କଳିଯୁଗ ଅନ୍ତ ପରେ ଏମିତି ରହିବ ସତ୍ୟଯୁଗ ! ନିଶ୍ଚୟ ଦେଖନ୍ତୁ କେମିତି ହେବ ସତ୍ୟଯୁଗ

ନମସ୍କାର ବନ୍ଧୁଗଣ, ସମୟକୁ 4ଟି ଯୁଗରେ ବଣ୍ଟା ଯାଇଛି । ସେହି 4ଟି ଯୁଗ ହେଉଛି ସତ୍ୟଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ, କଳିଯୁଗ ଏବଂ ସତ୍ୟ ଯୁଗ । ଆମ୍ଭେମାନେ ବର୍ତ୍ତମାନ କଳିଯୁଗରେ ବଞ୍ଚୁଅଛେ । ଏହି ଯୁଗ ସମ୍ପର୍କରେ ତ ନିହାତି ଆମକୁ ଅନେକ କିଛିର ସୂଚନା ମିଳିସାରିଲାଣି । ତେବେ ଅନ୍ୟଯୁଗ ମାନଙ୍କ ସମ୍ପର୍କରେ ଅନେକ ଗ୍ରନ୍ଥ ଏବଂ ପୌରାଣିକ ଗାଥାରୁ ଉଲ୍ଲେଖ ମିଳିଅଛି । ତେବେ ଏହି କଳିଯୁଗ ପରେ ଆସିବାକୁ ଯାଉଥିବା ସତ୍ୟଯୁଗ ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ କିଛି ରହସ୍ୟମାୟ କଥା ଜଣାଇବା ପାଇଁ ଯାଉଛୁ ।
ଆମେ ବଞ୍ଚୁଥିବା କଳିଯୁଗ ଶେଷ ହେବା ପାଇଁ ଆହୁରି ଅନେକ ବର୍ଷ ବାକି ଅଛି । କିନ୍ତୁ ଏବେ ଠାରୁ ହିଁ କଳିଯୁଗ ନିଜର ଶେଷ ହେବାର ସଙ୍କେତ ମାନବ ସମାଜକୁ ଦେବାରେ ଲାଗିଛି । ଉଲ୍ଲେଖ ରହିଛି କଳିଯୁଗ ଶେଷ ସମୟରେ ମଣିଷ ମଧ୍ୟରେ ସମ୍ପର୍କର ମୂଲ୍ୟ ରହିବ ନାହିଁ । ଭାଇ ଭାଇର ଶତୃ ହେବ । ନିଜ ଘରେ ଝିଅମାନେ ସୁରକ୍ଷିତ ରହିବେ ନାହିଁ । ନିଜ ଲୋକମାନେ ହିଁ ନିଜ ମା ଭଉଣୀଙ୍କ ଦେହକୁ ଶୋଷଣ କରିବାରେ ଲାଗିଯିବେ ।
ଦୁନିଆରେ ଟଙ୍କା ପଇସା ପାଇଁ ଲୋକ ଅନ୍ୟ ଜଣଙ୍କ ଜୀବନ ନେବା ପାଇଁ ମଧ୍ୟ ପଛେଇବେନି । ଧୀରେ ଧୀରେ ଧାର୍ମିକ କାର୍ଯ୍ୟ କରିବା ବନ୍ଦ କରିବାକୁ ଲାଗିବେ । ସବୁଆଡେ କେବଳ ଅନ୍ୟାୟ ଅତ୍ୟାଚାର ଘେରି ରହିବ । ଚୋରୀ, ନାରୀ ଅତ୍ୟାଚାର ଏବଂ ଶୋଷଣର ଭାର ବଢିବାରେ ଲାଗିବ କମିବାର ନାମ ହିଁ କେହି ଧରିବେନି । ଧନ ପାଇଁ ସମ୍ପର୍କରେ ବାଡ ପଡିବ ରକ୍ତର ନଦୀ ବୋହିବ । କେହି ଆଉ କାହାର ନିଜର ହୋଇ ରହିବେ ନାହିଁ ।
ସମସ୍ତେ ମଣିଷ ରୂପୀ ରାକ୍ଷସ ପାଲଟି ଯିବେ । ବୃଦ୍ଧ ଥିବେ କିନ୍ତୁ ଯବାନ ଲୋକମାନଙ୍କର ମୃତ୍ୟୁ ହେବାକୁ ଲାଗିବ । ଧୀରେ ଧୀରେ ମଣିଷର ଆୟୁଷ ସୀମା କମିବାକୁ ଲାଗିବା । ଆୟୁଷ କମି ଶେଷରେ 12 ବର୍ଷ ବୟସରେ ହିଁ ମରଣ ଆସିବାକୁ ଲାଗିବ ଜନ୍ମ ହେଉ ହେଉ ମୃତ୍ୟୁର ସାମ୍ନା କରିବାକୁ ପଡିବ । ଏଭଳି ପାପର ଭାର ବଢିବା ପରେ ଭଗବାନ କୃଷ୍ଣ କଳକୀ ଅବତାର ନେଇ ସମସ୍ତ ଧରାରୁ ପାପକୁ ବିନାଶ କରିବେ । ପୁଣି ଥରେ ନୂଆ ସ୍ଵଚ୍ଛ, ଶାନ୍ତ ଓ ପବିତ୍ର ପୃଥିବୀ ଆରମ୍ଭ ହେବ ।
ଏବଂ ନୂଆ ଯୁଗ ତଥା ସତ୍ୟଯୁଗ ପୃଥିବୀକୁ ପଦାର୍ପଣ କରିବ । ଲୋକମାନଙ୍କ ଆୟୁ କାଳ 4000 ହଜାର ରୁ 5000 ହଜାର ପର୍ଯ୍ୟନ୍ତ ହୋଇଯିବ । ଅନ୍ୟ ସମସ୍ତ ଧନ ସମ୍ପତ୍ତି ମୋହ ମାୟା ତ୍ୟାଗ କରି ନିଜ ମନକୁ ଶାନ୍ତି କରିବା ନିମନ୍ତେ ହିଁ ସର୍ବଦା ଧର୍ମ ସହ ହିଁ ଯୋଡି ରହିବେ ଲୋକମାନେ । ଧ୍ୟାନରେ ଲୀନ ରହିବେ ।
ସମସ୍ତଙ୍କ ମଧ୍ୟରେ କେବଳ ଭଲ ପାଇବା ହିଁ ରହିବ । କାହା ଭିତରେ କୌଣସି କଥାକୁ ନେଇ ଝଗଡାର କାରଣ କେବେ ମଧ୍ୟ ଉତ୍ପର୍ଣ ହେବ ନାହିଁ । ସତ୍ୟଯୁଗରେ ମଣିଷ ନିଜ ତପ ଜପ ବଳରେ ଭଗବାନଙ୍କୁ ନିଜ ସାମ୍ନାରେ ପାଇପାରିବ ।