ମନୋରଞ୍ଜନ

Akshay Kumar ଙ୍କ ଗର୍ଲଫ୍ରେଣ୍ଡ ରହି ସାରିଛନ୍ତି Bollywood ର ଏହି 3 ଜଣ ଅଭିନେତ୍ରୀ, 2 ନମ୍ବର ଙ୍କ ସହିତ ତ ନିର୍ବନ୍ଧ ବି କରି ସାରିଥିଲେ

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଖିଲାଡ଼ି କୁମାର ଙ୍କ ନାମରେ ପରିଚିତ ଥିବା ସଫଳ ଅଭିନେତା ଆଉ କେହି ନୁହେଁ , ସେ ହେଉଛନ୍ତି ଅକ୍ଷୟ କୁମାର । ସେ ଏହି ନାମରେ ପରିଚିତ ହେବା କାରଣ ହେଉଛି, ସେ ତାଙ୍କର ସବୁ ଫିଲ୍ମରେ ନିଜେ ଷ୍ଟନ୍ଟ କରିଥାନ୍ତି । ସେ ତାଙ୍କ ଫିଲ୍ମରେ ବହୁତ୍ ଗୁଡ଼ିଏ ଷ୍ଟନ୍ଟ ନିଜେ ନିର୍ଦ୍ଦେଶିତ ମଧ୍ୟ କରିଛନ୍ତି , ଅକ୍ଷୟ କୁମାର ବର୍ଷକୁ ୪ ରୁ ୫ ଟି ଫିଲ୍ମ୍ ରିଲିଜ କରିଥାନ୍ତି । ଏଥି ଲାଗି ଦର୍ଶକ ମାନେ ତାଙ୍କ ଆଗାମୀ ଫିଲ୍ମ୍ ଦେଖିବା ପାଇଁ ବହୁତ୍ ଉତ୍ସାହିତ ହୋଇଥାନ୍ତି । ବନ୍ଧୁଗଣ ଏହା ସହ ଅକ୍ଷୟ କୁମାର ଧନ ଅର୍ଜନ କରିବା ସହ , ହିନ୍ଦୀ ଚଳଚିତ୍ର ଜଗତର ଏକ ନାମୀ ଦାମୀ ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି , ଏବଂ ସେ ତାଙ୍କ ପତ୍ନୀ ଟୁଇକଲ୍ ଖନ୍ନା ସହ ଖୁସି ଖୁସି ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

କିନ୍ତୁ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଟୁଇକଲ୍ ଖନ୍ନା ସହ ବିବାହ ବନ୍ଧନରେ ବାନ୍ଧି ହେବା ଆଗରୁ ଅକ୍ଷୟ କୁମାର ଙ୍କ ନାମ ବହୁତ୍ ବଲିଉଡ୍ ଅଭିନେତ୍ରୀ ମାନଙ୍କ ସହ ଯୋଡ଼ା ଯାଇଥିଲା , ତାଙ୍କର ଅନେକ ବଡ଼ ବଡ଼ ଅଭିନେତ୍ରୀ ମାନଙ୍କୁ ସହ ଲଭ୍ ଆଫେୟର ଥିଲା । ତେବେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ବଲିଉଡ୍ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଖିଲାଡ଼ି କୁମାରଙ୍କ ସହ ଲଭ୍ ଆଫେୟାର ରହିଥିଲା ।

୧. ଆୟେଶା ଯୁଲକା – ବନ୍ଧୁଗଣ ବହୁତ୍ ହିଁ କମ୍ ଲୋକ ଜାଣିଛନ୍ତି ଯେ , ହିନ୍ଦୀ ଚଳଚିତ୍ର ଜଗତର ଖିଲାଡ଼ି କୁମାର ଅର୍ଥାତ୍ ଅକ୍ଷୟ କୁମାର ଙ୍କ ଲଭ୍ ଆଫେୟର ସେହି ସମୟର ହିନ୍ଦୀ ଚଳଚିତ୍ର ଜଗତର ବହୁ ଚର୍ଚ୍ଚିତ ସୁନ୍ଦରୀ ଅଭିନେତ୍ରୀ ଆୟେଶା ଯୁଲକା ଙ୍କ ସହ ରହିଥିଲା । ସେହି ସମୟରେ ଏହି ଦୁଇ ଜଣଙ୍କର ସମ୍ପର୍କ ଅନେକ ଚର୍ଚ୍ଚା ରେ ଥିଲା ,କିନ୍ତୁ ବନ୍ଧୁଗଣ ଦୁହେଁ କେବେ ହେଲେ ନିଜ ସମ୍ପର୍କର ବିଷୟରେ ଗଣ ମାଧ୍ୟମରେ ସ୍ବୀକାର କରିନଥିଲେ ।

ବନ୍ଧୁଗଣ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ୧୯୯୨ ମସିହାରେ ଆସିଥିବା ଫିଲ୍ମ୍ “ଖିଲାଡ଼ି” ରେ ଏକା ସହ ଅଭିନୟ କରିଥିଲେ । ଏହି ଫିଲ୍ମ୍ ରେ ଏମାନଙ୍କ ଯୋଡିକୁ ଲୋକେ ବହୁତ୍ ପସନ୍ଦ କରିଥିଲେ , ଏହି ଫିଲ୍ମରେ ଦୁହେଁ ବହୁତ୍ ଭଲ ରୋମାଣ୍ଟିକ ସିନ୍ ଦେଇଥିଲେ । ଏହା ପରେ ଦୁହେଁ ପରସ୍ପରର ନିକଟ ତର ହୋଇଥିଲେ , ଏବଂ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ ।କିନ୍ତୁ ସମୟର ସହ ଦୁହେଁ ଅଲଗା ହୋଇଯାଇଥିଲେ।

୨. ରବିନା ଟଣ୍ଡନ୍ – ବନ୍ଧୁଗଣ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନ୍ ଙ୍କ ପ୍ରେମ ସଂପର୍କ ବିଷୟରେ କିଏ ଅବା ଅଜଣା ଅଟେ । ଗୋଟେ ସମୟରେ ଦୁହିଁଙ୍କର ପ୍ରେମ ସଂପର୍କର ଚର୍ଚ୍ଚା ଶିଖରରେ ଥିଲା । ରୁବିନା ତଣ୍ଡନ୍ ଏବଂ ଅକ୍ଷୟ କୁମାର ୧୯୯୪ ମସିହା ରେ ଆସିଥିବା ଫିଲ୍ମ୍ “ମୋହୋରା”ରେ ଅଭିନୟ କରୁଥିବା ସମୟରେ ପ୍ରେମ ସମ୍ପର୍କକୁ ଆସିଥିଲେ , ଦୁହେଁ ଗୋପନୀୟ ଭାବେ ବହୁତ୍ ସମୟ ଏକା ସହ ଅତିବାହିତ କରୁଥିଲେ ଏବଂ ବନ୍ଧୁଗଣ ସେମାନେ ରିଙ୍ଗ ସେରିମନି ମଧ୍ୟ କରିଦେଇଥିଲେ , ଏହା ରୁବିନା ତଣ୍ଡନ୍ ତାଙ୍କର ଏକ ଇଂଟର୍ବିୟୁ ରେ ସ୍ବୀକାର କରିଥିଲେ । କିନ୍ତୁ ତାଙ୍କର ସମ୍ପର୍କ ବହୁତ୍ ଦିନ ଯାଏଁ ଚାଲିପାରି ନଥିଲା ଏବଂ ଦୁହେଁ ପରସ୍ପର ଠାରୁ ଦୂରେଇ ଯାଇଥିଲେ ।

୩. ଶିଳ୍ପା ସେଟ୍ଟୀ- ବନ୍ଧୁଗଣ ଅଭିନେତ୍ରୀ ‘ଶିଳ୍ପା ସେଟ୍ଟୀ’ ଏବଂ ଅକ୍ଷୟ କୁମାର ଙ୍କ ମଧ୍ୟ ଲଭ ଆଫେୟାର ଚାଲିଥିଲା। ଦୁହେଁ ପରସ୍ପର ଙ୍କ ସହିତ ପ୍ରାୟ ୧ବର୍ଷ ପର୍ଯ୍ୟନ୍ତ ରିଲେସନ ରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅକ୍ଷୟ ଙ୍କ ଜୀବନରେ ଟ୍ଵିଙ୍କିଲ ଖାନ୍ନା ଆସିଥିଲେ। ଟ୍ଵିଙ୍କିଲ ଏବଂ ଶିଳ୍ପା ଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଥିଲା। ଯେତେବେଳେ ଶିଳ୍ପା ସେଟ୍ଟୀ ଅକ୍ଷୟ କୁମାର ଏବଂ ଟ୍ଵିଙ୍କିଲ ଖାନ୍ନା ଙ୍କ ସମ୍ବନ୍ଧରେ ଜାଣିଲେ ସେବେ ସେ ସ୍ୱୟଂ ଅକ୍ଷୟ ଙ୍କ ଜୀବନରୁ ଦୂରକୁ ଚାଲିଗଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button