ସ୍ୱାସ୍ଥ୍ୟ

ଗଙ୍ଗଶିଉଳି ଗଛର ଫାଇଦା ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ, ଭଲ କରେ ଏହି ସବୁ ରୋଗ

ପ୍ରାୟତଃ କେତେକ ବ୍ୟକ୍ତିଙ୍କ ଘର ଘରର ବାଡି ବଗିଚାରେ କିମ୍ବା ମନ୍ଦିରରେ ଗଙ୍ଗଶିଉଳି ଗଛ ଦେଖିବାକୁ ମିଳିଥାଏ । ଏହି ଗଛକୁ ମନ୍ଦିରରେ ପୂଜା ମଧ୍ୟ କରାଯାଏ । ଏହି ଗଛର ଫୁଲ କେବଳ ରାତିରେ ହିଁ ଫୁଟିଥାଏ । ସକାଳେ ହେଲେ ଏହି ଗଛର ଫୁଲ ତଳେ ପଡିଯାଏ । ଏହି ଫୁଲର ରଙ୍ଗ ଧଳା ଓ ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣରେ ଭରପୁର ଅଟେ ଏହି ଫୁଲ । ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଗଙ୍ଗଶିଉଳି ଗଛର ପତ୍ର ବ୍ୟବହାର କରନ୍ତୁ ।

ଗଙ୍ଗଶିଉଳିର ପତ୍ରକୁ କେମିତି ବ୍ୟବହାର କରିବେ ଓ ଏହାର ଉପକାରିତା ବିଷୟରେ ଚାଳନ୍ତୁ ଜାଣିବା । ଗଙ୍ଗଶିଉଳି ପତ୍ର ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବା ପାଇଁ ଆପଣମାନେ ୧୫ ରୁ ୨୦ ଟି ଗାଢ ସବୁଜ ରଙ୍ଗର ଗଙ୍ଗଶିଉଳି ପତ୍ରକୁ ଭଲ ଭାବରେ ପେଷ୍ଟ କରି ଦିଅନ୍ତୁ ।

ଏହି ପତ୍ରର ପେଷ୍ଟକୁ ୧ ଲିଟର ପାଣି ଦେଇ ଗ୍ୟାସରେ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହା ପାଖାପାଖି ୨୫୦ ଏମଏଲ ହୋଇଗଲେ ଏହାକୁ ଗ୍ୟାସରୁ ଓଲହାଇ ଦିଅନ୍ତୁ ଓ ସେବନ କରନ୍ତୁ । ଯଦି ଆପଣଙ୍କ ଶରୀରରେ ଦୀର୍ଘ ଦିନ ଧରି ଜର ଅଛି ତେବେ ଗଙ୍ଗଶିଉଳି ପତ୍ରର ରସକୁ ସେବନ କରିବେ ତେବେ ଏହା ଆମ ଶରୀରର ଥିବା ଜରକୁ ଠିକ କରିଦିଏ । ଏହି ରସକୁ ତିଆରି କରିବା ପାଇଁ ଆପଣ ଗଙ୍ଗଶିଉଳି ଗଛର ୨ ଗ୍ରାମ ଛାଲି, ୨ ଗ୍ରାମ ଗଙ୍ଗଶିଉଳି ପତ୍ର ଓ ୨ – ୩ ଟି ତୁଲସୀ ପତ୍ରକୁ ନେଇ ଏକ ଗ୍ଳାସ ପାଣିରେ ଫୁଟାଇ ଦିଅନ୍ତୁ ।

ଏହାକୁ କିଛି ସମୟ ପାଇଁ ଥଣ୍ଡା କରନ୍ତୁ । ଏହାକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଗଙ୍ଗଶିଉଳି ପତ୍ରର ରସ ପିଇବା ଦ୍ଵାରା ଜର ସମୟରେ ଦୁର୍ବଳ ଲାଗୁଥିଲେ ସେଥିରୁ ଆରାମ ଲାଗିବ ଓ ଜର ମଧ୍ୟ କମିଯାଏ । ଗଙ୍ଗଶିଉଳି ପତ୍ର ଶୁଖିଲା କାସ ଓ ଶ୍ଵାସ ଭଳି ରୋଗରୁ ମୁକ୍ତିରେ ବି ସାହାର୍ଯ୍ୟ କରିଥାଏ । ଏହା ଛଡା ଯଦି କୌଣସି ବ୍ୟକ୍ତି ଅର୍ଶର ସମସ୍ୟାରେ ଅଛନ୍ତି ତେବେ ସେମାନେ ଗଙ୍ଗଶିଉଳି ଗଛର ମଞ୍ଜିକୁ ହେମଦସ୍ତା ସାହାର୍ଯ୍ୟରେ ଗୁଣ୍ଡ କରି ଉଷୁମ ପାଣିରେ ମିଶାଇ ସେବନ କରିବା ଦ୍ଵାରା ଆପଣଙ୍କୁ ଅଳ୍ପ ଆରାମ ମିଳିବ ।

ଏତିକି ନୁହେଁ ଏହା ଆପଣଙ୍କର ଗ୍ୟାସ ସମସ୍ୟାକୁ ବି ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଗଙ୍ଗଶିଉଳି ପତ୍ର ଚର୍ମ ସମ୍ବନ୍ଧିତ ସମସ୍ତ ରୋଗରୁ ବି ମୁକ୍ତି ଦେବାରେ ସାହାର୍ଯ୍ୟ କରିଥାଏ । ଯଦି ଘରେ କୌଣସି ବ୍ୟକ୍ତି ମାଲେରିଆ, ଡେଙ୍ଗୁ, ଟାଇଫଏଡରେ ଆକ୍ରାନ୍ତ ହୋଇଛନ୍ତି ତେବେ ୨୦ଟି ଗଙ୍ଗଶିଉଳି ପତ୍ରକୁ ପେଷ୍ଟ କରି ଗୋଟିଏ ପାତ୍ରରେ ୧ ଗ୍ଳାସ ପାଣି ଦେଇ ଏହାକୁ ଗ୍ୟାସରେ ଭଲ ଭାବରେ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ । ଯେମିତି କି ଏହି ପାଣି ଅଧ ଗ୍ଳାସ ହୋଇଯିବ । ଏହା ଥଣ୍ଡା ହେବା ପରେ ଏହାକୁ ସବୁଦିନ ସକାଳେ ଓ ସନ୍ଧ୍ୟା ସମୟରେ ସେହି ରୋଗୀକୁ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ସେହି ବ୍ୟକ୍ତି ସମସ୍ତ ରୋଗ ଭଲ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button