ସ୍ୱାସ୍ଥ୍ୟ

କଣ ଆପଣ ଅଣ୍ଡା ଖାଉଛନ୍ତି କି ? ତେବେ ନିଶ୍ଚୟ ଥରେ ଜାଣି ରଖନ୍ତୁ ଏହି କଥା- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଅଣ୍ଡା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହାଦ୍ବାରା ଆମ ଶରୀରକୁ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ। ଅଣ୍ଡା ରେ ପ୍ରୋଟିନ ଏବଂ କ୍ୟାଲସିୟମ ଭରପୁର ମାତ୍ରା ରେ ରହିଥାଏ ଏବଂ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ ଏବଂ ଏହା ଆମ ହାଡ଼ ଏବଂ ମାଂସପେଶୀ କୁ ମଜବୁତ କରିଥାଏ।ବନ୍ଧୁଗଣ ଅଣ୍ଡା ଖାଇବା ଦ୍ବାରା ଆମ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖା ଯାଇଥାଏ।

ଆଜି ଆମେ ଆପଣଂକୁ ସେହି ପରିବର୍ତ୍ତନ ସମ୍ବନ୍ଧରେ କହିବୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅଣ୍ଡା ଖାଇବା ଦ୍ଵାରା ଆମ ଶରୀରରେ କଣ ସବୁ ପରିବର୍ତ୍ତନ ହୋଇଥାଏ ଏବଂ ଏହାର ଚମତ୍କାରୀ ଫାଇଦା ସମ୍ବନ୍ଧରେ।

୧. ବନ୍ଧୁଗଣ ଅଣ୍ଡା ଖାଇବା ଦ୍ଵାରା ଏହା ଆମ ଆଖିର ପାୱାର କୁ ବଢାଇଥାଏ। ଅଣ୍ଡାରେ କେରୋଟିନ ର ପରିମାଣ ରହିଥାଏ ଯାହା ଆମ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଦ୍ଵାରା ଏହା ଆମ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହାସହିତ ଆଖିର ମାଂସପେଶୀ କୁ ଷ୍ଟ୍ରଙ୍ଗ କରିଥାଏ।

୨. ବନ୍ଧୁଗଣ ଅଣ୍ଡା ଖାଇବା ଦ୍ଵାରା ଏହା ଆମ ଶରୀରର ଓଜନ କମାଇବା ଏବଂ ବଢ଼ାଇବା ନିୟନ୍ତ୍ରଣ କରିଥାଏ। ଅଣ୍ଡା ଖାଇବା ପରେ ବହୁତ ସମୟ ପର୍ଯ୍ୟନ୍ତ କିଛି ଖାଇବାକୁ ଇଚ୍ଛା ହୋଇନଥାଏ ଏବଂ ଆମେ ବହୁତ ସମୟ ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇନଥାଉ ଯାହା ଆମ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ନିଜ ମୋଟାପଣ କୁ ନେଇ ଚିନ୍ତିତ ଅଛନ୍ତି ସେମାନେ ଅଣ୍ଡର ଧଳା ଅଂଶ ଖାଇବା ଉଚିତ କାରଣ ଅଣ୍ଡା ର କେଶର ରେ ବହୁତ ପରିମାଣରେ କୋଲେଷ୍ଟ୍ରଲ ରହିଥାଏ।

ଅଣ୍ଡା ର କେଶର ପତଳା ବ୍ୟକ୍ତି ଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଏହାଦ୍ବାରା ଖୁବ ଶୀଘ୍ର ଓଜନ ବଢ଼ିଥାଏ। ଯେଉଁ ମାନେ ନିଜ ପତଳା ଶରୀର କୁ ନେଇ ଚିନ୍ତିତ ଅଛନ୍ତି ସେମାନଙ୍କ ପାଇଁ ଅଣ୍ଡା ର କେଶର କୌଣସି ବରଦାନ ଠାରୁ କମ ନୁହେଁ।

୩. ବନ୍ଧୁଗଣ ଅଣ୍ଡା ଖାଇବା ଦ୍ବାରା ସ୍ମରଣ ଶକ୍ତି ତେଜ ହୋଇଥାଏ ଏବଂ ଏହା ଦ୍ବାରା ମାଇଣ୍ଡ ସର୍ବଦା ଆକ୍ଟିଭ ରହିଥାଏ। ଏଥିରେ ଥିବା ଭିଟାମିନ ବି12 ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।ଏହା ଟେନ୍ସନ ଏବଂ ଡିପ୍ରେସନ କୁ ଦୂର କରିଥାଏ।

୪. ବନ୍ଧୁଗଣ ଅଣ୍ଡା ଖାଇବା ଦ୍ଵାରା ଶରୀରକୁ ଏନର୍ଜୀ ମିଳିଥାଏ। ପ୍ରତିଦିନ ସକାଳେ ବ୍ରେକଫାଷ୍ଟ ରେ ଅଣ୍ଡା ଖାଇବା ଦ୍ବାରା ପୁରା ଦିନ ଆମ ଶରୀରକୁ ଏନର୍ଜୀ ମିଳିଥାଏ।ତେଣୁ ପ୍ରାୟତଃ ବ୍ୟକ୍ତି ବ୍ରେକଫାଷ୍ଟ ରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି।

୫. ବନ୍ଧୁଗଣ ଅଣ୍ଡା ଆମ କେଶ ଏବଂ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଣ୍ଡା ର ହଳଦିଆ ଭାଗ ଆମ କେଶ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଆମ କେଶକୁ ଘନ ଏବଂ ମଜବୁତ କରିଥାଏ। ଏହାସହିତ ଅଣ୍ଡା ର ଧଳା ଅଂଶ ମୁହଁରେ ଫେସପ୍ୟାକ ଭଳି ଲଗାଇବା ଦ୍ୱାରା ମୁହଁ ଗ୍ଲୋ କରିଥାଏ ଏବଂ ରୀଙ୍କଲ୍ସ ଅସୁବିଧା ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button