ନୀତି

ଯଦି ବିଦ୍ୟାର୍ଥୀ ମାନଙ୍କ ପାଖରେ ଥାଏ ଏହି ୪ଟି ଲକ୍ଷଣ ତ ସେମାନଙ୍କ ଉପରେ ସବୁବେଳେ ରହିଥାଏ ମା’ ସରସ୍ଵତୀଙ୍କ କୃପା- Vidur Niti

ବନ୍ଧୁଗଣ ମହାତ୍ମା ବିଦୂର ନିଜ ନୀତି ରେ ବିଦ୍ୟାର୍ଥୀ ଙ୍କ ପାଇଁ ଚାର ଟି ଏପରି ଲକ୍ଷଣ ବିଷୟରେ କହିଛନ୍ତି କି ଯଦି ଏହି ଚାର ଟି ଲକ୍ଷଣ ବିଦ୍ୟାର୍ଥୀ ଙ୍କ ପାଖରେ ଦେଖାଯାଏ ତେବେ ସେହି ବିଦ୍ୟାର୍ଥୀ ଙ୍କ ଉପରେ ମାତା ସରସ୍ବତୀ ଙ୍କ ଆଶୀର୍ବାଦ ରହିଛି। ମହାତ୍ମା ବିଦୂର ଯିଏ ଧର୍ମ ରାଜ ର ଅଵତାର ଥିଲେ। ସେ ହସ୍ତିନା ପୁର ର ପ୍ରଧାନ ମନ୍ତ୍ରୀ ଓ କୌରବ ଓ ପାଣ୍ଡବଙ୍କ ର କାକା ଥିଲେ। ଅଭିଶାପ ଯୋଗୁଁ ତାଙ୍କୁ ଏକ ଦାସି ର ଘରେ ଜନ୍ମ ନେବାକୁ ପଡିଥିଲା। କିନ୍ତୁ ତା ସତ୍ତ୍ୱେ ସେ ଜଣେ ମହାନ ଜ୍ଞାନୀ ଏବଂ ଜଣେ ଭଲ ନୀତିକାର ଥିଲେ। ମହାତ୍ମା ବିଦୂର ଙ୍କ ନୀତି ଏଥିପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଥିଲା କାରଣ ସ୍ଵୟଂ ଯମରାଜ ଙ୍କ ଅବତାର ଥିଲେ। ଏବଂ ସେ ଜାଣିଥିଲେ କି କେଉଁ କାର୍ଯ୍ୟ କଲେ ଲୋକ ଖୁସି ରେ ରହିବେ ଏବଂ କେଉଁ କାର୍ଯ୍ୟ କଲେ ଲୋକମାନେ ଦୁଃଖ ରେ ରହିବେ।

ସେ ନିଜର ନୀତି ଗ୍ରନ୍ଥରେ ଅନେକ ପ୍ରକାର ନୀତି ର ବର୍ଣ୍ଣନା କରାଯାଇଛି ଯାହାକୁ ଆଗ ପିଢି ର ମନୁଷ୍ୟ ମାନେ ନିଜ ଜୀବନରେ ଗ୍ରହଣ କରିବେ। ଆମେ ଏପରି ବି କହିପାରିବା କି ଧର୍ମ ରାଜା ହିଁ ମନୁଷ୍ୟ କୁ ସଫଳତାର ଚାବିକାଠି ଦର୍ଶେଇଛନ୍ତି। ତେବେ ଚାଲନ୍ତୁ ଜାଣିନେବା ମହାତ୍ମା ବିଦୂର ଙ୍କ ସେହି ନୀତି ଗୁଡିକ କଣ?

ଯଦି ଆପଣଙ୍କ ପିଲାମାନଙ୍କ ଭିତରେ ଏହି ନୀତି ବା ଗୁଣ ଦେଖାଯାଏ ତେବେ ତାକୁ ମାତା ସରସ୍ବତୀଙ୍କ ଆଶୀର୍ବାଦ ବୋଲି ମାଣିନେବା। ତାଙ୍କର ପ୍ରତ୍ୟେକ ବାଣୀ ରେ ମାତା ସରସ୍ୱତୀ ବାସ କରନ୍ତି। ଏବଂ ଏହି ପିଲାମାନେ ବହୁତ ବୁଦ୍ଧିମାନ ଓ ଗୁଣବାନ ହୋଇଥାନ୍ତି ଏବଂ ତା ସହ ମଧୁର ଭାଷୀ ମଧ୍ୟ ଥାଆନ୍ତି। ଏଭଳି ପିଲାମାନଙ୍କ ପାଇଁ ତାଙ୍କ ବାପା ମାଆ ବହୁତ ଗର୍ବ ଅନୁଭବ କରିଥାନ୍ତି। ଶାସ୍ତ୍ର ଅନୁସାରେ ଯେଉଁ ବିଦ୍ୟର୍ଥୀ ମାନଙ୍କ ଉପରେ ମାତା ସରସ୍ବତୀ ଙ୍କ ଆଶୀର୍ବାଦ ରହିଥାଏ। ସେମାନେ ବହୁତ ପତଳା ଥାନ୍ତି। ଏମାନଙ୍କ ଚୁଟି ବହୁତ ଘନ ଥାଏ। ଏମାନେ ଅନୁଶାସନ ପ୍ରିୟ ଥାଆନ୍ତି। ଏବଂ ଛୋଟବେଳୁ ତାଙ୍କ ହାଡ଼ ଭାଙ୍ଗିବା କିମ୍ବା ଦୁର୍ବଳ ହେବା ଭଳି ରୋଗ ଦେଖାଯାଏ।

୧- ପ୍ରଥମ ଲକ୍ଷଣ ହେଲା ଶୀତ ଗରମ ରେ ତଟସ୍ତ। ମହାତ୍ମା ବିଦୂର ଙ୍କ ଅନୁସାରେ ଯେଉଁ ପିଲା ଶୀତ ଗରମ ରେ ତଟସ୍ତ ଭାବରେ ନିଜର ପାଠକୁ ପଢ଼ିଥାଏ। ସେ ନିଜ ଜୀବନରେ ଅନେକ ଉନ୍ନତି କରିବ। ଯେତେ ବି କଷ୍ଟ ହେଉ କିମ୍ବା ଶୀତ ଲାଗୁ କିମ୍ବା ଗରମ ସେହି ସମୟରେ ମଧ୍ୟ ନିଜ ପାଠ ପଢ଼ା ଜାରି ରଖନ୍ତି ତେବେ ତାଙ୍କ ଉପରେ ମାତା ସରସ୍ଵତୀଙ୍କ ର ଆଶୀର୍ବାଦ ରହିଛି।

୨- ଦ୍ୱିତୀୟ ଲକ୍ଷଣ ହେଉଛି ଅମିରି ଓ ଗରିବୀ। ମହାତ୍ମା ବିଦୂର ଙ୍କ ଅନୁସାରେ ଯିଏ ଗରିବ ହୋଇ ଲାଜ କରନ୍ତି ନାହିଁ ଏବଂ ଯିଏ ଧନୀ ଥାଇ ମଧ୍ୟ ଗର୍ବ କରନ୍ତି ନାହିଁ ସେହି ମାନଙ୍କ ଉପରେ ମାତା ସରସ୍ଵତୀଙ୍କ ର ଆଶୀର୍ବାଦ ରହିଥାଏ।

୩- ତୃତୀୟ ଲକ୍ଷଣ ହେଉଛି ପ୍ରେମ ଓ ଘୃଣା କୁ ସହ୍ୟ କରିଲବାଲା। ମହାତ୍ମା ବିଦୂର ଙ୍କ ଅନୁସାରେ ଯେଉଁ ପିଲା ଅଧିକ ପ୍ରେମ ତଥା ଅଧିକ ଘୃଣା ମିଳେ ତେବେ ସେ ତାକୁ ଅଣଦେଖା କରି କେବଳ ନିଜର ପାଠ ପଢେ ସେମାନଙ୍କ ଉପରେ ମାତା ସରସ୍ଵତୀଙ୍କ ର ଆଶୀର୍ବାଦ ରହିଥାଏ।

୪- ଚତୁର୍ଥ ଲକ୍ଷଣ ହେଉଛି ସ୍ୱାର୍ଥ ଏବଂ ଉଦାଣ୍ଡତା। ମହାତ୍ମା ବିଦୂର ଙ୍କ ଅନୁସାରେ ଯେଉଁ ପିଲାମାନେ କୌଣସି ପ୍ରକାର ର ସ୍ୱାର୍ଥ ରଖନ୍ତି ନାହିଁ ଏବଂ କୌଣସି ପ୍ରକାର ର ଉଦଣ୍ଡତା ହୁଅନ୍ତି ନାହିଁ।ସେହିଭଳି ପିଲାମାନଙ୍କ ଉପରେ ମାତା ସରସ୍ଵତୀଙ୍କ ର ଆଶୀର୍ବାଦ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button