ପୁଅ ଖେଳୁଥିବା ବେଳେ ଭୁଶୁଡି ଗଲା ପାଚେରୀ, ସବୁଦିନ ପାଇଁ ଚାଲିଗଲା ଅଫେରା ଦୁନିଆକୁ! ସମ୍ପୁର୍ଣ୍ଣ ଘଟଣା ଜଣାଇ ଅପାଙ୍କ ଆଖିରେ ଲୁହ ଆସିଯିବ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକାଲି ସାରା ରାଜ୍ୟରେ ତୀବ୍ର ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ସବୁ ଆଡେ ଓଦା ଓ ପାଣିଆ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଆଣୁଆ ପଞ୍ଚାୟତ ରେ ବି ବର୍ଷା ହୋଇଥିଲା । ଏହି ବର୍ଷା ଯୋଗୁଁ ଘର ପାଖରେ ଥିବା ପାଚେରୀ ଭିଜି ଯାଇ 12 ବର୍ଷ ର ପୁଅ ସେଠାରେ ଖେଳୁଥିଲା ତା ଉପରରେ ପାଚେରୀଟି ଯାଇ ପଡିଗଲା ।

ସାନ ପୁଅ ଉପରେ ପାଚେରିଆ ପଡିବା ପରେ ଶବ୍ଦକୁ ଶୁଣିଥିବା ଗାଁ ଲୋକେ ଓ ପରିବାରବର୍ଗ ସେଟାକୁ ଧାଇଁ ଆସିଥିଲେ । ଦେଖିଲା ବେଳକୁ ପୁଅଟି ସେହି ଖଣ୍ଡ ଖଣ୍ଡ ହୋଇଥିବା ପାଚେରୀ ତଳେ ପଡିଛି ଓ କୋଣସି ପ୍ରକାରର ଶବ୍ଦ କରୁନି । ତେବେ ପିଲା ବୁଜୁକୁ ସାଙ୍ଗେ ସାଙ୍ଗେ ଗରିଷ୍ଟ ଶିଶୁ କେନ୍ଦ୍ରକୁ ନେଇକି ଯାଇଥିଲେ ସେଠାରେ ଡାକ୍ତର ବୁଜୁକୁ ଦେଖି ତାହାକୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରି ବାରିପଦାର PRM ମେଡିକାଲକୁ ପଠେଇ ଦେଇଥିଲେ ।
ମାତ୍ର ଦୁଃଖଦାୟକ ବିଷୟଟି ହେଉଛି ରାସ୍ତାରେ ହିଁ ପିଲାଟିର ଜୀବନ ଚାଲିଯାଇଥିଲା । ପୁଅ ବୁଜୁ ଚାଲିଗଲା ଅପେରା ଦୁନିଆକୁ ଏହି ଖବର ଶୁଣିବା ପରେ ମା ‘ ଲୋଟ ଲୋଟ କରି କାନ୍ଦି ଫାଟି ପଡ଼ୁଛନ୍ତି । ବର୍ଷା ତାଙ୍କ ଜୀବନର ସବୁକିଛି ନେଇଯିଥିଲା । 12 ବର୍ଷର ପୁଅଟିକୁ ହରାଇ ମାଆ ଚେତାଶୂନ୍ୟ ହୋଇପଡ଼ୁଛନ୍ତି । ସତରେ ମରଣ କେବେ କାହା ପାଖକୁ କିଭଳି ଆସେ କିଏ ବା ଜାଣିବ ।

ଖେଳୁଥିବା ସମୟରେ ଘଟିଗଲା ଅଘଟଣ ଓ ଅକାଳରେ ଚାଲିଗଲା ବୁଜୁର ଜୀବନ । ଏହି ଖବର ଶୁଣିବା ପରେ କେତେକ ସରକାରୀ ଅଧିକାରୀ ଘଟଣା ସ୍ଥଳକୁ ଆସିଥିଲେ ଓ ପରିବାରକୁ ସାନ୍ତ୍ଵନା ଦେଇଥିଲେ । ଅଧିକାରୀଙ୍କ ଆଖିବା ଅନୁସାରେ ଆମେ ସରକାରକୁ କହିବୁ ଯଥା ପରିବାରକୁ ସାହାଯ୍ୟ କରିବା ପାଇଁ ଓ ଆମ ଦ୍ଵାରା ଯାହା ସମ୍ଭବ ନିଶ୍ଚୟ କରିବୁ ।
ମାତ୍ର ପୁଅକୁ ହରାଇଥିବା ମାଆ କୁ କିଏ ବୁଝାଇପାରିବ ବା ମା ‘ର ଲୁହ କିଏ ପୋଛିପାରିବ । ଏହି ଘଟଣା ପରେ ଗ୍ରାମର ବାର୍ତ୍ତାବରଣ ଶୋକାକୁଳରେ ପରିଣତ ହୋଇଗଲା । ବୁଜୁକୁ ମନେ ପକେଇଗ୍ରାମବାସୀ ଓ ସାଙ୍ଗସାଥିମାନେ ଲୋତକ ଝରାଉଛନ୍ତି ।



