ସ୍ୱାସ୍ଥ୍ୟ

ମାତ୍ର ୧୦ ମିନିଟରେ କାଶ ଭଲ ହୋଇଯିବ, କରନ୍ତୁ ଏହି ଗୋଟିଏ ଉପାୟ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମଣିଷ ଜୀବନରେ ବିଭିନ୍ନ ପ୍ରକାର ରୋଗ ଦେଖା ଯାଇଥାଏ । ଥଣ୍ଡା କାଶରୋଗ ଏକ ଏମିତି ରୋଗ ଯାହା ବହୁତ ସମୟ ଧରି ଲାଗିରହିଥାଏ । ଏହି ଥଣ୍ଡା କାଶ ରୋଗ କୁ ଦୁରେଇବା ପାଇଁ ଆମେ ବିଭିନ୍ନ ପ୍ରକାର ପ୍ରୟାସ କରିଥାଉ ଏବଂ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧର ସେବନ ମଧ୍ୟ କରିଥାଉ ହେଲେ ଆମ ଦେହରୁ ଥଣ୍ଡା କିଛି ଦିନ ପାଇଁ ଦୁରେଇ ଯାଇଥାଏ ହେଲେ ସବୁଦିନ ପାଇଁ ଦୁରେଇ ନଥାଏ । ଏହି କାଶ ଯୋଗୁ ବହୁତ ସମସ୍ୟା ମଧ୍ୟ ଦେଖାଯାଏ ।

ଯାହାଦ୍ଵାରା ତଣ୍ଟି ଦରଜ ମଧ୍ୟ ହୋଇଥାଏ । କାଶ ପ୍ରାୟତଃ ରାତ୍ରି ସମୟରେ ବହୁତ ହୋଇଥାଏ ଯାହା ଦ୍ଵାରା ଶୋଇବାରେ ବହୁତ କଷ୍ଟ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଏମିତି ଉପାୟ ବିଷୟରେ ଜାଣିବା ଯାହା ଆମ କାଶକୁ ସବୁଦିନ ପାଇଁ ଦୁରେଇଦେବ । ଏହା ଛୋଟଠୁ ନେଇକି ବଡ ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ । ତେବେ ଆସନ୍ତୁ ବନ୍ଧୁଗଣ ସେହି ଦୁଇଟି ଉପାୟ ବିଷୟରେ ଜାଣିବା ।

ବନ୍ଧୁଗଣ ଏହି ସିରପ ବନେଇବା ପାଇଁ ପ୍ରଥମେ ଏକ ପାତ୍ର ନେଇକି ଚୁଲା ରେ ବସାନ୍ତୁ । ଏହାପରେ ଏଥିରେ ଏକ ଗ୍ଲାସ ପାଣି ନିଅନ୍ତୁ ଏବଂ ଏହାପରେ ଏଥିରେ ୪ ରୁ ୫ଟି ଲବଙ୍ଗ ନେଇକି ସେଥିରେ ପକେଇକି ସେହି ପାଣିକୁ ୫ ମିନିଟ ପାଇଁ ଫୁଟିବାକୁ ଦିଅନ୍ତୁ । ପାଣି ପ୍ରାୟତଃ ଅଧା ହୋଇଯିବ ଏବଂ ଲବଙ୍ଗର ସବୁ ପୋଷାକ ସେଥିରେ ମିଶିଯିବ ଏହା ଫଳରେ ପାଣିର ରଙ୍ଗ ହାଲୁକା ହଳଦିଆ ଦେଖାଯିବ । ଏହା ପରେ ଚୁଲା ବନ୍ଦ କରି ଏହି ମିଶ୍ରଣକୁ ୨ ରୁ ୩ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ।

 

ଏହା ହାଲୁକା ଥଣ୍ଡା ହୋଇଗଲା ପରେ ଏହାକୁ ଏକ ଛଣା ସାହାଯ୍ୟରେ ଛାଣି ନିଅନ୍ତୁ । ଏହାପରେ ଏହାକୁ ଏକ ଗ୍ଲାସ ରେ ରଖନ୍ତୁ ଏବଂ ଏବେ ଏଥିରେ ସବୁଠୁ ଦରକାରୀ ଜିନିଷ ଯାହାକି ମହୁ ଏଥିରେ ମିଶାନ୍ତୁ । ଏକ ଚାମଚ ମହୁ ଏଥିରେ ମିଶାଇ ଏହି ମିଶ୍ରଣକୁ ଗୋଳାଇନିଅନ୍ତୁ । ତେବେ ଜାଣନ୍ତୁ ଏହାକୁ କେମିତି ବ୍ୟବହାର କରିଯିବ । ଆପଣଙ୍କୁ ଯେଉଁ ଅନୁସାରେ ଥଣ୍ଡା ହୋଇଥିବ ଆପଣ ସେହି ଅନୁସାରେ ଏହାକୁ ସେବନ କରିବେ ।

କମ ଥଣ୍ଡା ହୋଇଥିଲେ ଏହି ମିଶ୍ରଣକୁ ଆପଣ ସକାଳ ଓ ରାତି ସମୟରେ ସେବନ କରନ୍ତୁ । ଯଦି ଆପଣଙ୍କୁ ଅଧିକ ଥଣ୍ଡା ହୋଇଥାଏ ତେବେ ଏହାକୁ ଆପଣ ୩ ରୁ ୪ ଥର ସେବନ କରିବେ । ଛୋଟ ଛୁଆକୁ ୩ ରୁ ୪ ଥର କରି ଏହାକୁ ସେବନ କରେଇପାରିବେ । ଆପଣଙ୍କୁ ପ୍ରଥମ ଦିନରୁ ହିଁ ଫରକ ଦେଖିବାକୁ ମିଳିବ ।

ତେବେ ଆସନ୍ତୁ ଜାଣିବା ଦ୍ଵିତୀୟ ଉପାୟ ବିଷୟରେ । ବନ୍ଧୁଗଣ କାଶ ଏକ ଏମିତି ସମସ୍ୟା ଯାହା ବହୁତ କଷ୍ଟ ଦେଇଥାଏ । କାଶ ପ୍ରାୟତଃ ରାତ୍ରି ସମୟରେ ବେଶୀ ହୋଇଥାଏ । ଏହାଦ୍ଵାରା ଶୋଇବା ବି ମଧ୍ୟ ବହୁତ କଷ୍ଟ ହୋଇଥାଏ ଏବଂ ତଣ୍ଟି ଦରଜ ହୋଇଯାଇଥାଏ । ତେବେ ବନ୍ଧୁଗଣ ଏହି କଷ୍ଟ କୁ ଦୂର କରିବା ପାଇଁ ଶୋଇବା ସମୟରେ ଏକ ଲବଙ୍ଗ ନେଇକି ଦାନ୍ତ କଣରେ ଚାପି ରଖନ୍ତୁ । ଏହି ଲବଙ୍ଗକୁ ଟିକେ ଘସିକି ଦାନ୍ତ ମଝିରେ ରଖିବେ କାରଣ ଏହାଦ୍ଵାରା ଲବଙ୍ଗର ରଶ ବାହାରି ଥାଏ ।

ଏହାକୁ ପୁରା ରାତି ଦାନ୍ତରେ ଜାକି ସୋଇବେ । ଆପଣଙ୍କୁ ବହୁତ ଭଲ ନିଦ ଆସିବ ଏବଂ ରାତିରେ ତଣ୍ଟି ଦରଜ ମଧ୍ୟ ହେବ ନାହିଁ ଆଉ କିଛି ସେକେଣ୍ଡ ମଧ୍ୟରେ ଆପଣଙ୍କ କାଶ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଏହି ଦୁଇଟି ଉପାୟ କରିକି ନିଶ୍ଚିତ ଦେଖନ୍ତୁ ଆପଣଙ୍କ ସମସ୍ୟା ର ସମାଧାନ ହୋଇଯିବ । ଆପଣଙ୍କ କାଶ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯିବ ଯାହାଦ୍ଵାରା ଆପଣ ସବୁବେଳେ ସୁସ୍ଥ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button