ମନୋରଞ୍ଜନ

32 ବର୍ଷ ପରେ ଆଜି ବହୁତ ବଡ ହେଇ ଯାଇଛନ୍ତି “Ramayan” ର ଲବ କୁଶ, ଦେଖା ଯାଉଛନ୍ତି ବହୁତ ହ୍ୟାଣ୍ଡସମ

ନମସ୍କାର ବନ୍ଧୁଗଣ,ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ରାମାୟଣ ଦୂରଦର୍ଶନ ଚ୍ୟାନେଲ ରେ ପ୍ରଦର୍ଶିତ ହେଉଛି।ଏହି ଐତିହାସିକ ଧାରାବାହିକ ଟିଆର୍ପି ର ସମସ୍ତ ରେକର୍ଡ ଭଙ୍ଗ କରିସାରିଛି।୨୦୧୫ ମସିହା ପରେ ଦୂରଦର୍ଶନ ଭାରତରେ ଦର୍ଶକଙ୍କ ଦ୍ୱାରା ଅଧିକ ଦେଖାଯାଇଥିବା ଚ୍ୟାନେଲ ହେଇସାରିଛି । ରାମାୟଣ ର ପ୍ରସାରଣ ଦ୍ୱାରା ଏହା ସମ୍ଭବ ହେଇପାରିଛି । ଏହି ଦିନ ରେ କେବଳ ରାମାୟଣ ହିଁ ନୁହେଁ ଏହାର କଳାକାର ମନେ ମଧ୍ୟ ସୋସିଆଲ ମିଡ଼ିଆ ରେ ପ୍ରସଦ୍ଧି ଲାଭ କରିଛନ୍ତି ।

ରାମ ,ସୀତା, ଲକ୍ଷ୍ମଣ,ହନୁମାନ,ରାବଣ,ସୁଗ୍ରୀବ ଓ ସୂର୍ପଣଖା ଆଦି ଙ୍କ ଵିଷୟ ରେ ଲୋକ ବହୁତ କିଛି ଜାଣିସାରିଛନ୍ତି କିନ୍ତୁ ରାମାୟଣ ଲବକୁଶ ଙ୍କ ବିନା ଅଧା ଅଧୁରା ଅଟେ। ଆପଣଙ୍କୁ ଜଣେଇଦେଉଛୁ କି ରାମାନନ୍ଦ ସାଗର ଙ୍କ ରାମାୟଣ ରେ ଲବକୁଶ ବିଶିଷ୍ଟ ପାତ୍ର ଥିଲେ କିନ୍ତୁ ରାମ ସୀତା ଙ୍କ ଚରିତ୍ର ରେ ଅଭିନୟ କରୁଥିବା ଦିଗଜ କଳାକାର ଙ୍କ ମଧ୍ୟରେ ଥିବା ସାଧାରଣ କଳାକାର ଙ୍କୁ ଲୋକେ ଭୁଲିଗଲେଣି ।

ଆପଣଙ୍କୁ ଜଣେଇଦେଉଛୁ କି ମୟୂରେଶ କ୍ଷେତ୍ରମଦେ ରାମାୟଣ ରେ ଲବ ଚରିତ୍ର ରେ ନଜର ଆସିଥିଲେ ଏବଂ ସ୍ୱପ୍ନିଲ ଯୋଶୀ କୁଶ ଚରିତ୍ର ରେ ନଜର ଆସିଥିଲେ।ରାମାୟଣ ର ଅନ୍ୟ କଳାକାର ଙ୍କ ଭଳି ଲବକୁଶ ମଧ୍ୟ ଆଜି ବଡ ହୋଇସାରିଛନ୍ତି।ତେବେ ଚାଲନ୍ତୁ ଜାଣିବା ବର୍ତ୍ତମାନ ସମୟରେ ଏମାନେ କଣ କରୁଛନ୍ତି ଏବଂ କେଉଁଠି ଅଛନ୍ତି ?

ରାମାୟଣ ରେ କୁଶ ଚରିତ୍ର ରେ ନଜର ଆସିଥିବା ୯ବର୍ଷ ର ସ୍ୱପ୍ନିଲ ଯୋଶୀ ବର୍ତ୍ତମାନ ୪୨ବର୍ଷ ର ହୋଇସାରିଛନ୍ତି।ସେ ବର୍ତ୍ତମାନ ଟିଭି ସହିତ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଜଣାଶୁଣା ଅଭିନେତା ଅଟନ୍ତି।୧୯୯୩ ମସିହା ରେ ସେ ରାମାନନ୍ଦ ସାଗର ଙ୍କ ଶ୍ରୀ କୃଷ୍ଣ ରେ କୁନି ଶ୍ରୀକୃଷ୍ଣ ଭାବେ ନଜର ଆସିଥିଲେ ଏହାପରେ ସେ ଅମାନତ,ହଦ କରଦି,ଦେଶ ପେ ନିକଲା ଚାନ୍ଦ ଭଳି କେତେକ ଧାରାବାହିକ ରେ ନଜର ଆସିଥିଲେ।

ସେ ନାନା ପାଟେକର ଙ୍କ ଗୁଲାମ-ଇ-ମୁସ୍ତାଫା ଫିଲ୍ମ ରେ ସହ ଅଭିନେତା ଭାବେ କାମ କରିଥିଲେ।ସ୍ୱପ୍ନିଲ ଜଣେ ଚମତ୍କାର ଅଭିନେତା ସହିତ ଜଣେ ସହୃଦୟ ବ୍ୟକ୍ତି ମଧ୍ୟ ଅଟନ୍ତି । ଲବ ଚରିତ୍ର ରେ ଅଭିନୟ କରିଥିବା ମୟୂରେଶ କ୍ଷେତ୍ରମଦେ ବର୍ତ୍ତମାନ ଆମେରିକା ର ଏକ ନିୟୁ ଏଜେନ୍ସି ରେ କାମ କରୁଛନ୍ତି।ସେ ଖୁବ ଭଲ ଅଭିନୟ କରୁଥିଲେ ତଥାପି ସେ ନିଜର ରୁଚି ଅନୁସା ରେ ଅଭିନୟ ତ୍ୟାଗ କରି କୌଣସି ଏକ ଘରୋଇ ସଂସ୍ଥା ରେ ସି.ଇ.ଓ. ଅଛନ୍ତି ।

ମୟୁରେଶ ଜଣେ ଭଲ ଲେଖକ ମଧ୍ୟ ଅଟନ୍ତି। ସେ ବିଦେଶ ର ଲେଖକ ଙ୍କ ସହିତ ମିଳିତଭାବେ ସ୍ପାଏ ଆଣ୍ଡ ଡେଭେଲୋପମେଣ୍ଟ ଭଳି ବହି ଲେଖିଛନ୍ତି। ସେ ପୂର୍ବରୁ ଅନେକ କମ୍ପାନୀ ରେ ପ୍ରବନ୍ଧକ ଭାବରେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସେ ଅଭିନୟ ସହିତ ଲେଖକ ଏବଂ ଏକ ବିଶ୍ୱସ୍ତ କର୍ମଚାରୀ ମଧ୍ୟ ହେଇପାରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button