ମନୋରଞ୍ଜନ

ଫେମସ ହେବା ମାତ୍ରେ Bollywood ର ଏହି 4 ଜଣ Actress ନିଜ ପ୍ରେମକୁ ହିଁ ଦେଲେ ଧୋକା, 2 ନମ୍ବର ଯୋଡି ତ ଲିଭ ଇନ ରେ ବି ରହି ସାରିଛନ୍ତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଙ୍କୁ କେବେ ନା କେବେ ନିଶ୍ଚିତ ଭାବରେ ପ୍ରେମ ହୋଇଥାଏ। କିଛି ବ୍ୟକ୍ତି ନିଜ ଭଲ ପାଇବାକୁ ବ୍ୟକ୍ତ କରିବାରେ ସକ୍ଷମ ଥାଆନ୍ତି ଏବଂ କିଛି ବ୍ୟକ୍ତି ନିଜର ଅନ୍ୟ ସମ୍ପର୍କ କୁ ବଞ୍ଚାଇବା ନିମନ୍ତେ ଏକ ତରଫା ଭଲ ପାଇବାରେ ବିଶ୍ୱାସ ରଖନ୍ତି।କାରଣ ଯାହା ବି ହେଇଥାଉ ନା କାହିଁକି ଭଲ ପାଇବାର ନାଁ ଶୁଣିଲେ ଆଖି ସାମ୍ନା ରେ ସେହି ବ୍ୟକ୍ତି ର ପ୍ରତିଛବି ଆସିଯାଏ। ବଲିଉଡ ର କିଛି ଅଭିନେତ୍ରୀ ମାନେ ମଧ୍ୟ ଭଲ ପାଇଥିଲେ।

କିନ୍ତୁ ସଫଳତା ହାସଲ କରିବା ପରେ ଏମାନେ ନିଜ ପାର୍ଟନର ଙ୍କ ହାତ ମଝି ରାସ୍ତା ରୁ ହିଁ ଛାଡ଼ି ଦେଇଥିଲେ। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଅନୁଷ୍କା ଶର୍ମା- ବର୍ତ୍ତମାନ ସମୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲି ଙ୍କ ଯୋଡ଼ି ଦର୍ଶକ ମାନଙ୍କ ପ୍ରିୟ ଯୋଡ଼ି ସାଜିଛି ସତ, କିନ୍ତୁ ବିରାଟ ଙ୍କ ପୂର୍ବରୁ ଅନୁଷ୍କା ଙ୍କ ମନରେ ‘ଜୋହେଫ ୟୁସୁଫ’ ଥିଲେ।ଏହି ଯୋଡି ମଡେଲିଙ୍ଗ କରୁଥିବା ସମୟରେ ପରସ୍ପର ଙ୍କୁ ବାଙ୍ଗାଲୁର ରେ ସାକ୍ଷାତ କରିଥିଲେ ଏବଂ ପରସ୍ପର ଙ୍କୁ ଡେଟ କରିଥିଲେ। ଉଭୟ ନିଜ କ୍ୟାରିଅର ପାଇଁ ମୁମ୍ବାଇ ଆସିଥିଲେ। ଅନୁଷ୍କା ଙ୍କୁ ୟସ ରାଜ ବ୍ୟାନର ଙ୍କ ଫିଲ୍ମ ‘ରବ୍ ନେ ବନାଦୀ ଯୋଡ଼ି’ ମିଳିବା ପରେ ଏହି ଯୋଡି ଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ଏବଂ ଉଭୟ ପରସ୍ପର ଙ୍କ ସହିତ ବ୍ରେକଅପ କରିବା ଉଚିତ ଭାବିଥିଲେ।

୨. ଦୀପିକା ପାଦୁକୋନ- ବଲିଉଡ ଅଭିନେତ୍ରୀ ‘ଦୀପିକା ପାଦୁକୋନ’ ମଡେଲିଙ୍ଗ କରୁଥିବା ସମୟରେ ‘ନିହାର ପାଣ୍ଡ୍ୟା’ ଙ୍କ ସହିତ ତାଙ୍କର ମୁମ୍ବାଇ ରେ ଏକ ଆକ୍ଟିଂଗ ସ୍କୁଲ ରେ ସାକ୍ଷାତ ହୋଇଥିଲା। ଏହି ଯୋଡ଼ି ପରସ୍ପର ଙ୍କୁ ଡେଟ କରିଥିଲେ ଏବଂ ଲିଭ ଇନ ରିଲେସନ ରେ ମଧ୍ୟ ରହିଥିଲେ। କିନ୍ତୁ ପରେ ଏହି ଯୋଡ଼ିଙ୍କ ବ୍ରେକଅପ ହୋଇଯାଇଥିଲା।

୩. ପ୍ରିୟଙ୍କା ଚୋପ୍ରା- ପ୍ରସିଦ୍ଧି ହାସଲ କରିବା ପୂର୍ବରୁ ଅଭିନେତ୍ରୀ ‘ପ୍ରିୟଙ୍କା ଚୋପ୍ରା’ , ‘ଆସିମ ମର୍ଚ୍ୟାଣ୍ଟ’ ଙ୍କୁ ଡେଟ କରିଥିଲେ। ଏହି ଯୋଡି ଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ଏବଂ ପ୍ରାୟତଃ ଏମାନେ ଝଗଡ଼ା ରେ ଲିପ୍ତ ରହୁଥିଲେ। ପରସ୍ପର ଙ୍କ ସହିତ ମତଭେଦ କାରଣରୁ ଏହି ଯୋଡି ପରସ୍ପର ଙ୍କ ସହିତ ବ୍ରେକଅପ କରିଥିଲେ।

୪. ଆଲ୍ୟା ଭଟ୍ଟ- ବର୍ତ୍ତମାନ ସମୟରେ ଅଭିନେତା ରଂବୀର କପୁର ଙ୍କ ସହିତ ରିଲେସନ ରେ ଥିବା ଅଭିନେତ୍ରୀ ‘ଆଲ୍ୟା ଭଟ୍ଟ’, ‘ଅଲ୍ଲୀ ଦଦରକର’ ଙ୍କୁ ଡେଟ କରୁଥିଲେ ଏବଂ ରିଲେସନ ରେ ଥିଲେ। ଆଲ୍ୟା ଏବଂ ଅଲ୍ଲୀ ପିଲା ଦିନର ସାଙ୍ଗ ଥିଲେ। କିନ୍ତୁ ଯେବେ ଅଭିନେତ୍ରୀ ଆଲ୍ୟା ଭଟ୍ଟ ନିଜର ଡେବ୍ୟୁଟ ଫିଲ୍ମ ‘ସ୍ତୁଡେଣ୍ଟ ଅଫ ଦ ୟର’ ରେ ଅଭିନୟ କରିଥିଲେ ସେହି ସମୟରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଙ୍କ ସହିତ ତାଙ୍କ ସମ୍ପର୍କ ଗଭୀର ହେବାରେ ଲାଗିଥିଲା। ଏହି କାରଣରୁ ଆଲ୍ୟା ଏବଂ ଅଲ୍ଲୀ ପରସ୍ପର ଙ୍କ ସହିତ ବ୍ରେକଅପ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button