ମନୋରଞ୍ଜନ

କହୁ କହୁ ନିଜ Love ଲାଇଫ ବିଷୟରେ ସବୁ କିଛି ଖୋଲି କହିଦେଲେ ଓଡିଆ ସିଙ୍ଗର Sailabhama…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କଣ୍ଠଶିଳ୍ପୀ ଶୈଳଭାମା କହିଛନ୍ତି ଯେ କୁମାର ବାପି ଙ୍କ ସହିତ ଏହି ଗୀତ “ତୋ ନାଁ ରେ କେହି କହିଲେ”, ବହୁତ ଭଲ ସେତେବେଳେ ଚାଲିଥିଲା ଅର୍ଥାତ ସେହି ସମୟରେ ଯେତେବେଳେ ଲୋକେ ଶୋଇଯାଉଥିଲେ ସେତେବେଳେ ଏହି ଗୀତ କୁ ଶୁଣି ଲୋକମାନେ ଚାହିଁ ରହୁଥିଲେ ଯେ ଏଭଳି ଗୀତ ମଧ୍ୟ ହୋଇପାରେ । ତେବେ ପ୍ରକୃତରେ ଶୈଳଭାମା ମହାପାତ୍ର ଙ୍କ ହୃଦୟରେ କିଏ ଅଛନ୍ତି କି ନାହିଁ ଏହି ବାବଦରେ ସେ କହିଛନ୍ତି ଯେ ସେମିତି କିଏ ନଥିଲେ ଜଣେ ମଣିଷ ଏଭଳି ଫିଲ ଦେଇ ପାରିବନାହିଁ ।

ତେବେ ନିହାତି ଭାବରେ ସେଭଳି ଜଣେ ଅଛି ସେ ହେଉଛି ମୋ ଗୀତ ଏବଂ ମୁଁ ମୋ ଗୀତକୁ ବହୁତ ଭଲପାଏ । ଗୀତକୁ ମୁଁ ଭାବେ ସେ ହେଉଛି ମୋ ପ୍ରେମିକ । ଏବଂ ଶୈଳଭମା ଏହା ମଧ୍ୟ କହିଛନ୍ତି ଯେ ଚିନ୍ତା କରନ୍ତି ତାଙ୍କ ପାଖରେ ଗୀତ ଯଦି ଅଛି ସେ ଅଛନ୍ତି । ଯଦି ସଂଗୀତ ନାହିଁ ତେବେ ସେ ନିଜେ ମଧ୍ୟ ନାହାଁନ୍ତି ।

ତେବେ ଯେଉଁ ମୂହୁର୍ତ୍ତରେ ସେ ଯାହା ସହିତ ଗୀତ ଗାଇଥାନ୍ତି ସେ ଚିନ୍ତା କରନ୍ତି ଯେ ସେ ହେଉଛନ୍ତି ତାଙ୍କ ପ୍ରେମିକ । ଏବଂ ତାଙ୍କୁ ଫିଲ କରି ସେ ଗୀତ ଗାଇଥାନ୍ତି ବୋଲି କହିଛନ୍ତି । ତେବେ ଶୈଳଭାମା ମହାପାତ୍ର ସୁନାବେଡାରେ ଜନ୍ମ ହୋଇଛନ୍ତି ଏବଂ କୋରାପୁଟ ଡିଷ୍ଟ୍ରିକ ଏବଂ ନବରଂଗପୁରା ଡିଷ୍ଟ୍ରିକ ରେ ଗୋଟିଏ ସ୍ଵତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ।

ଶୈଳଭାମା କହିଛନ୍ତି ଯେ ସେ ଗୋଟିଏ କଥା ଚିନ୍ତା କରନ୍ତି  ଯେ ମଣିଷ ଯେତେ ଉପରକୁ ଯାଉନାକାହିଁକି ସେ ନିଜର ମୂଳଦୁଆକୁ କେବେ ହେଲେ ଛାଡିବା କଥା ନୁହେଁ । ଦର୍ଶକେ ତାଙ୍କୁ ସେତିକି ଭଲ ପାଇବା ସହିତ ସେତିକି ମାତ୍ରାରେ ସନ୍ନମାନ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ସେ ଜୀବନରେ ବହୁତ କିଛି ପାଇଛନ୍ତି ମାତ୍ର ହରାଇବା ତାଙ୍କ ପାଖରେ ବହୁତ କମ ।

ପ୍ରେମାନନ୍ଦ ମ୍ୟୁଜିକ ଦେଲା ପରେ ଯାହା ସଫଳତା ହାସିଲ କରିଲେ ଏହାପରେ ଚଳଚିତ୍ର ମଧ୍ୟ ଆସିବାକୁ ଲାଗିଲା । ଏହା ପରେ ସେ ଗୋଟେ ପରେ ଗୋଟେ ଚଳଚିତ୍ରରେ ସଫଳତା ହାସଲ କରିଚାଲିଲେ । ସେ ଅନେକ ପୁରସ୍କାର ତଥା ସନ୍ନମାନ ରେ ସନ୍ନମାନିତ ମଧ୍ୟ ହୋଇଛନ୍ତି । ତେବେ ଏହିଭଳି ଭାବରେ କଣ୍ଠଶିଳ୍ପୀ ଶୈଳଭାମା ନିଜ ମନର କଥା କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button