ମନୋରଞ୍ଜନ

କାମ ନ ମିଳିବା କାରଣରୁ ରାସ୍ତାକୁ ଆସିଗଲେ ଏହି 5 ଜଣ ଷ୍ଟାର, କିଏ ହେଲା ସିକ୍ଯୁରିଟି ଗାର୍ଡ ତ କାହାକୁ ବିକିବାକୁ ପଡିଲା ଘର

ବନ୍ଧୁଗଣ ବଲିଉଡ ଜଗତରେ କାହାର ସମୟ କିପରି ବଦଳି ଯାଏ ତାହା କେହି ଜାଣି ପାରନ୍ତି ନାହିଁ। ଏଠି ବଡ଼ ବଡ଼ ରାଜା କାଙ୍ଗାଳ ହୋଇଯାଆନ୍ତି ଓ କାଙ୍ଗାଳ ରାଜା। ଏବଂ ବେଳେବେଳେ ଏହି କଳାକାର ମାନଂକୁ ଏପରି ହାଲତ ରେ ଦେଖିବାକୁ ମିଳେ କି ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ସେମାନେ କେବେ ବଲିଉଡ ର ଲୋକପ୍ରିୟ କଳାକାର ଥିଲେ ବୋଲି ଜାଣିବା ବହୁତ କଷ୍ଟ ହୋଇଯିବ। ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନଙ୍କ ବିଷୟରେ।

୧-ପ୍ରଥମ ଅଭିନେତା ହେଲେ ସତିଶ କୋର। ଅମିତାଭ ଵଚନ ଓ ଦିଲ୍ଲୀପ କୁମାର ଙ୍କ ଭଳି ପ୍ରସିଦ୍ଧ ଅଭିନେତା ଙ୍କ ସହ କାମ କରିଥିବା ସତିଶ ନିଜର ଆର୍ଥିକ ଅନଟନ ରେ ଗୁଜୁରାଣ କରୁଥିଲେ। ୨୦୧୯ ଜାନୁୟାରୀ ରେ ଏହି ଖବର ଆସିବା ପରେ ପଞ୍ଜାବ ସରକାର ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ସାହାର୍ଯ୍ୟ କରିଥିଲେ।

ନିଜର ଏକ ବ୍ୟବସାୟ ରେ ସମସ୍ତ ପୁଞ୍ଜି କୁ ହରାଇ ଦେଇଥିଲେ ଏବଂ ନିଜର ସ୍ୱାସ୍ଥ୍ୟ ଖରାପ ହେବା ସତ୍ତ୍ୱେ ନିଜର ଚିକିତ୍ସା କରିପାରୁ ନ ଥିଲେ। ଏହି ଖବର ମିଡିଆରେ ଆସିବା ପରେ କିଛି ଫିଲ୍ମ ଜଗତର କଳାକାର ମଧ୍ୟ ସାହାଯ୍ୟ କରିଥିଲେ।

୨- ଦ୍ୱିତୀୟ ଅଭିନେତ୍ରୀ ହେଲା ପୂଜା ଡୋଡ଼ବାଲ। ସଲମାନ ଖାନ ଭଳି ଲୋକପ୍ରିୟ ଅଭିନେତା ଙ୍କ ସହ କାମ କରିଥିବା ଅଭିନେତ୍ରୀ ପୂଜା ମଧ୍ୟ ଆର୍ଥିକ ଅନଟନ ରେ ଦିନ କାଟୁଥିଲେ। ଏହି ଖବର ପାଇବା ପରେ ସଲମାନ ଖାନ ତାଙ୍କୁ ସାହାର୍ଯ୍ୟ କରିଥିଲେ। ଏବଂ ନିଜର ସ୍ୱାସ୍ଥ୍ୟ ର ଚିକିତ୍ସା ପାଇଁ ମଧ୍ୟ ସଲମାନ ସାହାର୍ଯ୍ୟ କରିଥିଲେ। ପୂଜା ୧୯୯୫ ରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ।

୩- ତୃତୀୟ ଅଭିନେତା ହେଉଛନ୍ତି ସବି ସିଦ୍ଧୁ। ସବି ସିଦ୍ଧୁ ନିଜ ଅଭିନୟ କ୍ୟାରିଅର ଅନୁରାଗ କାଶ୍ୟପ ଙ୍କ ସିନେମା ରୁ ଆରମ୍ଭ କରିଥିଲେ କିନ୍ତୁ ଏହା ପ୍ରସାରିତ ହୋଇପାରିଲା ନାହିଁ। ତାପରେ ସେ ଗୁଲାଲ ଓ ବ୍ଲାକ ଫ୍ରାଇଡେରେ ଅକ୍ଷୟ କୁମାର ଙ୍କ ସହ ପଟିଆଲା ହାଉସ ରେ ଅଭିନୟ କରିଥିଲେ। କିନ୍ତୁ ପରେ ଏମିତି କିଛି ସମୟ ଆସିଲା ଯେଉଁଥି ପାଇଁ ତାଙ୍କୁ ଏହି ଲାଇନ ଛାଡିବାକୁ ପଡିଲା। ଏବଂ ପରେ ଆର୍ଥିକ ଅନଟନ ଯୋଗୁଁ ସେ ସିକ୍ୟୁରୀଟି ଚାକିରୀ କରି ନିଜର ଓ ନିଜ ପରିବାରର ପେଟ ପୋଷୁଛନ୍ତି।

୪- ଚତୁର୍ଥ ଅଭିନେତା ହେଉଛନ୍ତି ରାଜେନ୍ଦ୍ର କୁମାର। ରାଜେନ୍ଦ୍ର ବଲିଉଡ ର ଜଣେ ଜଣାଶୁଣା ଓ ଲୋକପ୍ରିୟ ଅଭିନେତା। ତାଙ୍କର ଅନେକ ସିନେମା ସୁପରହିଟ ରହିଛି। ଏବଂ ସେ ଅନେକ ଝିଅ ଙ୍କ ର ପସନ୍ଦ ମଧ୍ୟ ଥିଲେ। କିନ୍ତୁ ଏମିତି ଏକ ସମୟ ଆସିଲା ଯେବେ ତାଙ୍କୁ ଆର୍ଥିକ ଅନଟନ ର ସାମ୍ନା କରିବାକୁ ପଡିଲା ଏବଂ ସେ ନିଜର ବଙ୍ଗଳା କୁ ରାଜେଶ ଖାନ୍ନା ଙ୍କୁ ବିକି ଦେଇଥିଲେ। ଏବଂ ବଙ୍ଗଳା ବିକିବା ପରେ ସେ ବହୁତ କାନ୍ଦିଥିଲେ।

୫- ପଞ୍ଚମ ଅଭିନେତା ହେଉଛନ୍ତି ମହେଶ ଆନଂଦ। ବଲିଉଡ ରେ ମହେଶ ଜଣେ ଚର୍ଚ୍ଚିତ ଖଳନାୟକ ଥିଲେ। ସେ ଅନେକ ସିନେମା ରେ ଅଭିନୟ କରିଛନ୍ତି । ୫୮ ବର୍ଷୀୟ ମହେଶ ଙ୍କୁ କୌଣସି ଫିଲ୍ମର ଅଫର ମିଳୁ ନଥିଲା। ଏବଂ ଆର୍ଥିକ ଅନଟନ ରେ ମଧ୍ୟ ସେ ରହୁଥିଲେ ଏବଂ ତାଙ୍କ ଶବ ତାଙ୍କ ଘରୁ ମିଳିଲା ଯେଉଁଠି ସେ ଏକେଲା ରହୁଥିଲେ।
ଆମେ ଆଶା କରୁଛୁ କି ଆପଣ ମାନଂକୁ ଏହି ଆଲୋଚନା ଟି ପସନ୍ଦ ଆସିଥିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button