ମନୋରଞ୍ଜନ

ଫିଲ୍ମ “ଜାନୱର” ର Child Actor ଙ୍କ ସମେତ Bollywood ର ଏହି 5 ଜଣ Child Actor ଆଜି ବଡ ହୋଇ ଦେଖା ଯାଉଛନ୍ତି ବହୁତ ହ୍ୟାଣ୍ଡସମ

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ନୂତନ ଵିଷୟ ସମ୍ବନ୍ଧରେ । ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ସମ୍ୱନ୍ଧୀୟ କିଛି ଖବର ସମ୍ପର୍କରେ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, କୌଣସି ଭି ଫିଲ୍ମ ରେ ନାୟକ ନାୟିକା ଏବଂ ଖଳନାୟକ ର ଚରିତ୍ର ଯେତେ ଗୁରୁତ୍ୱପୂର୍ଣ୍ଣ ସେହିପରି ଫିଲ୍ମ ରେ ଅଭିନୟ କରୁଥିବା ବାଲ୍ୟ କଳାକାର ଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେମାନେ ଫିଲ୍ମ କୁ ଅଧିକ ମନୋହର ତଥା ଆଗ୍ରହଜନକ ବନାଇ ଦିଅନ୍ତି ।

ସେଥିପାଇଁ ତ ଆଜିକାଲି ବଡ଼ ପରଦା ରେ ଏହି ବାଲ୍ୟ କଳାକାର ମାନଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଫିଲ୍ମ କୁ ଅଧିକ ରୋମାଞ୍ଚକ ବନାଉଥିବା ଏହି ବାଲ୍ୟ କଳାକାର ବର୍ତ୍ତମାନ ସମୟ ସହ ନିଜକୁ ମଧ୍ୟ ବଦଳାଇ ସାରିଛନ୍ତି ଏବଂ ବର୍ତ୍ତମାନ ଏହି ବାଲ୍ୟ କଳାକାର ବଡ଼ ହୋଇସାରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ବିଷୟରେ ।

୧-ବନ୍ଧୁଗଣ ୨୦୧୩ ମସିହାରେ ଫିଲ୍ମ ‘ଧୁମ ୩’ ରେ ଆମୀର ଖାଁ ଙ୍କ ଛୋଟ ବେଳର ଭୂମିକା ରେ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ‘ସିଦ୍ଧାର୍ଥ ନିଗମ’ । ଏହି ଅଭିନେତା ନିଜର ଦମଦାମ ଅଭିନୟ ପ୍ରଦର୍ଶନ ରେ ବେଶ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଥିଲେ । ଏହି ଅଭିନେତା ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ମାତ୍ରା ରେ ବଦଳି ସାରିଛନ୍ତି । ବର୍ତ୍ତମାନ ଏହି ଅଭିନେତା ୨୦ ବର୍ଷ ବୟସର ହୋଇ ସାରିଛନ୍ତି । ପୂର୍ବ ଅପେକ୍ଷା ସେ ବହୁତ ଷ୍ଟାଇଲିସ ଓ ହାଣ୍ଡସମ ଦେଖା ଯାଉଛନ୍ତି । ଏହି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି ଏବଂ ତାଙ୍କୁ ବର୍ତ୍ତମାନ ସବ୍ ଟିଭି ରେ ସିରିଏଲ ‘ଆଲ୍ଲାଦୀନ’ ରେ ମୁଖ୍ୟ ଭୂମିକା ରୂପରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ଅଭିନେତା ସିଙ୍ଗଲ ଅଛନ୍ତି ।

୨- ବନ୍ଧୁଗଣ ‘କୋଈ ମିଲ ଗୟା’ ସିନେମା ରୁ ପ୍ରସିଦ୍ଧ ଲାଭ କରିଥିବା ବାଲ୍ୟ କଳାକାର ‘ଅନୁଜ ପଣ୍ଡିତ’ କୁ କିଏ ଭୁଲି ଥିବ । ଏହି ସିନେମା ରେ ସେ ବିଟୁ ସରଦାର ଭୂମିକାରେ ଅଭିନୟ କରି ଲୋକ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କର ଚୁଲବୁଲି ଅଭିନୟ ଆଜି ପର୍ଯ୍ୟନ୍ତ ଆମ ଭିତରେ ଜୀବନ୍ତ ରହିଛି । ଏବେ ସେ ୨୯ ବର୍ଷ ର ହୋଇ ଗଲେଣି ଏବଂ ବହୁତ ହ୍ୟାଣ୍ଡସମ ମଧ୍ୟ ଦେଖା ଗଲେଣି । ବର୍ତ୍ତମାନ ସେ ନିଜ ପ୍ରେମ ସମ୍ପର୍କ କୁ ନେଇ ଅଧିକ ଚର୍ଚ୍ଚା ରେ ରହୁଛନ୍ତି । ସେ ‘ପରବରିସ’, ‘ଆଦତ ସେ ମଜବୁର’ ଏବଂ ‘ଟୋଟଲ ସିୟପା’ ଭଳି ଧାରାବାହିକ ରେ ଅଭିନୟ କରିଛନ୍ତି । ଏବେ ବି ଲୋକ ମାନଂକୁ ନିଜ ଅଭିନୟ ଏବଂ ଚୁଲବୁଲ ଅନ୍ଦାଜ ରେ ଲୋକ ମାନଙ୍କ ର ମନୋରଞ୍ଜନ କରୁଛନ୍ତି ।

୩. ବନ୍ଧୁଗଣ ଫିଲ୍ମ ‘ତାରେ ଜମିନ ପର’ ରୁ ପ୍ରସିଦ୍ଧି ଲାଭ କରିଥିବା ବାଲ୍ୟ କଳାକାର ‘ଦର୍ଶିଲ ସଫାରି’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଫିଲ୍ମ ରେ ସେ ମୁଖ୍ୟ ଚରିତ୍ର ରୂପେ ଅଭିନୟ କରିଥିଲେ ଏବଂ ଯେଉଁଥିରେ ସେ ଏକ ଏଭଳି ଛୁଆର ଅଭିନୟ କରିଥିଲେ ଯିଏ ମାନସିକ ରୋଗରେ ପୀଡ଼ିତ ଅଛି ଏବଂ ତାର ମନ ପାଠପଢା ରେ ଲାଗୁ ନାହିଁ ।

କିନ୍ତୁ ସେ ଜଣେ ଭଲ ଚିତ୍ରକାର ଅଟେ । ଦର୍ଶିଲ ଙ୍କ ଏହି ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ଏବଂ ସେ ମାତ୍ର ୭ ବର୍ଷ ବୟସରେ ଅଭିନୟ କରିଥିଲେ । ବର୍ତ୍ତମାନ ସମୟରେ ଏହି ଅଭିନେତା ପୂର୍ବ ଅପେକ୍ଷା ବହୁତ ହାଣ୍ଡସମ ଦେଖା ଯାଉଛନ୍ତି । ବର୍ତ୍ତମାନ ସେ ଅଭିନୟ କ୍ଷେତ୍ର ରୁ ଦୂରରେ ଅଛନ୍ତି ଏବଂ ନିଜ ପାଠପଢ଼ା ପ୍ରତି ଧ୍ୟାନ ଦେବାରେ ଲାଗିଛନ୍ତି । ଶୁଣିବାକୁ ମିଳୁଛି ଯେ ବହୁତ ଶୀଘ୍ର ଏହି ଅଭିନେତା ଜଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳିବ ।

୪. ବନ୍ଧୁଗଣ ଅକ୍ଷୟ କୁମାର ଙ୍କ ଫିଲ୍ମ, ‘ଜାନୱର୍’ ରେ ତାଙ୍କ ପୁଅ ‘ରାଜୁ’ ନାମକ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଜଣକ ହେଉଛନ୍ତି ‘ଆଦିତ୍ୟ କପାଡ଼ିଆ’ । ସେ ମାତ୍ର ୮ ବର୍ଷ ବୟସରେ ଏହି ଫିଲ୍ମ ରେ ଅଭିନୟ କରିଥିଲେ । ଜଣେ ବାଲ୍ୟ କଳାକାର ରୂପରେ ଏହି ଅଭିନେତା ନିଜର ଇନୋସେଣ୍ଟ ଅଭିନୟ ରେ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲେ ଏବଂ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ ।

ଏହି ଅଭିନେତା ପୂର୍ବ ଅପେକ୍ଷା ବହୁତ ମାତ୍ରାରେ ବଦଳି ସାରିଛନ୍ତି । ସେ ବର୍ତ୍ତମାନ ଅଧିକ ହାଣ୍ଡସମ ଏବଂ ଷ୍ଟାଇଲିସ ଦେଖା ଯାଉଛନ୍ତି । ସେ ୨୦୧୩ ମସିହାରେ ଅଭିନେତ୍ରୀ ଟନ୍ଭି ଠକ୍କର ଙ୍କୁ ବିବାହ କରିସାରିଛନ୍ତି ଏବଂ ତାଙ୍କର ଜଣେ ପୁଅ ମଧ୍ୟ ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button