ଏହି 3ଟି ପକ୍ଷୀ ଘର ପାଇଁ ମହାବିପଦ, ଯଦି ଆସୁଛନ୍ତି ଘରକୁ ତେବେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଏମିତି କିଛି ପକ୍ଷୀ ଅଛନ୍ତି ଯେଉଁ ମାନେ ଗୃହକୁ ଆସିବା ଦ୍ଵାରା ବିପଦ ସୃଷ୍ଟି ହୋଇଥାଏ । ଏହି ୩ ଟି ପକ୍ଷୀ ଙ୍କୁ ଘରକୁ ଆସିବାକୁ ଦିଅନ୍ତୁ ନାହି । ନଚେତ ଆପଣଙ୍କ ଜୀବନ ଦାରିଦ୍ରତା ପୂର୍ଣ୍ଣ ହୋଇଯି । ୩ ଟି ପକ୍ଷୀ ଏପରି ରହିଥାନ୍ତି ଯେଉଁ ମାନେ ଘରକୁ ଆସିବା ଦ୍ଵାରା ପରିବାର ସଂପୂର୍ଣ୍ଣ ବରବାତ ହୋଇଯାଏ । ଏମିତି କି ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହି ୩ଟି ପକ୍ଷୀ ଅଶୁଭ ହୋଇଥାନ୍ତି । ଏହି ୩ଟି ପକ୍ଷୀ ଆପଣଙ୍କ ଘରକୁ ନ ଆସିବା ଉଚିତ । ଆସନ୍ତୁ ଜାଣିବା ସେହି ଅଶୁଭ ପକ୍ଷୀ ଙ୍କ ବିଷୟରେ ବିସ୍ତାର ଭାବେ ।
୧- ବାଦୁଡି : ପୌରାଣିକ କଥା ଅନୁଯାୟୀ ଯଦି ଘରକୁ ବାଦୁଡି ପଶି ଆସେ ତେବେ ସେହି ଘରେ ରୋଗ, ମୃତ୍ୟୁ ଓ ବରବାତ ସୁନିଶ୍ଚିନ୍ତ ହୋଇଥାଏ । ସେହିପରି କିଛି ଲୋକ ବିଶ୍ଵାସ କରନ୍ତି ଯେ ଘରେ ବାଦୁଡି ରହିବା ଦ୍ଵାରା ପରିବାର ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥାଏ । ବାଦୁଡି ଘରକୁ ବାରମ୍ବାର ଆସିବାର ଦେଖି ପରିବାର ସଦସ୍ୟ ଙ୍କ ମଧ୍ୟରେ କଳହ ଦେଖାଯିବା ସହ ଅସାନ୍ତି ଦେଖା ଯାଇଥାଏ ।
୨- କାଉ : କାଉ ର ବାରମ୍ବାର ଘରକୁ ଆସିବା କିମ୍ବା ନିଜ ବସା ତିଆରି କରିବା ପରିବାର ପାଇଁ ଅଶୁଭ ଅଟେ । ସେହିପରି ସକାଳେ କାଉ କୁ ଦେଖିବା ଦ୍ଵାରା ଅନେକ ସଂକେତ ମିଳିଥାଏ । ଯଦି ସ୍ଵପ୍ନ ରେ କାଉ ଶବ୍ଦ ଶୁଣିବା ବା ଘରେ ବସି ଥିବାର ଦେଖନ୍ତି ତେବେ କେଉଁ ଠାରୁ ଦୁଶବ୍ଦ ଆସିବାର ସଂକେତ ମିଳିଥାଏ । କାଉ କୁ ଘର ପାଖରେ ଦେଖିବା ଶୁଭ ହୋଇଥିଲେ ମଧ୍ୟ ଏମିତି କିଛି କାରଣ ପାଇଁ ଏହାକୁ ଅଶୁଭ ବୋଲି ମାନା ଯାଇଥାଏ ।
୩- ପେଚା : ମା ଲକ୍ଷ୍ମୀ ଙ୍କ ବାହନ ହେଉଛି ପେଚା । ତେଣୁ ଯଦି ଘରକୁ ବାରମ୍ବାର ପେଚା ଆସୁଥାଏ ବା ବାରମ୍ବାର ଗୋଟେ ଦିଗରୁ ପେଚା ର ଶବ୍ଦ ଶୁଣା ଯାଏ ତେବେ ଏହା ବହୁତ ଅଶୁଭ ସଂକେତ ବୋଲି ମାନା ଯାଇଥାଏ । ଏହିପରି ମାନ୍ୟତା ରହିଛି କି ଥରେ କି ଦୁଇ ଥର ପେଚା ଘରକୁ ଆସିଲେ ଶୁଭ ହୋଇଥାଏ । କିନ୍ତୁ ପେଚା ବାରମ୍ବାର ଘରକୁ ଆସିଲେ ଘର ବରବାତ ର ଲକ୍ଷଣ ଅଟେ । ଧଳା ପେଚା ଦେଖିବା ବହୁତ ଶୁଭ ବୋଲି ମାନା ଯାଇଥାଏ ।
ଧଳା ପେଚା ଘର ର ଛାତ ଉପରେ ବସି ଥିବାର ଦେଖିଲେ କୌଣସି ଶୁଭ ସଂକେତ ମିଳିବାର ସୂଚନା ମିଳିଥାଏ । ତେଣୁ ଆପଣଙ୍କ ଘରକୁ ଯଦି ଏହି ୩ଟି ପକ୍ଷୀ ଙ୍କ ମଧ୍ୟ ରୁ କୌଣସି ଗୋଟେ ଆସୁଥାଏ ତେବେ ସତର୍କ ରହିବା ଉଚିତ ।