଣା ଗଛ ଦେଖିବାକୁ ତୁଳସୀ ଗଛ ପରି ଯାହାର ଉଚ୍ଚତା 60 ଫୁଟ । ବର୍ତ୍ତମାନ ସାଧାରଣ ଭାବେ ଦେଖା ଯାଉଥିବା ତୁଳସୀ ଗଛ ପରି ଏହାର ନା ରୂପ ନା ବାସ୍ନା ଅଛି । କିନ୍ତୁ ଜନ ସାଧାରଣ କୁହନ୍ତି ଏ ହେଉଛି ସତ୍ୟ ଯୁଗର ଗଙ୍ଗା ତୁଳସୀ ।

ସେମାନଙ୍କ କହିବା କଥା ହେଉଛି ଏହି ଗଛଟି ଆହୁରି ବିରାଟ ବଡ ଥିଲା କିନ୍ତୁ 1999 ମସିହା ମହାବାତ୍ୟାରେ ଏଥିରୁ ଗୋଟେ ଅଂସ ଭାଙ୍ଗିଗଲା । ଏହାର କାଠକୁ ଜାଳିବା ପାଇଁ ଯେଉଁ ମାନେ ଆଣିଥିଲେ ଦେବୀ ସ୍ଵପ୍ନାଦେଶ କରିବାରୁ ସେମାନେ କଥାକୁ ଛାଡି ଦେଇ ପଳାଇ ଥିଲେ । ଏହି ତୁଳସୀ ଗଛ ପାଖକୁ ରୁଷି ମାନେ ଆସନ୍ତୁ ଆଉ ଏଠାରେ ବସି ଧ୍ୟାନ କରନ୍ତି ।

ସେମାନେ କୁହନ୍ତି ଯେ ଏହାର ବାସ୍ନା କୁଆଡେ ସତ୍ୟ ଯୁଗରେ ପୁଣି ଥରେ ଫେରି ଆସିବ । ସବୁଠାରୁ ବଡ କଥା ହେଉଛି ଶକ୍ତି ପୀଠ ମା ଭଗବତୀ ଓ ଶମ୍ଭୁ ବିଶେଶ୍ଵର ଙ୍କ ମଝି ତଥା ଗୁପ୍ତ ଗଙ୍ଗା କୂଳରେ ଅବସ୍ଥିତ ଥିବାରୁ ଏହା ଉପରେ ବିଷାଦ ଭାବେ ଅନୁସନ୍ଧାନ କରାଗଲେ ଏହା ତୁଳସୀ ଗଛ ନା ଅଜଣା ଗଛ ତାହା ଜଣା ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button