ମନୋରଞ୍ଜନ

ଓଡିଶାର ଫେମସ କାମେଡିଆନ Jogesh (Jojo) ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଆମ ପଶ୍ଚିମ ଓଡିଶାର ଜଣେ ଫେମସ କମେଡିଆନ ଯୋଗେଶ ଜୋଜୋ ।

ଆପଣ ମାନ ସମସ୍ତେ ଜୋଜୋଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ଜଣେ ମଲ୍ଟି ଟ୍ୟାଲେନ୍ଟେଡ କଳାକାର ଅଟନ୍ତି । ବନ୍ଧୁଗଣ ଯୋଗେଶ ଏକା ଧାରାରେ ଜଣେ କମେଡିଆନ ହେବା ସହିତ ସେ ଜଣେ ଡ୍ୟାନ୍ସର, ଫିଲ୍ମ ମେକର ଓ କୋରିଓଗ୍ରାଫର ମଧ୍ୟ ଅଟନ୍ତି ।


ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯୋଗେଶ ଜୋଜୋଙ୍କର ଜୀବନୀ ଓ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଯୋଗେଶ ଜୋଜୋଙ୍କ ସଂପୂର୍ଣ୍ଣ ନାମ ହେଉଛି ଯୋଗେଶ ଓବୋର । ତାଙ୍କ ପିତାଙ୍କ ନାମ ହେଉଛି ଧନୁ ଓବୋର ଓ ତାଙ୍କ ମା’ଙ୍କ ନାମ ହେଉଛି ଜୟନ୍ତୀ ଓବୋର ।


ଯୋଗେଶ ୧୯୯୩ ମସିହାରେ ଜାନୁୟାରୀ ମାସରେ ରସିଆପଲ୍ଲିର ଏକ ମାଧ୍ୟମ ବର୍ଗ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ଜନ୍ମ ଆଧାରରେ ତାଙ୍କର ବର୍ତ୍ତମାନ ବୟସ ହେଉଛି ମାତ୍ର ୨୮ ବର୍ଷ ।ବନ୍ଧୁଗଣ ଯୋଗେଶ ରସିଆପଲ୍ଲି ସ୍କୁଲରେ ନିଜର ପାଠ ପଢାକୁ ପୂରଣ କରିଛନ୍ତି ଓ ଡିପିଏ କଲେଜରେ ନିଜର କଲେଜ ଟାଇମ ଅତିବାହିତ କରିଛନ୍ତି ।

 

ନିଜର ପାଠ ପଢାକୁ ଶେଷ କରିବା ପରେ ଯୋଗେଶ କେବଳ ୩୦୦୦ ଟଙ୍କାରେ ଏକ ପେଟ୍ରୋଲ ପମ୍ପରେ କାମ ମଧ୍ୟ କରିଛନ୍ତି । ଯୋଗେଶ ଏହି ପେଟ୍ରୋଲ ପମ୍ପରେ କାମ କରୁଥିବା ସମୟରେ ତାଙ୍କ ସ୍ତ୍ରୀ ଶିବାନୀଙ୍କୁ ପ୍ରେମ କରିଥିଲେ । ଯାହାଫଳରେ ୨୦୧୯ ମାର୍ଚ ମାସ ୧୩ ତାରିଖରେ ତାଙ୍କର ବିବାହ ମଧ୍ୟ ସାରିଛି ଶିବାନୀଙ୍କ ସହିତ ।


କିଛି ମାସ ପେଟ୍ରୋଲ ପମ୍ପରେ କାମ କରିବା ପରେ ସେ ତାଙ୍କ ଅଞ୍ଚଳର ଏକ ଆକଟିଙ୍ଗ ଆକାଡେମିରେ ଅଭିନୟ ଶିଖିଥିଲେ । କିଛି ସମୟ ଅଭିନୟ କରିବା ପରେ ସେ କେତେକ ବଡ ବଡ ଫିଲ୍ମରେ ଅଭିନୟ କରିଥିଲେ । ଏହା ବ୍ଯତୀତ ଜୋଜୋଙ୍କର ନିଜର ଏକ ୟୁଟ୍ଯୂବ ଚ୍ଯାନେଲ ଅଛି । ଯେଉଁଥିରେ ୪ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି ।

ବନ୍ଧୁଗଣ ଜୋଜୋ ଗୋଟେ ମାସରେ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଏହା ସହିତ ଗୋଟିଏ ସ୍ଟେଜ ସୋ ପାଇଁ ସେ ୫୦ ହଜାର ଟଙ୍କାର ଡିମାଣ୍ଡ କରନ୍ତି । ବନ୍ଧୁଗଣ ଏହି ସମସ୍ତ ତଥ୍ୟକୁ ଧ୍ୟାନରେ ରଖିଲେ ତାଙ୍କର ମୋଟ ସମ୍ପତ୍ତି ରହିଛି ୭୦ ରୁ ୮୦ ଲକ୍ଷ ଟଙ୍କା । ବନ୍ଧୁଗଣ ଯଦି ଆପଣଙ୍କୁ ଜୋଜୋଙ୍କ ଅଭିନୟ ଭଲ ଲାଗିଥାଏ, ତା ହେଲେ ଆମ ଚ୍ଯାନେଲକୁ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button