କ୍ରାଇମ

ଜୟପୁର : ପୋଲିସ-ଅପରାଧୀ ମୁହାଁମୁହିଁ , ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ କାଣା ଗିରଫ

ପୋଲିସ-ଅପରାଧୀ ମୁହାଁମୁହିଁ । ଜୟପୁର ପୁରୁଣାଗଡ଼ ବାଇପାସ୍‌ ନିକଟରେ ଗୁଳିବିନିମୟ ହୋଇଛି । ଏଥିରେ ପୋଲିସ ହାତରେ ଧରାପଡିଛି ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ କାଣା ଓରଫ ଶିବଶଙ୍କର ପାଣିଗ୍ରାହୀ। ଜିତୁଠାରୁ ଦେଶୀ ବନ୍ଧୁକ, ୨ଟି କାଟ୍ରିଜ୍‌ ଓ ମାରାଣାସ୍ତ୍ର ଜବତ ହୋଇଛି । ଜୟପୁର ବାଇପାସ୍‌  ରୋଡରେ ଜିତୁ  ଡକାୟତି ଯୋଜନା କରୁଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା। ଜିତୁର ପାଲଟା ଆକ୍ରମଣରେ ପୋଲିସ ଗାଡିରେ ଗୁଳି ବାଜିଥିଲା। ତେବେ ଜିତୁ ନାଁରେ ଜୟପୁର ଟାଉନ ଥାନାରେ ୨ଟି ଅପରାଧିକ ମାମଲା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button