ନୀତି

ଧନୀ ସେହି ବ୍ୟକ୍ତି ହୋଇଥାଏ ଯିଏ ଏହି 4 ଟି କଥା ବୁଝିଯିବ- Chanakya NIti

ଆଚାର୍ଯ୍ୟ ଚାଣକ୍ୟ ବିଷୟରେ କିଏ ଅବା ଜାଣି ନାହିଁ, ସେ ବହୁତ ବଡ ଜ୍ଞାନୀ ଥିଲେ ତାଙ୍କ ଦ୍ଵାରା ଲିଖିତ ଚାଣକ୍ୟ ନୀତି ଗ୍ରନ୍ଥ ଆଜିବି ମାନବ କଲ୍ୟାଣକାରୀ ଅଟେ କିନ୍ତୁ ଲୋକ ତାହା ଅନୁଯାଇ କାର୍ଯ୍ୟ କରୁ ନାହାନ୍ତି ସେଥିପାଇଁ କଷ୍ଟ ପାଉଛନ୍ତି । ତେବେ ଆଚାର୍ଯ୍ୟ ଚାଣକ୍ୟ ଜ୍ଞାନ ଆଉ ଚନ୍ଦ୍ର ଗୁପ୍ତ ମୋରୟ ସାହସ ଦ୍ଵାରା ଚନ୍ଦ୍ର ଗୁପ୍ତ ରାଜାଙ୍କ ଗଦିରେ ବସି ପାରିଥିଲେ । କୁହା ଯାଏ ଯେ ଏତେ ବଡ ରାଜ୍ୟର ମହାନ ମନ୍ତ୍ରୀ ହୋଇ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟ ସାମନ୍ୟା ଗୋଟେ କୁଟିଆରେ ବାସ କରୁଥିଲେ ।

ଆଚାର୍ଯ୍ୟ କହିଥିଲେ ଯେଉଁ ରାଜ୍ୟ ମନ୍ତ୍ରୀ ମହଲରେ ରହିଥାଏ ସେହି ରାଜ୍ୟ କେବେ ଉନ୍ନତି କରି ପାରେ ନାହିଁ । ତେବେ ଆସନ୍ତୁ ତାଙ୍କ ଦ୍ଵାରା କୁହା ଯାଇଥିବା କିଛି ଅମୂଲ୍ୟ ବଚନ ଜାଣିବା ଯାହା ଆମ ଜୀବନ ସବୁ ଦିନ ପାଇଁ ବଦଳିଦେବେ ।

୧. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ କେବେ ମିଛ କହିବେ ନାହିଁ କାହିଁକିନା ମିଛ ଆପଣଙ୍କ ସବୁ କିଛି ହରାଇ ଦବ କିନ୍ତୁ ସତ ଯେତେ କଷ୍ଟ ଦେଲେ ମଧ୍ୟ ଦିନେ ନା ଦିନେ ଆପଣଙ୍କୁ ସମ୍ମାନ ଦବ । ଆଚାର୍ଯ୍ୟ କହିଛନ୍ତି ଯେ ମିଛ କହୁଥିବା ବ୍ୟକ୍ତି କିଛି ଦିନ ପାଇଁ ଖୁସି ହୋଇ ରହିଥାଏ କିନ୍ତୁ ସତ କହୁଥିବା ବ୍ୟକ୍ତି କିଛି ଦିନ ଦୁଃଖ ପାଇ ସବୁ ଦିନ ପାଇଁ ସୁଖ ପାଇଥାଏ ।

୨. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଅସନା କପଡା ପିନ୍ଧିଥାଏ ଆଉ ନିଜ ଶରୀରକୁ ସଫା ସୁଥୁରା ରଖି ନଥାଏ ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ କେବେ କୃପା କରନ୍ତି ନାହିଁ ଏହାର ମୁଖ୍ୟ କାରଣ ମାତା ଲକ୍ଷ୍ମୀ ଅସନା ସ୍ଥାନରେ ବାସ କରନ୍ତି ନାହିଁ ।

 

୩. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ରୋଷେଇ ଘରେ ଅଇଁଠା ବାସନ ଅଧିକ ସମୟ ପାଇଁ ରହିଥାନ୍ତି ସେହି ଘରୁ ମାତା ଅନ୍ନପୂର୍ଣା ଚାଲି ଯାଇଥାନ୍ତି ଆଉ ଜୀବନରେ ସେହି ଲୋକକୁ ଖାଇବା ପାଇଁ ମିଳି ନଥାଏ ।

୪.ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜୀବନରେ ଯେତେ ଖରାପ ସମୟ ଆସିଲେ ମଧ୍ୟ ଉଧାରୀ କରନ୍ତୁ ନାହିଁ ଯଦି ଆପଣଙ୍କୁ ଅସୁବିଧା ଅଛି ତେବେ ଯାହା ଠାରୁ ଟଙ୍କା ଆନୁଛନ୍ତି ତାକୁ ସମୟରେ ଧନ ଫେରେଇ ଦିଅନ୍ତୁ ନଚେତ ଆପଣଙ୍କୁ ଜୀବନରେ ଆହୁରି ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button