ଓଡିଶା
କେନ୍ଦୁଝରରେ ଜନଜାତି ସାଂସ୍କୃତିକ ସମାରୋହ : ସାନ୍ତାଳି ନାଚରେ ଝୁମିଲେ ଉପବାଚସ୍ପତି

ବିଶ୍ୱ ଜନଜାତି ସପ୍ତାହ ପାଳନ ଅବସରରେ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହୋଇଥିଲା ଜନଜାତି ସାଂସ୍କୃତିକ ସମାରୋହ । ଏଥିରେ ମନ୍ତ୍ରୀ ରମେଶ ମାଝି, ବଦ୍ରୀ ନାରାୟଣ ପାତ୍ର, ସୁଦାମ ମାରାଣ୍ଡି ଓ ଉପବାଚସ୍ପତି ସନନ୍ଦ ମାରାଣ୍ଡି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଏକ ବୈଠକର ଆୟୋଜନ କରାଯାଇଥିଲା । ବୈଠକକୁ ଯିବା ପୂର୍ବରୁ ଉପବାଚସ୍ପତି ନିଜ ସଂସ୍କୃତିକୁ ମନେପକାଇ ବେଶ୍ କିଛି ସମୟ ଧରି ସାନ୍ତାଳି ନାଚରେ ମଜିଯାଇଥିଲେ ।


