ସିଧା ପ୍ରସାରଣ

ସିଏମସି କାଉନସିଲ ବୈଠକରେ ହଟ୍ଟଗୋଳ ଧାରଣା ଦେଲେ ବିଜେପି କର୍ପୋରେଟର

କଟକ, ୧୩/୯ କଟକ ମହାନଗର ନିଗମର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଖୋଦ୍ ମେୟର ସୁବାସ ସିଂହ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଥିବା ବେଳେ ଦଳମତ ନିର୍ବିଶେଷରେ କର୍ପୋରେଟରମାନଙ୍କର ମତାମତ ନ ନେଇ ମନଇଚ୍ଛା କାର୍ଯ୍ୟ କରିବାରୁ ଆଜି କାଉନସିଲ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ବିଜେପିର ୫ ଜଣ କର୍ପୋରେଟର ବୈଠକ ଚାଲୁଥିବା ବେଳେ ମଧ୍ୟଭାଗକୁ ଆସି କଳାପତାକା ପ୍ରଦର୍ଶନ କରିବା ସହ ଉଭୟ ମେୟର ଓ କମିଶନରଙ୍କ ମନୋମୁଖୀ କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ । ମୁଖ୍ୟତଃ ମହାନଗର ନିଗମର ସମସ୍ତ ୫୯ ଗୋଟି ୱାର୍ଡରୁ ବିଜେପି ଓ କଂଗ୍ରେସ କର୍ପୋରେଟର ଥିବା ୱାର୍ଡଗୁଡିକରେ ନିର୍ବାଚିତ ପ୍ରତିନିଧିଙ୍କ ମତାମତ ନିଆନଯାଇ ମେୟର ମନଇଚ୍ଛା କାର୍ଯ୍ୟ କରୁଥିବାରୁ ବିଜେପିର ଗଗନ ଓଝା, ଗୋପାଳ ବେହେରାଙ୍କ ସହିତ ଅନ୍ୟ କର୍ପୋରେଟରମାନେ ଏହାକୁ ବିରୋଧ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା କଟକ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଆହୂତ ସରକାରୀ କାର୍ଯ୍ୟକ୍ରମରେ କେବଳ ଶାସକ ଦଳର କର୍ପୋରେଟରମାନଙ୍କୁ ଡାକି ଅନ୍ୟମାନଙ୍କୁ ଉପେକ୍ଷା କରିବା ଜିଲ୍ଲା ପ୍ରଶାସନର ନିରପେକ୍ଷତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Back to top button