କ୍ରାଇମ

ଶେଷରେ ଗିରଫ ହେଲେ ଅଭିଜିତ ଆୟାର ମିତ୍ର

ମହଙ୍ଗା ପଡ଼ିଲା ଓଡ଼ିଶାର କଳାସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ଦେବା । ଶେଷରେ ପୋଲିସ୍ ଦ୍ବାରା ଗିରଫ ହେଲେ ଅଭିଜିତ ଆୟାର ମିତ୍ର । ଆଜି ସେ ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇ ବାହାରିବା ପରେ ତାଙ୍କୁ ପଚରାଉଚରା କରିଥିଲା ଭୁବନେଶ୍ୱର କମିଶନରେଟ ପୋଲିସ । ଏକ ଅଜ୍ଞାତ ସ୍ଥାନରେ ତାଙ୍କୁ ଚାଲିଥିଲା ମାରାଥନ ଜେରା । କମିଶନରେଟ ପୋଲିସ ପରେ ଅଭିଜିତଙ୍କୁ ପଚରାଉଚରା କରିଛି ପୁରୀ ପୋଲିସ । ଓଡ଼ିଶା କେବେ ଆସିଥିଲେ ? ସେତେବେଳେ ସାଙ୍ଗରେ ଆଉ କିଏ କିଏ ଥିଲେ ? କେଉଁ କେଉଁ ସ୍ଥାନକୁ ବୁଲିବାକୁ ଯାଇଥିଲେ ? ଓଡ଼ିଶାରେ କେତେଦିନ କେଉଁଠି ରହିଥିଲେ ? ହେଲିକପ୍ଟରରେ କେତୋଟି ସ୍ଥାନକୁ କେତେ ଉଚ୍ଚତାରେ ଉଡ଼ି ଦେଖିଥିଲେ ? ଏମିତି ବିଭିନ୍ନ ପ୍ରଶ୍ନ ପଚାରିଥିଲା ପୋଲିସ ।  ଗିରଫ ପରେ ଏବେ କୋର୍ଟରେ ହାଜର କରାଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button