ଓଡିଶା

କଲେଜ ଛାତ୍ରଙ୍କୁ ସିଗାରେଟ ଟାଣିବାକୁ ବାଧ୍ୟ କଲା ପୂର୍ବତନ ଛାତ୍ର, କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର – Utkal Mail



କଳାହାଣ୍ଡି: କେସିଙ୍ଗା ଉତ୍କେଲା କନିଷ୍ଠ ମହାବିଦ୍ୟାଳୟର ୪ଜଣ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ରାସ୍ତାରେ ଚାପୁଡ଼ା ମାରିବା, ମାଡ଼ ମାରିବା, ଗାଳିଗୁଲଜ କରିବା, ସିଗାରେଟ ଟାଣିବାକୁ ବାଧ୍ୟ କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଶନିବାର ଏକ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଏ ନେଇ ଜଣେ ଛାତ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଛାତ୍ରମାନେ କଲେଜରୁ ଘରକୁ ଫେରୁଥିବା ବେଳେ ପୂର୍ବ ଛାତ୍ର ମିନକେତନ ମାଝୀଙ୍କ ସହ ସେମାନଙ୍କ କଥା କଟାକଟି ହୋଇଥିଲା। ଛାତ୍ରମାନେ ତାଙ୍କ ବିଷୟରେ କହୁଥିବା ସନ୍ଦେହ କରି ମିନକେତନ ସେମାନଙ୍କୁ ମାଡ଼ ମାରିବା ସହ ଭିଡିଓ ରେକର୍ଡିଂ କରିବା ସମୟରେ ସିଗାରେଟ୍ ଟାଣିବାକୁ ବାଧ୍ୟ କରିଥିଲେ। ସେ ଦୁଇ ଜଣ ଛାତ୍ରଙ୍କ ଠାରୁ ୩୦୦ ଟଙ୍କା ମଧ୍ୟ ଛଡାଇ ନେଇଥିଲେ ବୋଲି ଅଭିଯୋଗ ରହିଛି।

କଲେଜ ଅଧ୍ୟକ୍ଷ ଯୁଧିଷ୍ଠିର ବୁଧିଆ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଛାତ୍ରଙ୍କୁ ନ୍ୟାୟ ଦେବାକୁ ସେ ପୁଲିସକୁ ଅନୁରୋଧ କରିଛନ୍ତି।

ଏହି ଘଟଣାର ଭିଡିଓ ରେକର୍ଡିଂ କରିଥିବା ମିନକେତନଙ୍କ ବାପା ଓ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ମିନକେତନ ନିଜେ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ତନାଘନା ଜାରି ରହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button