କ୍ରାଇମ

ଖେଳ ଖେଳିଦେଲା ସୁନ୍ଦରୀ ! ଏମିତି ନେଇଗଲା ସାଢେ ସାତ ଲକ୍ଷ ଟଙ୍କା, ଜାଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ରେଳବାଇ ରେ ଚାକିରୀ କରାଇଦେବେ କହି ଜଣେ ଯୁବକଙ୍କ ଠାରୁ ସାଢେ ସାତ ଲକ୍ଷ ଟଙ୍କା ଠକି ନେଇଛନ୍ତି ଆଉ ବର୍ତ୍ତମାନ ଧରାଛୁଆଁ ଦେଉ ନଥିଲେ । ବର୍ତ୍ତମାନ ମାଡି ବସିଛି ପୋଲିସ । ତେବେ ଘଟଣା ଟି ହେଉଛି ବ୍ରହ୍ମପୁର ଟାଉନ ଥାନା ପୋଲିସ ଜଣେ ଯୁବତୀ ଙ୍କୁ ଗିରଫ କରିଛି ଆଉ ଗିରଫ ଯୁବତୀ ହେଉଛନ୍ତି ପ୍ରଭା । ତାଙ୍କ ଘର ଜଗସିଂହପୁର ଜିଲ୍ଲାରେ ବୋଲି ଜଣା ପଡିଛି ।

ଆଉ ସେ ବ୍ରହ୍ମପୁରର ଶରଧାବାଲି ଦ୍ଵିତୀୟ ଗଳିରେ ରହୁଥିଲେ । ଆଉ ତାଙ୍କ ଠାରୁ 3 ଟି ଡାଏରୀ ଗୋଟିଏ ବ୍ୟାଙ୍କ ଖାତା, ଆଉ ଗୋଟିଏ ଆଇ ଫୋନ, ଆଧାର କାର୍ଡ, ସ୍କୁଟି କୁ ଜବତ କରିଛି ପୋଲିସ । ସରୋଡା ଥାନା ଗୋବିନ୍ଦପୁର ଅଞ୍ଚଳର ଏସ ହିତେଶ ମହାପାତ୍ର ନାମକ ଜଣେ ଯୁବକ ଚାକିରୀ ଖୋଜୁଥିଲେ । ଆଉ ଏହି ମାଡାମ ଜଣକ ତାକୁ ଚାକିରୀ କରାଇଦେବା ପାଇଁ କହିଥିଲେ ।

ଆଉ ଏଭଳି ସେଭଳି ଚାକିରୀ ନୁହେଁ ବରଂ ଗୃପ ସି ଚାକିରୀ ଅର୍ଥାତ ରେଳବାଇ ରେ ଚାକିରୀ । ସେଥିପାଇଁ ସମୁଦାୟ ୧୧ ଲକ୍ଷ ଟଙ୍କା ମାଗିଥିଲେ ମାଡାମ । ଏତେ ଟଙ୍କା ଯୁବକ ଙ୍କ ପକ୍ଷେ ସମ୍ଭବ ନ ହୋଇଥିବାରୁ ସେ ସାଢେ ୭ ଲକ୍ଷ ଟଙ୍କା ଦେଇଥିଲେ ମହିଳା ଜଣଙ୍କୁ । ଏହାପରେ ମାଡାମ ଆଇଡି କାର୍ଡ, ନିଯୁକ୍ତି ପତ୍ର, ଆଟେଡାନ୍ସ କାର୍ଡ ଆଉ ସବୁଠାରୁ ବଡ କଥା ଅଫର ଲେଟର ମଧ୍ୟ ଦେଇଥିଲେ ।

ଆଉ ଯେତେବେଳେ ଯୁବକ ଜାଣିଲେ ସେ ଫସିସାରିଛନ୍ତି, ସେତେବେଳେ ସେ ଥାନାର ଦ୍ଵାରସ୍ଥ ହେଲେ । ଆଉ ଏହା ପଛରେ ଲୁଚିଠିବା ସମସ୍ତ କଳାକାରନାମା ବାହାରକୁ ଆସିଥିଲା । ତେବେ ଯୁବକ ଜଣଙ୍କ ଝିଅଟିଏ ବୋଲି ତାଙ୍କ ଉପରେ ବିଶ୍ଵାସ କରିଥିଲେ ବୋଲି କହିଛନ୍ତି । ମହିଳା ଜଣକ ଯାହା କହିଲେ ତାଙ୍କ କଥାରେ ବିଶ୍ଵାସ ମଧ୍ୟ କରିଲେ ଉକ୍ତ ଯୁବକ ଜଣଙ୍କ, କାରଣ ତାଙ୍କର କାମ ଦରକାର ଥିଲା ।

ମାତ୍ର କଥାବାର୍ତ୍ତା ରୁ ଆଦୌ ଲାଗୁ ନଥିଲା ଯେ ସେ ତାଙ୍କୁ ଠକିବେ ବୋଲି, ଚାଲିଚଳନ ଏକ ସାଧାରଣ ଭଦ୍ରଘରର ଝିଅ ଭଳି ଥିବାରୁ ତାଙ୍କୁ ଦେଖି ଏହା ଆଦୌ ଲାଗୁ ନଥିଲା ଯେ ସେ ତାଙ୍କୁ ଧୋକା ଦେବେ ବୋଲି । ମାତ୍ର ବର୍ତ୍ତମାନ ଅନୁତାପ୍ତ କରୁଛନ୍ତି ଯୁବକ ଜଣଙ୍କ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button