ମନୋରଞ୍ଜନ

ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି Mukesh Ambani ଙ୍କ ଶାଳି Mamata Dalal, ଦେଖା ଯାଆନ୍ତି Nita Ambani ଙ୍କ ଠାରୁ ବି ଅଧିକ ସୁନ୍ଦର

ବନ୍ଧୁଗଣ ଅମ୍ବାନୀ ପରିବାର ହେଉଛି ଦୁନିଆର ଧନୀ ପରିବାର ମଧ୍ୟରୁ ଗୋଟେ ପରିବାର । ଭାରତରେ ଅମ୍ବାନୀ ପରିବାର ୧ ନମ୍ବର ଧନୀ ପରିବାରରେ ଅଛନ୍ତି । ମୁକେଶ ଅମ୍ବାନୀଙ୍କ ପତ୍ନୀଙ୍କ ନାମ ହେଉଛି ନିତା ଅମ୍ବାନୀ, ବଡ ପୁଅ ଆକାଶ ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ଛୋଟ ପୁଅ ଅନନ୍ତ ଅମ୍ବାନୀ ଓ ଭାଇ ଅନିଲ ଅମ୍ବାନୀ ଆଦି ତାଙ୍କ ପରିବାରରେ ରହୁଛନ୍ତି । ବନ୍ଧୁଗଣ ତାଙ୍କ ପରିବାରରେ ଏହି ସମସ୍ତ ଲୋକ ଲାଇମ ଲାଇଟରେ ରହିଥାନ୍ତି । ହେଲେ ନିତା ଅମ୍ବାନୀଙ୍କ ପରିବାର ଲାଇମ ଲାଇଟ ପସନ୍ଦ କରନ୍ତି ନାହିଁ । ସେମାନେ ମିଡିଆ ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମୁକେଶ ଅମ୍ବାନୀଙ୍କ ଶାଳି ତଥା ନିତା ଅମ୍ବାନୀଙ୍କ ଭଉଣୀ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ନିତା ଅମ୍ବାନୀଙ୍କ ସାନ ଭଉଣୀଙ୍କ ନାମ ହେଉଛି ମମତା ଦଲାଲ । ମମତା ବଡ ଭଉଣୀ ନିତାଙ୍କ ଠାରୁ ମାତ୍ର ୪ ବର୍ଷ ସାନ ଅଟନ୍ତି । ତାଙ୍କ ବାପାଙ୍କ ନାମ ହେଉଛି ରବୀନ୍ଦ୍ରଭାଇ ଦଲାଲ ଓ ମା ହେଉଛନ୍ତି ପୂର୍ଣ୍ଣିମା ଦଲାଲ । ଏହି ପରିବାରଟି ଏକ ସାଧାରଣ ଜୀବନ ଅତିବାହିତ କରନ୍ତି । ବନ୍ଧୁଗଣ ନିତା ଅମବାଣୀଙ୍କ ଭଉଣୀ ମମତା ଦଲାଲ ପେସାରୁ ଏକ ଶିକ୍ଷୟତ୍ରୀ ଅଟନ୍ତି । ବିବାହ କରିବା ପୂର୍ବରୁ ନିତା ମଧ୍ୟ ଜେନ ଶିକ୍ଷୟତ୍ରୀ ଥିଲେ ।

ଅମ୍ବାନୀ ପରିବାରର ବୋହୁ ହେବାର କିଛି ବର୍ଷ ପର୍ଯ୍ୟନ୍ତ ସେ ସ୍କୁଲରେ ପାଠ ପଢାଉ ଥିଲେ । ବର୍ତ୍ତମାନ ନିତା ଧିରୂଭାଇ ଅମ୍ବାନୀ ଇଣ୍ଟରନାସନାଲ ସ୍କୁଲର ସଂସ୍ଥାପକ ଅଟନ୍ତି । ଏହି ସ୍କୁଲରେ ତାଙ୍କ ଭଉଣୀ ମମତା ଏକ ପ୍ରାଇମେରୀ ଶିକ୍ଷୟତ୍ରୀ ଅଛନ୍ତି । ସେ ଏହି ସ୍କୁଲରେ ଶିକ୍ଷୟତ୍ରୀ ହେବା ସହିତ ସ୍କୁଲର ମ୍ୟାନେଜମେଣ୍ଟ ମଧ୍ୟ କରନ୍ତି ।

ମମତା ଶାହରୁଖ ଖାନଙ୍କ ଠାରୁ ନେଇ ସଚିନ ତେନ୍ଦୁଲକରଙ୍କ ଛୁଆଙ୍କୁ ପାଠ ପଢାଇ ସାରିଛନ୍ତି । ଏକ ଇଣ୍ଟର୍ବ୍ୟୁରେ ସେ କହିଥିଲେ, ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଓ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ତାଙ୍କର ଷ୍ଟୁଡେଣ୍ଟ ଥିଲେ । ସେ ଏହା ମଧ୍ୟ କହିଥିଲେ ତାଙ୍କ ପାଇଁ ସମସ୍ତ ଷ୍ଟୁଡେଣ୍ଟ ସମାନ ଅଟନ୍ତି ସେ କାହାକୁ ପକ୍ଷପାତ କରନ୍ତି ନାହିଁ ।

‘She Walks She Leads’ ନାମକ ଏକ ବହି ଅଛି ଯାହା ନିତା ଅମ୍ବାନୀଙ୍କ ଉପରେ ଲେଖା ଯାଇଛି । ଏହି ବହିରେ ଲେଖା ହୋଇଛି ଯେ, ନିତାଙ୍କ ପିତା ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି । ଏହି ଅଭ୍ୟାସ ତାଙ୍କ ସାନ ଭଉଣୀ ମମତା ଅମ୍ବାନୀଙ୍କୁ ମଧ୍ୟ ଲାଗିଗଲା ଯାହାଫଳରେ ମମତା ମଧ୍ୟ ଲାଇମ ଲାଇଟ ଠାରୁ ଦୂରରେ ରହିଲେ । ମମତା ମୁକେଶଙ୍କ ବଡ ପୁଅ ଆକାଶଙ୍କ ବିବାହରେ ମଧ୍ୟ ନଜର ଆସିଥିଲେ ।

ଏହା ବ୍ୟତୀତ ସେ ଇଶା ଅମ୍ବାନୀଙ୍କ ବିବାହରେ ମଧ୍ୟ ନଜର ଆସିଥିଲେ । ମମତା ନିଜ ଭଉଣୀଙ୍କ ପରିବାର ସହ ବହୁତ ଭଲ ସମ୍ପର୍କ ରଖିଛନ୍ତି । ଏକ ଇଣ୍ଟର୍ବ୍ୟୁରେ ଇଶା ଅମ୍ବାନୀ କହିଥିଲେ, ‘ମୋତେ ଓ ମୋ ଭାଇ ଭଉଣୀଙ୍କୁ ବଡ କରିବାରେ ମୋ ମାଉସୀ ମମତା ଦଲାଲଙ୍କର ବହୁତ ବଡ ଭୂମିକା ଅଛି’ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button