କ୍ରାଇମ

ଡାକ୍ତର ଖାନାରେ ଚାଲିଥିଲା ନୂଆ ବର୍ଷ ସେଲିବ୍ରେସନ, ହେଲେ ଅଚାନକ କିପରି ହେଲା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ, ବାଢୁଛି ସନ୍ଦେହ…

ବନ୍ଧୁଗଣ, ସାଧାରଣତଃ ସବୁଠାରେ ଇଂରାଜୀ ନବବର୍ଷ କୁ ଧୂମଧାମରେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳ ସରକାରୀ ଡାକ୍ତର ଖାନାରେ ମଧ୍ୟ ଧୂମଧାମରେ ପାଳନ କରାଯାଉଥିଲା ଏହି ନୂତନ ନବବର୍ଷ କୁ । ଡାକ୍ତର ଖାନାରେ କାମ କରୁଥିବା ସମସ୍ତ ଡାକ୍ତର ଡାକ୍ତରାଣୀ ଏବଂ କର୍ମଚାରୀ ମାନେ ମିଶି କରୁଥିଲେ ଗେଟ ଟୁଗେଦର । ଏଥିରେ ଯୋଗ ଦେଇଥିଲେ ଡାକ୍ତର ଶୁଭଶ୍ରୀ କର ।

ନୂଆ ବର୍ଷ କୁ ସ୍ଵାଗତ କରିବା ପାଇଁ ଡାକ୍ତର ଖାନାରେ ଯେଉଁ ଭୋଜିଭାତର ଆୟୋଜନ କରାଯାଇଥିଲା । ତାହା ଶେଷ ହେବା ବେଳକୁ ରାତି 2 ଟା ବାଜି ଯାଇଥିଲା । ଆଉ ଏହାପରେ କ୍ଵାଟର କୁ ଫେରିଥିଲେ ଡାକ୍ତର ଶୁଭଶ୍ରୀ କର । ମାତ୍ର ସକାଳୁ ବହୁତ ବିଳମ୍ବ ପର୍ଯ୍ୟନ୍ତ ସେ କବାଟ ଖୋଲି ନଥିଲେ । ସାକାଳ ଯାଇ ସନ୍ଧ୍ୟା ହେଲା । ସାଥି କର୍ମଚାରୀ ମାନେ ସନ୍ଦେହ କରି ପୋଲିସ କୁ ଖବର ଦେଇଥିଲେ ।

ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦେଖିଲା ବେଳକୁ ଆଉ ଦୁନିଆରେ ନଥିଲେ ଡାକ୍ତର ଶୁଭଶ୍ରୀ କର । ତେବେ ଏହି ଅଘଟଣ ଟି ଘଟିଛି ଯୋଡା ସହରର, ସରକାରୀ ଗୋଷ୍ଠୀ କେନ୍ଦ୍ରରେ । ସେହି ସ୍ୱାସ୍ଥ୍ୟ କେନ୍ଦ୍ରର ଉପର କ୍ଵାଟରରୁ ମିଳିଥିଲା ଡାକ୍ତର ଶୁଭଶ୍ରୀ କର ଙ୍କ ମୃ-ତଦେହ । ଶୁଭଶ୍ରୀ ଙ୍କ ଘର କଟକ ରେ ଅବସ୍ଥିତ । ଗତ ଏପ୍ରିଲ ମାସ ଠାରୁ ସେ ଗୋଷ୍ଠୀ କେନ୍ଦ୍ରରେ ଡାକ୍ତର ଭାବରେ କାମ କରୁଥିଲେ ।

ବନେଇକଳାର ଡାକ୍ତର ଖାନା ଏକ ଭଡାଘରେ ଚାଲୁଥିଲା । ତଳେ ରୋଗୀ ସେବା ହେଉଥିବା ବେଳେ ଉପର ମହଲା କୁ କ୍ଵାଟର୍ସ ଭାବରେ ବ୍ୟବହାର କରାଯାଉଥିଲା । ନୂଆବର୍ଷରେ ଭୋଜି ଖାଇ ସମସ୍ତେ ଖୁସିରେ ଥିଲେ 2 ଟା ରାତିରେ ନିଜ କ୍ଵାଟର କୁ ଫେରିଥିଲେ ଶୁଭଶ୍ରୀ କର ମାତ୍ର ଏଭଳି କଣ ହେଲା ଯେ ସକାଳୁ ଆଉ କବାଟ ଖୋଲି ନଥିଲା ତାଙ୍କର । ଅପରାହ୍ନ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ସନ୍ଧାନ କରିବା ଲାଗି କର୍ମଚାରୀ ଗଲେ ।

ଏହାପରେ ଯୋଡା ଥାନା କୁ ଖବରେ ଦେଲେ ପୋଲିସ ଆସି କବାଟ ଭାଙ୍ଗିଲା । ଏହାପରେ ପୋଲିସ ଦେଖିବାକୁ ପାଇଲେ ଯେ ଖଟ ଉପରେ ପଡିଛି ଡାକ୍ତର ଶୁଭଶ୍ରୀ କର ଙ୍କ ମୃ-ତ ଦେହ । ଶବ ବ୍ୟବଛେଦ ପାଇଁ ପୋଲିସ ଡାକ୍ତର ଖାନା କୁ ପଠାଇଛି । ବର୍ତ୍ତମାନ ରିପୋର୍ଟ ଆସିବା ପରେ ହିଁ ଏଭଳି ହଠାତ ଶୁଭଶ୍ରୀ ଙ୍କ ସହିତ କ’ଣ ଘଟିଲା ତାହା ସ୍ପଷ୍ଟ ହୋଇ ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button