ମନୋରଞ୍ଜନ

ଲୋକପ୍ରିୟ ଟିଭି ସିରିଏଲେ ରାମାୟଣ ର ରାବଣ (Arvind Trivedi) ଙ୍କ ଇଏ ହେଉଛନ୍ତି ରିଅଲ ଲାଇଫ ସ୍ତ୍ରୀ ଆଉ ପରିବାର

ନମସ୍କାର ବନ୍ଧୁଗଣ ରାମାନନ୍ଦ ସାଗରଙ୍କ ରାମାୟଣ କୁ କିଏ ନ ଜାଣିଛି । ସେତେବେଳ ସମୟରେ ଘରେ ଘରେ କେବଳ ରାମାୟଣ ର ଗୁଣ ଗାନ କରା ଯାଉଥିଲା । ଲୋକମାନେ ରାମାୟଣ ଦେଖିବା ପାଇଁ ଅନ୍ୟ ମାନଙ୍କ ଘରେ ଜଗି ବସୁଥିଲେ ।

ରାମାୟଣ କୁ ବହୁତ ଭଲ ପାଉଥିଲେ । ଏବଂ ସେହି ଧାରାବାହିକ ସେ ସମୟର ଏକ ଲୋକ ପ୍ରିୟ ଏବଂ ପ୍ରସିଦ୍ଧ ଧାରା ବାହିକ ଥିଲା । ଲୋକ ମାନେ ରାମାୟଣ ଧାରାବାହିକ ରେ ଥିବା ସମସ୍ତ ଚରିତ୍ର ଶ୍ରୀ ରାମ , ମାତା ସୀତା , ଲକ୍ଷ୍ମଣ, ଭରତ,ହନୁମାନ, ରାବଣ ଆଦି ଚରିତ୍ର ରେ ଅଭିନୟ କରିଥିବା ଅଭିନେତା ମାନଂକୁ ସାକ୍ଷାତ ଈଶ୍ୱର ଙ୍କ ରୂପ କିମ୍ବା ଈଶ୍ୱର ହିଁ ଭାବୁ ଥିଲେ । ସେମାନଙ୍କ ର ପୂଜା ମଧ୍ୟ କରୁଥିଲେ ।

ସମସ୍ତ ଚରିତ୍ର ସମସ୍ତଙ୍କ ପସନ୍ଦ ମଧ୍ୟ ଥିଲା । ଆଜି ପର୍ଯ୍ୟନ୍ତ ମଧ୍ୟ ରାମାନନ୍ଦ ସାଗର ଙ୍କ ରାମାୟଣ କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଏହାର କ୍ରେଜ ଆଜି ପର୍ଯ୍ୟନ୍ତ ସେହି ଭଳି ବଜାୟ ରହିଛି । ଅନେକ ରାମାୟଣ ଧାରାବାହିକ ପ୍ରସ୍ତୁତ କରା ଯାଇଛି କିନ୍ତୁ ରାମାନନ୍ଦ ସାଗର ଙ୍କ ରାମାୟଣ ଧାରାବାହିକ ସବୁଠୁ ନିଆରା ଏବଂ ଅଲଗା । ବୃଦ୍ଧ ଙ୍କ ଠାରୁ ଆରମ୍ଭ କରି ଏହି ମର୍ଡନ ଯୁଗ ର ପିଲାମାନେ ମଧ୍ୟ ରାମାନନ୍ଦ ସାଗର ଙ୍କ ରାମାୟଣ କୁ ଖୁବ ପସନ୍ଦ କରନ୍ତି ଏବଂ ଖୁବ ଭଲ ମଧ୍ୟ ପାଆନ୍ତି ।

ତେବେ ରାମାୟଣ ଧାରାବାହିକ ରେ ଶ୍ରୀ ରାମଙ୍କୁ ଯେତେ ଭଲ ପାଇବା ମିଳିଥିଲା ସେତିକି ରାବଣ କୁ ମଧ୍ୟ ମିଳିଥିଲା । ତେବେ ଆଜି ଆମେ ରାମାୟଣ ଧାରାବାହିକ ରେ ମହାନ ପଣ୍ଡିତ ରାବଣ ଚରିତ୍ର ରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ଙ୍କ ବିଷୟରେ କିଛି ଆଲୋଚନା କରି ନେବା ତେବେ ଆସନ୍ତୁ ଜାଣିନେବା ।

ଅରବିନ୍ଦ ତ୍ରିବେଦୀ ଙ୍କ ଜନ୍ମ ୧୯୩୮ ମସିହା ନଭେମ୍ବର ୮ ତାରିଖ ରେ ହୋଇଥିଲା ବର୍ତ୍ତମାନ ସେ ପ୍ରାୟଃ ୮୪ ବର୍ଷ ବୟସ ହୋଇ ଗଲେଣି । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ନଳିନୀ ତ୍ରିବେଦୀ ସେ ୧୯୬୬ ମସିହାରେ ବିବାହ କରିଥିଲେ । ତାଙ୍କର ତିନି ଜଣ ଝିଅ ଅଛନ୍ତି ଏବଂ ଜଣେ ପୁଅ ମଧ୍ୟ ଅଛନ୍ତି । ତାଙ୍କ ପୁଅ ତାଙ୍କ ସହ ହିଁ ରୁହନ୍ତି ଏବଂ ତାଙ୍କ ନାମ ହେଉଛି ହେମନ୍ତ ତ୍ରିବେଦୀ । ଅରବିନ୍ଦ ମୁମ୍ବାଇ ରେ ନିଜ ପରିବାର ସହିତ ରହୁଛନ୍ତି ।

ଅରବିନ୍ଦ ଗୁଜୁରାଟ ଥିଏଟର ରେ ଅନେକ ଡ୍ରାମା ଏବଂ ଅନେକ ସିନେମା ରେ ଅଭିନୟ କରିଛନ୍ତି ଯେପରି ପରାୟା ଧନ, ଜଂଗଲ ମେ ମଙ୍ଗଳ, ଆଜ କି ତାଜା ଖବର, ତ୍ରିମୂର୍ତି, ଏହା ସହିତ ସେ ଅନେକ ଧାରାବାହିକ ଯେପରି ରାମାୟଣ, ବିକ୍ରମ ବେତାଳ, ବିଶ୍ଵମିତ୍ର, କିନ୍ତୁ ତାଙ୍କୁ ଲୋକ ପ୍ରିୟତା ରାମାନନ୍ଦ ସାଗର ଙ୍କ ଧାରାବାହିକ ରାମାୟଣ ରୁ ହିଁ ପ୍ରାପ୍ତ ହୋଇଥିଲା ।

ଅରବିନ୍ଦ ରାବଣ ଭୂମିକା ରେ ଅଭିନୟ କରିଥିଲେ କିନ୍ତୁ ସେ ଜଣେ ଶିବ ଏବଂ ରାମ ଙ୍କ ଭକ୍ତ ଥିଲେ ଏହା ଛଡା ସେ ସୁ-ଟିଂ ସମୟରେ କିଛି ଖାଉ ନଥିଲେ ସୁ-ଟିଂ ର ଶେଷ ରେ ହିଁ ସେ ଖାଇ ଥାଆନ୍ତି ଏହା ଛଡା ସେ ଭଗବାନ ଙ୍କ ଆଗରେ କ୍ଷମା ମଧ୍ୟ ପାର୍ଥନା କରିଥାନ୍ତି । ତେବେ ରାମାୟଣ ର ଲୋକପ୍ରିୟତା ଆଜି ବି ସେହି ଭଳି ବଜାୟ ରହିଛି ଏବଂ ତା ସହ ସେହି ଧାରାବାହିକ ରେ ଥିବା ଚରିତ୍ର ମାନେ ମଧ୍ୟ ବର୍ତ୍ତମାନ ସୁଧା ସମସ୍ତ ଙ୍କ ହୃଦୟ ରେ ବାସ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button