ସ୍ୱାସ୍ଥ୍ୟ

ପାର୍ଟନରଙ୍କ ସହ ଶୋଇବା ଦ୍ୱାରା ଦୂର ହୁଏ ଏସବୁ ରୋଗ

ନିଦ ଆମ ପାଇଁ ଖୁବ ଜରୁରୀ ହୋଇଥାଏ। ଏଣୁ ପ୍ରତିଦିନ ୭ ଘଣ୍ଟା ଲେଖାଏଁ ଶୋଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏକୁଟିଆ ଶୋଇବା ତୁଳନାରେ ପାର୍ଟନରଙ୍କ ସହ ଶୋଇବା ଅଧିକ ଲାଭଦାୟକ ହୋଇଥାଏ। ଏକ ରିସର୍ଚ୍ଚ ମୁତାବକ ସ୍ଵାମୀଙ୍କ ସହ କିମ୍ବା ଯାହାକୁ ଭଲ ପାଉଛୁ ତାଙ୍କ ସହ ଶୋଇବା ଦ୍ୱାରା ଶାନ୍ତି ତଥା ସୁରକ୍ଷିତ ଲାଗେ। ଏଥିସହ ଅନ୍ୟ କେତେକ ଲାଭ ମଧ୍ୟ ହୋଇଥାଏ।

 

ପାର୍ଟନରଙ୍କ ସହ ଶୋଇବା ବେଳେ ସୁରକ୍ଷିତ ଲାଗେ ଫଳରେ ଭଲ ନିଦ ହୋଇଥାଏ। ଏହାଦ୍ୱାରା ରିଲାକ୍ସ ମଧ୍ୟ ଲାଗେ।

ନିଜ ପ୍ରିୟ ଲୋକଙ୍କ ସହ ଶୋଇବା ଦ୍ୱାରା ଶରୀରର ଇମ୍ୟୁନିଟି ସିଷ୍ଟମ ବୁଷ୍ଟ ହୁଏ। ଫଳରେ ମସ୍ତିଷ୍କରୁ କେମିକାଲ କ୍ଷରିତ ହୁଏ, ଯାହା ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ।

ଦିନ ସାରା କାମ ଚିନ୍ତା ଯୋଗୁ ଥକାପଣ ଅନୁଭବ ହୋଇଥାଏ। ରାତିରେ ଯଦି ଆପଣ ପାର୍ଟନରଙ୍କ ସହ ଶୋଉଛନ୍ତି ତେବେ ଥକାପଣ ଦୂର ହେବା ସହ ଜଲଦି ନିଦ ଆସିଥାଏ।

 

ମନୋବିଜ୍ଞାନୀଙ୍କ କହିବାନୁସାରେ ଚିନ୍ତା ବା ଅବସାଦଗ୍ରସ୍ତ ରହୁଥିବା ବ୍ୟକ୍ତି ଯଦି ପାର୍ଟନରଙ୍କ ସହ ଶୁଏ ତେବେ ତାଙ୍କ ମାନସିକ ରୋଗ କମ ହୋଇଥାଏ। ଅର୍ଥାତ ପାର୍ଟନରଙ୍କ ପ୍ରେମଭରା ସ୍ପର୍ଶ ମନ ତଥା ମସ୍ତିଷ୍କକୁ ହାଲକା କରିଥାଏ।

ସ୍ୱାମୀଙ୍କ ପାଖରେ ଶୋଇବା ଦ୍ୱାରା ପୁରୁଣା ରୋଗ ମଧ୍ୟ ଭଲ ହୁଏ ବୋଲି ଏକ୍ସପର୍ଟ କୁହନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button