କୁନି ପୁଅର ନେହୁରା, ମୋତେ କ୍ୟାନ୍ସର! ବାପା ମା’କୁ କହିବେନି ମୋର…

ସାର ମୋର କ୍ୟାନ୍ସର ହୋଇଛି । ମୁଁ ଆଉ ମାତ୍ର 6 ମାସ ବଞ୍ଚିବି । ଏବେ ମୋତେ କଥା ଦିଅନ୍ତୁ ଏ କଥା କେବେ ହେଲେ ମୋ ବାପା-ମା କୁ ଜଣାଇବେ ନାହି । ମୋ ରୋଗ କଥା ଶୁଣିଲେ ସେମାନଙ୍କୁ କଷ୍ଟ ହେବ । ଜଣେ ଡାକ୍ତରଙ୍କ ପାଖରେ ଏମିତି ଥିଲା ଜଣେ 6 ବର୍ଷର ବାଳକର ଆକୁଳ ନିବେଦନ । ଉନି ବାଳକର ଏମିତି କେତେ ପଦ ପଢିବା ପରେ ସାରା ଭାରତର ପ୍ରତି ଟି ମଣିଷ ହୋଇ ପଡିଛନ୍ତି ଭାବ ବିହ୍ଵଳ ।
ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ର ସ୍ନାୟୁ ବିଜ୍ଞାନୀ ଡାକ୍ତର ସୁଧୀର କୁମାର ଟ୍ବିଟ କରି କୁନି ବାଳକର ଏହି କାହାଣୀ ପୁରା ଦେଶବାସୀ ଙ୍କୁ ଜଣାଇଛନ୍ତି । ସବୁ ଦିନ ପରି ସୁଧୀର ଓପିଡି ରେ ଥିବା ସମୟରେ ସ୍ଵାମୀ ସ୍ତ୍ରୀ ତାଙ୍କ ଆଖରେ ଆସି ପହଞ୍ଚି ଥିଲେ । ବାହାରେ ଅପେକ୍ଷା କରିଥିଲା 6 ବର୍ଷର କୁନି ପୁଅ ମନୁ । ଧୀର ସ୍ଵରରେ ଦମ୍ପତି ଜଣାଇଥିଲେ ତାଙ୍କ ପୁଅକୁ କ୍ୟାନ୍ସର ହୋଇଛି ।
ହେଲେ ଆମେ ଦୁହେଁ ଏ ବିଷୟରେ ତାକୁ କିଛି ଜଣାଇ ନାହୁଁ । ପୁଅକୁ ଚିକିତ୍ସା କରିବା ବେଳେ ଏ କଥା ଆପଣ ଦୟା କରି କହିବେ ନାହି । ଏହାର କିଛି ସମୟ ପରେ ସେମାନେ ମନୁକୁ ଏକ ୱ୍ହିଲ ଚେୟାରରେ ଆଣିଥିଲେ । ମନୁ ବହୁତ ସ୍ମାର୍ଟ ଦେଖାଯାଉଥିଲା । ମନରେ ଭାରି ରହିଥିଲା ଦୃଢ ଆତ୍ମବିଶ୍ଵାସ । ମନୁର ସବୁ ମେଡିକାଲ ରିପୋର୍ଟ ଦେଖିବା ପରେ ଡାକ୍ତର ସୁଧୀର ଜାଣିବାକୁ ପାଇଥିଲେ ମନୁର ବାମ ପାଖ ମସ୍ତିସ୍କରେ ମଲ୍ଟି-4 ଗ୍ରେଟ4 କ୍ୟାନ୍ସର ହୋଇଛି ।
ଏ ସମୟରେ ମନୁ ମଧ୍ୟ ଡାକ୍ତରଙ୍କ ସହ ଏକାକୀ କଥା ହେବାku ଚାହିଁଥିଲା । କେହି ନ ଥିବା ବେଳେ ମନୁ ଯାହା କହିଥିଲା ତାହାକୁ କେବେ ଭୁଲିପାରୁ ନାହାନ୍ତି ଡାକ୍ତର ସୁଧୀର । ସମସ୍ତଙ୍କୁ ଜଣାଇବା ପାଇଁ ସେ ସୋସିଆଲ ମିଡିଆର ସାହାରା ନେଇଛନ୍ତି । ସେଦିନ ମନୁ କହିଥିଲା ଡାକ୍ତର ବାବୁ ମୁଁ ମୋ ରୋଗ ସମ୍ପର୍କରେ ଆଇପ୍ୟାଡରେ ସବୁ କିଛି ପଢିସାରିଛି । ମୁଁ ଏହା ମଧ୍ୟ ଜାଣିଛି ଏ ଦୁନିଆରେ ଆଉ ମାତ୍ର 6 ଆସର ଅତିଥି ।
କିନ୍ତୁ ମୁଁ ଏହାକୁ ମୋ ବାପା-ମା ଙ୍କୁ କହିପାରୁ ନାହି । ସେମାନେ ଜାଣିଲେ ବହୁତ କଷ୍ଟ ପାଇବେ” । ସେଦିନ ମନୁକୁ ପ୍ରତିଶ୍ରୁତି ଦେଇଥିଲେ ସତ କିନ୍ତୁ ନିଜ କଥା ରଖିପାରି ନ ଥିଲେ ଡାକ୍ତର ସୁଧୀର । ତୁରନ୍ତ ସେ ବାପା-ମାଙ୍କୁ ଡାକି ଏ ବିଷୟରେ ଜଣାଇଥିଲେ । ଏହା ଭିତରେ 9 ମାସ ବିତିଯାଇଛି । 9 ମାସ ପରେ ଦମ୍ପତି ପୁଣି ଥରେ ଡାକ୍ତରଙ୍କ ପାଖକୁ ଆସିଥିଲେ ଆଉ ସୁଧୀର ତାଙ୍କୁ ଚିହ୍ନିଥିଲେ ମଧ୍ୟ ।
ଆଉ ପଚାରିଥିଲେ ମନୁର ଦେହ କେମିତି ଅଛି ? ଉତ୍ତରରେ ଦମ୍ପତି କହିଥିଲେ ଆପଣଙ୍କ ସହ ଭେଟିବା ପରେ ମନୁ ସହ ସୁନ୍ଦର ସମୟ ବିତାଇଥିଲୁ । ହେଲେ ଏ ଗୋଟେ ମାସ ପୂର୍ବରୁ ତାକୁ ଆମେ ହରାଇଦେଇଛୁ । ପୁଅ ସହ ବିତାଇବାଥିବା ଏହି 8 ମାସର ସମୟ ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଛୁ ।