ପୂଜାପାଠ କରୁଥିବା ଲୋକମାନେ ସବୁଠୁ ଅଧିକ ଦୁଃଖ କାହିଁକି ପାଇଥାନ୍ତି ?

ବନ୍ଧୁଗଣ ଆମେ ସବୁ ଜାଣିଛୁ ଯିଏ ଜୀବନରେ ପୂଜାପୁଆଜ ପାଠ କରେ, ସତ ପଥରେ ଥାଏ, ଦାନ ଧର୍ମ କରେ, ଅନ୍ୟକୁ ସାହାଜ୍ୟ କରିଥାଏ, ଅନିଷ୍ଟ ଚିନ୍ତା କରେ ନାହି, ଈଶ୍ଵରଙ୍କୁ ବିଶ୍ଵାସ କରେ ସେ ତା ଜୀବନରେ ଦୁଖରେ ରହିଥାଏ । ଜୀବନସାରା କଷ୍ଟ ପାଇଥାଏ । କିନ୍ତୁ ଯିଏ ଅସତ ମାର୍ଗରେ ଚାଲେ, ଚୋରୀ ଡକାୟତ କରେ, ଅନ୍ୟକୁ ହଇରାଣ କରେ ସେ ସର୍ବଦା ସୁଖରେ ରୁହେ ଓ ସେମାନଙ୍କୁ ସମସ୍ତେ ପ୍ରଶଂସା ମଧ୍ୟ କରିଥାନ୍ତି ।
ଏକଥାକୁ ଦେଖି ମନରେ ପ୍ରଶ୍ନ ଉଠେ ସତରେ କଣ ଭଗବାନ ଦୁନିଆରେ ନାହାନ୍ତି କି ଭଗବାନ ଥାଉ ଥାଉ ଏମିତି ହୋଇପାରେ । ସବୁବେଳେ ପୂଜାପାଠ କରୁଥିବା ବ୍ୟକ୍ତି କାହିଁକି ଦୁଖ ଆପେ ଆଜି ଆମେ ଆପଣଙ୍କୁ କହିବୁ । ଏହି ବିଷୟରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଏକ ଗଳ୍ପ ମାଧ୍ୟମରେ ବୁଝାଇଥିଲେ । ଭଗବାନ କୃଷ୍ଣ କହିଥିଲେ ଗୋଟେ ଗୁରୁଙ୍କର ୨ଟି ଶିଷ୍ୟ ଥିଲେ । ଦୁହେଁ ବିଦ୍ଵାନ ମଧ୍ୟ ଥିଲେ ।
ମାତ୍ର ୨ ଜଣଙ୍କ ମଧ୍ୟରେ ଏତିକି ଫରକ ଥିଲା କି ଜଣେ ଭଗବାନଙ୍କୁ ମାନି ପୂଜାପାଠ କରୁଥିଲା ଆଉ ଜଣେ ପୂଜା ପାଠକୁ ମାନେ ନାହି, ମଦ୍ୟପାନ କରିବା, ଖରାପ କାମରେ ବ୍ୟସ୍ତ ରହୁଥିଲା । ଥରେ ନାସ୍ତିକ ଶିଷ୍ୟଟି ମଦ୍ୟପାନ କରି ଫେରିବା ସମୟରେ ସ୍ଵର୍ଣ୍ଣ ମୁଦ୍ରାରେ ଭର୍ତ୍ତି ଏକ ବ୍ୟାଗ ମିଳିଲା ଯାହାକୁ ପାଇ ସେ ଖୁସି ହୋଇଗଲା । ଆଉ ଚିତ୍କାର କରି ରାସ୍ତାରେ କହିବାକୁ ଲାଗିଲା ମୁଁ ବଡ ଭାଗ୍ଯବାନ ମୋତେ ସୁନରେ ଭର୍ତ୍ତି ବ୍ଯାଗ ମିଳିଲା । ମୁଁ ଜୀବନସାରା ବହୁତ ଖୁସିରେ ରହିବି ।
ଠିକ ସେହିପରି ଅନ୍ୟ ଜଣେ ଶିଷ୍ୟ ମନ୍ଦିରରୁ ଭଜନ କୀର୍ତ୍ତନ କରି ଫେରୁଥିବା ବେଳେ ବାଟରେ ଲୁହା କଣ୍ଟା ତା ପାଦରେ ପଶିଗଲା । ଧାର ଧାର ହୋଇ ରକ୍ତ ବାହାରିଲା ଆଉ ସେ ଚିତ୍କାର କରିବାକୁ ଲାଗିଲା । ନାସ୍ତିକ ଶିଷ୍ୟ ଅନ୍ୟ ଶିଷ୍ୟର ଏ ଅବସ୍ଥା ଦେଖି ଜୋରରେ ହସିଲା । ଆଉ କହିଲା ତୁମେ ତ ପୂଜାପାଠ କର ଭଗବାନଙ୍କ ଭଜନ କର ଏବେ ତୁମ ପାଦରେ କଣ୍ଟା କେମିତି ପଶିଲା ଆଉ କଷ୍ଟ ଅନୁଭବ କରୁଛ ? ଆଉ ମୋତେ ଦେଖ ମୁଁ କେବେ ପୂଜାପାଠ କି ସତସଙ୍ଗ କରେ ନାହି କିନ୍ତୁ ମୋତେ ସ୍ଵର୍ଣ୍ଣ ମୁଦ୍ରା ଭର୍ତ୍ତି ବ୍ୟାଗ ମିଳିଲା ।
ଏହା ଶୁଣିବା ପରେ ପୂଜାପାଠ କରୁଥିବା ଶିଷ୍ୟ ନିଜର ଗୁରୁଙ୍କ ପାଖକୁ ଯାଇ ପ୍ରଶ୍ନ କରିଲା ଆକି ପୂଜାପାଠ କରୁଥିବା ବ୍ୟକ୍ତି କାହିଁକି ଦୁଖ ପାଇଥାନ୍ତି ? ଉତ୍ତରରେ ଗୁରୁ କହିଥିଲେ କି ଭଗବାନ ଯାହା କରନ୍ତି ପ୍ରାଣିର ମଙ୍ଗଳ ପାଇଁ । ସେ ନାସ୍ତିକ ହୋଇଥିଲେ ମଧ୍ୟ ପୂର୍ବ ଜନ୍ମରେ ନିଶ୍ଚୟ କିଛି ଭଲ ବା ପୂଣ୍ୟ କାମ କରିଥିଲା ତେଣୁ ଏ ଜନ୍ମରେ ତାକୁ ସୁନାରେ ଭର୍ତ୍ତି ବ୍ଯାଗ ମିଳିଲା ।
ଆଉ ତୁମେ ପୂର୍ବର ଜନ୍ମରେ ନିଶ୍ଚୟ କିଛି ଖରାପ କର୍ମ କରିଥିବ ଯାହା ପାଇଁ ଏ ଜନ୍ମରେ ତମେ ଏତେ ପୂଜାପାଠ କରି ମଧ୍ୟ ତୁମ ପାଦରେ କଣ୍ଟା ପଶିଗଲା ଓ ତୁମେ କଷ୍ଟ ପାଇଲ । ତେବେ ପୂଜାପାଠ କରୁଥିବା ଲୋକେ ଏହି କାରଣ ପାଇଁ ଦୁଖ ପାଇଥାନ୍ତି ।