କ୍ରାଇମ

ବସ ଅଟକାଇ ରାସ୍ତାରେ ନମାଜ ପଢ଼ି ନିଲମ୍ବିତ ହୋଇଥିବା କଣ୍ଡକ୍ଟରଙ୍କୁ ଟାଣିନେଲା ଯମ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବସ ଅଟକାଇ ରାସ୍ତାରେ ନମାଜ ପଢ଼ିଥିବ‌ା କଣ୍ଡକ୍ଟରଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ‌ହୋଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଣ୍ଡକ୍ଟରଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ପରେ କଣ୍ଡକ୍ଟରଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା।

ଉତ୍ତରପ୍ରଦେଶର ରୋଡୱେଜର  କଣ୍ଡକ୍ଟର ମୋହିତ ଯାଦବ ମୈନପୁରୀ ଘିରୋର ଥାନା ପରିସରରେ ଥିବା ନଗଲା ଖୁସାଲି ଗ୍ରାମରେ ବସବାସ କରୁଥିଲେ। ସେ ବରେଲି ଡିପୋରେ କଣ୍ଡକ୍ଟର ଭାବେ କାମ କରୁଥିଲେ। ଜୁନ ୨ ତାରିଖରେ ମୋହିତ ବରେଲିରୁ ଦିଲ୍ଲୀ ଯାଉଥିବା ବସକୁ ରାସ୍ତାରେ ଅଟକାଇଥିଲେ। ଆଉ ନମାଜ ପଢ଼ିଥିଲେ। ଏହି ଘଟଣାର ଭିଡିଓ ବି ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବାପରେ ତାଙ୍କୁ ରୋଡୱେଜ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ କରି ଦେଇଥିଲେ। କାମରୁ ନିଲମ୍ବିତ ହେବା ପରେ ମୋହିତ ଯାଦବ ମୈନପୁରୀ ତାଙ୍କ ଗାଁକୁ ଫେରି ଯାଉଥିଲେ।  କିନ୍ତୁ ଗାଁ ପର୍ଯ୍ୟନ୍ତ ସେ ପହଞ୍ଚି ପାରିଲେ ନାହିଁ। କାରଣ ତାଙ୍କୁ ବାଟରୁ ହିଁ ଯମ ଟାଣି ନେଇଥିଲା।

ସୂଚନା ମିଳିଛି କି,  ଆନନ୍ଦ ବିହାର ଏକ୍ସପ୍ରେସ ଟ୍ରେନ  ଧକ୍କାରେ ମୋହିତ ଯାଦବ ମୈନପୁରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ କିଛିଲୋକ କହୁଛନ୍ତି କି ଆନନ୍ଦ ଟ୍ରେନ ସାମ୍ନାକୁ ଜାଣିଶୁଣି ଚାଲି ଆସିଥିବାରୁ ଏହି ଦୁର୍ଘଟଣା ଘଟିଛି। ପରିବାରଲୋକଙ୍କ କହିବାନୁସାରେ, ‘ଚାକିରିରୁ ନିଲମ୍ବିତ ହେବାପରେ ମୋଦିତ ଚିନ୍ତାରେ ରହୁଥି‌ଲେ। ତେଣୁ ସେ ଆତ୍ମହତ୍ୟା କରିଛନ୍ତି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button