ଜୀବନଶୈଳୀ

ଅଧା ରହିଗଲା ସବୁ ପ୍ଲାନ ଘରକୁ ଫୋନ୍ କରି କହିଥିଲେ ପହଞ୍ଚିବେ ବୋଲି, ଶେଷରେ ପହଞ୍ଚିଲା ଶିକ୍ଷୟତ୍ରୀ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ,  ଆପଣ ମାନେ ଜାଣିଥିବେ ପ୍ରତି ଦିନ କେଉଁଠି ନ କେଉଁଠି ସଡକ ଦୁର୍ଘଟଣା ଘଟୁଛି । କୌଣସି ବ୍ୟକ୍ତି ଭୁଲ ବଶତ ହେଉ ବା ଅଜାଣତରେ ହେଉ ସଡକ ଦୁର୍ଘଟଣା ଘଟୁଛି । ଯାହା ଫଳରେ ବ୍ଯକ୍ତିର ତୁରନ୍ତ ମୃତ୍ୟୁ ଘଟୁଛି । କେହି କିଛି ଭାବିବା ଆଗରୁ ବା ବୁଝିବା ଆଗରୁ ଏମିତି କିଛି ଦୁର୍ଘଟଣା ଘଟି ଯାଇଛି । ଯାହା ପାଇଁ କେତେ ଯେ ନିରୀହ ଲୋକଙ୍କର ଜୀବନ ଚାଲି ଯାଉଛି ।

ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆ ରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଯାହା ବିଷୟରେ ଜାଣିଲେ ଆପଣ ବି ସ୍ତବ୍ଧ ହୋଇଯିବେ ଆଉ ଭାବିବାକୁ ବାଧ୍ୟ ହେବେ କି ମୃତ୍ୟୁ କଣ ଏମିତି ଆସିପାରେ ? ହଁ ଆଜ୍ଞା କିଛି ଏମିତି ଘଟିଛି ଜଣେ ଶିକ୍ଷୟତ୍ରୀ ଙ୍କ ସହ । ରବିବାର ଦିନ ଛୁଟି ଥିଲା । ସେଥିପାଇଁ ଶନିବାର ଦିନ ସ୍କୁଲ ସାରି ଘରକୁ ଫେରୁଥିଲେ । ମନରେ ଥିଲା କେତେ କଣ ପ୍ଳାନ ।

ଘରକୁ ଯାଇଥାନ୍ତେ ଘର ଲୋକଙ୍କୁ ସାଙ୍ଗରେ ଧରି ପିକନିକ କରିଥାନ୍ତେ । ଘରେ ଫୋନ କରି କହି ଦେଇଥିଲେ ମଧ୍ୟ ମୁଁ ଘରେ ଶନିବାର ଦିନ ଯାଇ ପହଞ୍ଚିବୀ । ଘରେ ଝିଅର ଫେରିବା ବାଟକୁ ଚାହିଁ ରହିଥିଲେ ବାପା ମା । ଝିଅ କେତେବେଳେ ଘରକୁ ଫେରିବ । ହେଲେ ସବୁ କିଛି ଅଧା ଅଧୁରା ରହିଗଲା । କାରଣ ବାଟରେ ଜଗି ରହିଥିଲା ଯମ । ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାଲି ଯାଇଛି ଜେଣ ଶିକ୍ଷୟତ୍ରୀ ଙ୍କ ଜୀବନ ।

ହଁ ଦର୍ଶକ ବନ୍ଧୁ ଏମିତି ଏ ଘଟଣା ଦେଖିବାକୁ ମିଳିଛି ଗୋପୀନାଥପୁର ନିକଟରେ । ଶିକ୍ଷୟତ୍ରୀ ଜଣକ ହେଉଛନ୍ତି କେଉଁଝର ଜିଲ୍ଲା ସାହାରାପଡା ବ୍ଲକ କୁମୁଳା ବାହାଳି ବିଦ୍ୟାଳୟର ରଞ୍ଜିତା ବେହେରା । ସୂଚନା ଅନୁଯାୟୀ ରଞ୍ଜିତା ଗତ ଶନିବାର ଦିନ ସ୍କୁଲ ସାରି ଘରକୁ ଫେରୁଥିବା ବେଳେ କୌଣସି କାରଣରୁ ଏକ ବାଇକ ସହ ସାମ୍ନା ସାମନି ଧକ୍କା ହୋଇଥିଲା । ଯେଉଁଥି ରେ ରଞ୍ଜିତା ଙ୍କର ଘଟଣା ସ୍ଥଳରେ ହିଁ ଜୀବନ ଚାଲି ଯାଇଥିଲା ।

ସ୍ଥାନୀୟ ଲୋକେ ଶିକ୍ଷୟତ୍ରୀ ଙ୍କୁ ନିକଟସ୍ଥ ମେଡିକାଲ କୁ ନେଇଥିଲେ । ହେଲେ ଶିକ୍ଷୟତ୍ରୀ ରଞ୍ଜିତା ଙ୍କର ମେଡିକାଲ ରେ ପହଞ୍ଚିବା ପୂର୍ବରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା ବୋଲି ଡାକ୍ତର କହିଛନ୍ତି । ତେବେ ଝିଅ ଘରକୁ ଫେରିବା ନେଇ ବାପା ମା ବାଟି ଚାହିଁ ତ ହିଲେ ସତ କିନ୍ତୁ ଝିଅ ଆଉ ଘରକୁ ଫେରିଲା ନାହି । ନିଜ ଝିଅକୁ ହରାଇ ଏବେ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button