ମନୋରଞ୍ଜନ

ଇଏ ହେଉଛନ୍ତି TV ସିରିଏଲ ରାମାୟଣ ର ଲକ୍ଷ୍ମଣ (Sunil Lahri) ଙ୍କ ସ୍ତ୍ରୀ ଆଉ ପୁଅ, ଦେଖନ୍ତୁ ତାଙ୍କର ପୁରା ପରିବାର ଓ Biography

ନମସ୍କାର ବନ୍ଧୁଗଣ ରାମାନନ୍ଦ ସାଗରଙ୍କ ରାମାୟଣ କୁ କିଏ ନ ଜାଣିଛି । ସେତେବେଳ ସମୟରେ ଘରେ ଘରେ କେବଳ ରାମାୟଣ ର ଗୁଣ ଗାନ କରା ଯାଉଥିଲା । ଲୋକମାନେ ରାମାୟଣ ଦେଖିବା ପାଇଁ ଅନ୍ୟ ମାନଙ୍କ ଘରେ ଜଗି ବସୁଥିଲେ ।

ରାମାୟଣ କୁ ବହୁତ ଭଲ ପାଉଥିଲେ । ଏବଂ ସେହି ଧାରାବାହିକ ସେ ସମୟର ଏକ ଲୋକ ପ୍ରିୟ ଏବଂ ପ୍ରସିଦ୍ଧ ଧାରା ବାହିକ ଥିଲା । ଲୋକ ମାନେ ରାମାୟଣ ଧାରାବାହିକ ରେ ଥିବା ସମସ୍ତ ଚରିତ୍ର ଶ୍ରୀ ରାମ , ମାତା ସୀତା , ଲକ୍ଷ୍ମଣ, ଭରତ,ହନୁମାନ, ରାବଣ ଆଦି ଚରିତ୍ର ରେ ଅଭିନୟ କରିଥିବା ଅଭିନେତା ମାନଂକୁ ସାକ୍ଷାତ ଈଶ୍ୱର ଙ୍କ ରୂପ କିମ୍ବା ଈଶ୍ୱର ହିଁ ଭାବୁ ଥିଲେ । ସେମାନଙ୍କ ର ପୂଜା ମଧ୍ୟ କରୁଥିଲେ ।

ସମସ୍ତ ଚରିତ୍ର ସମସ୍ତଙ୍କ ପସନ୍ଦ ମଧ୍ୟ ଥିଲା । ଆଜି ପର୍ଯ୍ୟନ୍ତ ମଧ୍ୟ ରାମାନନ୍ଦ ସାଗର ଙ୍କ ରାମାୟଣ କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଏହାର କ୍ରେଜ ଆଜି ପର୍ଯ୍ୟନ୍ତ ସେହି ଭଳି ବଜାୟ ରହିଛି । ଅନେକ ରାମାୟଣ ଧାରାବାହିକ ପ୍ରସ୍ତୁତ କରା ଯାଇଛି କିନ୍ତୁ ରାମାନନ୍ଦ ସାଗର ଙ୍କ ରାମାୟଣ ଧାରାବାହିକ ସବୁଠୁ ନିଆରା ଏବଂ ଅଲଗା । ବୃଦ୍ଧ ଙ୍କ ଠାରୁ ଆରମ୍ଭ କରି ଏହି ମର୍ଡନ ଯୁଗ ର ପିଲାମାନେ ମଧ୍ୟ ରାମାନନ୍ଦ ସାଗର ଙ୍କ ରାମାୟଣ କୁ ଖୁବ ପସନ୍ଦ କରନ୍ତି ଏବଂ ଖୁବ ଭଲ ମଧ୍ୟ ପାଆନ୍ତି ।

ତେବେ ରାମାୟଣ ଧାରାବାହିକ ରେ ଶ୍ରୀରାମ ଙ୍କ ପ୍ରିୟ ଅନୁଜ ଅର୍ଥାତ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ସୁନୀଲ ଲହରୀ ତେବେ ଆସନ୍ତୁ ତାଙ୍କର ଜୀଵନ ବିଷୟରେ କିଛି ଆଲୋଚନା କରି ନେବା ।ସୁନୀଲ ଲହରୀ ଙ୍କ ଜନ୍ମ ୯ ଜାନୁଆରୀ ୧୯୬୧ ମସିହାରେ ହୋଇଥିଲା ତାଙ୍କ ପିତାଙ୍କ ନାମ ଶିଖର ଚନ୍ଦନ ଲହରୀ ଏବଂ ମାତା ଙ୍କ ନାମ ତାରା ଲହରୀ । ସିନୀଲ ଦୁଇ ଥର ବିବାହ କରିଥିଲେ ।

ତାଙ୍କ ପ୍ରଥମ ସ୍ତ୍ରୀ ଙ୍କ ନାମ ରାଧା ସେନ ଏବଂ ଦ୍ଵିତୀୟ ସ୍ତ୍ରୀ ଙ୍କ ନାମ ଭାରତୀ ପାଠକ ତାଙ୍କର ଏକ ପୁଅ ମଧ୍ୟ ଅଛି ଯାହାଙ୍କ ନାମ ହେଉଛି ରାମ କ୍ରିଷ ପାଠକ ଏବଂ ସେ ଜଣେ ମଧ୍ୟ ଜଣାଶୁଣା ଅଭିନେତା ସେ ଅନେକ ଧାରାବାହିକ ରେ କାମ କରିଛନ୍ତି । ତେବେ ସୁନୀଲ ରାମାୟଣ ଧାରାବାହିକ ଛଡା ବିକ୍ରମ ବେତାଳ,ଏବଂ ଦାଦା ଦାଦି କାହାଣୀ ଆଦି ଧାରାବାହିକ ରେ ସେ କାମ କରିଛନ୍ତି ।

ଏହା ଛଡା ସେ ବଲିଉଡ ର ଅନେକ ସିନେମା ରେ ମଧ୍ୟ କାମ କରିଛନ୍ତି । ସେ ନିଜ ଅଭିନୟ ଜୀଵନ ର ଆରମ୍ଭ ‘ବହାରୋ କି ମଂଜିଲ’ ସିନେମା ରୁ ଆରମ୍ଭ କରିଥିଲେ । ତେବେ ସେ ରାମାନନ୍ଦ ସାଗର ଙ୍କ ଧାରାବାହିକ ରାମାୟଣ ପରେ ଲୋକମାନେ ତାଙ୍କୁ ଅଧିକ ପସନ୍ଦ କଲେ ଏବଂ ଅନେକ ପ୍ରଶଂସା ମଧ୍ୟ କରିଥିଲେ ଅଧିକାଂଶ ତାଙ୍କ ଡାଇଲଗ କୁ ପସନ୍ଦ କରୁଥିଲେ ।

ତେବେ ରାମାୟଣ କୁ ପ୍ରାୟତଃ ତିରିଶ ବର୍ଷ ହୋଇ ଯିବଣି କିନ୍ତୁ ତଥାପି ଆଜି ପର୍ଯ୍ୟନ୍ତ ଲୋକମାନେ ଏହାକୁ ଭଲ ପାଇବା ଦେଇ ଆସୁଛନ୍ତି । ତେବେ ଆପଣ ମାନଙ୍କ ର ରାମାୟଣ ଧାରାବାହିକ ରେ ପ୍ରିୟ ଚରିତ୍ର କିଏ ନିଶ୍ଚିତ ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button