ନୀତି

ମାତା ସୀତା ମଧ୍ୟ କରିଥିଲେ ଏକ ବଡ ପାପ କର୍ମ ଏବଂ କର୍ମ ର ଫଳ ଅବଶ୍ୟ ଭୋଗିବାକୁ ପଡିଥାଏ ! ପୌରଣିକ କଥା

ନମସ୍କାର ବନ୍ଧୁଗଣ । ଆପଣମାନେ ଭଗବାନ ରାମ ଓ ମାତା ସୀତା ବିଷୟରେ ରାମାୟଣରୁ ଜାଣିଥିବେ । କାରଣ ରାମାୟଣରେ ଭଗବାନ ରାମ ଓ ମାତା ସୀତାଙ୍କ ଜୀବନଶୈଳୀ ସମ୍ପର୍କୀୟ ସମସ୍ତ ବିଷୟ ବର୍ଣ୍ଣନା କରାଯାଇଛି । ତେବେ ମାତା ସୀତା କରିଥିଲେ ଏହି ବଡ ପାପ କର୍ମ ଯାହାର ଫଳ ସ୍ଵରୂପେ ତାଙ୍କୁ ଭୋଗିବାକକୁ ପଡିଥିଲା । ଆପଣମାନେ ଜାଣିଥିବେ ଯେ ଭଗବାନ ଶ୍ରୀରାମ ଧୋବୀର କଥା ଶୁଣି ମାତା ସୀତାକୁ ବଣରେ ଛାଡିକି ଆସିଥିଲେ ।

 

ମାତ୍ର ଆପଣ ଜାଣିଛନ୍ତି କୁ ଏହି ଧୋବା ରୂପରେ ଗୋଟିଏ ପକ୍ଷୀ ଜନ୍ମ ନେଇଥିଲା ଏବଂ ଏହି ଶୁଆପକ୍ଷୀଙ୍କ ଅଭିଶାପ ସୀତାକୁ ଭୋଗିବାକୁ ପଡିଥିଲା । ମିଥିଳା  ନଗରୀରେ ଜନକ ରାଜବଂଶର ରାଜା ଶ୍ରୀଜନକ ଶାସନ କରୁଥିଲେ । ଥରେ ରାଜା ଯଜ୍ଞ ପାଇଁ ଜମିକୁ ଖୋଳୁଥିବା ସମୟରେ ଏକ ସୁନ୍ଦର ଶିଶୁକନ୍ୟାର ହଠାତ ପ୍ରକଟ ହୋଇଥିଲା । ଯାହାକୁ ଦେଖି ରାଜା ସୁନ୍ଦର ଶିଶୁକନ୍ୟା ପ୍ରତି ଆକର୍ଷିତ ହୋଇ ତାହାକୁ ରାଜ୍ୟକୁ ନେଇକି ଆସି ନିଜ କନ୍ୟା ଭାବରେ ପାଳିବାକୁ ଲାଗିଲେ ।

ସୀତା ଦିନେ ସାଙ୍ଗସାଥିମାନଙ୍କ ସହ ବାର୍ତ୍ତାଳାପ କରୁଥିବା ସମୟରେ ଦୁଇ ଶୁଆଯୋଡି ଭଗବାନ ଶ୍ରୀରାମ ଯେ ଉତ୍ତମ ପୁରୁଷ ଏବଂ ତାଙ୍କ ବିବାହ ଜାନକୀ ସୀତାଙ୍କ ସହ ହେବ ଏବଂ ତାଙ୍କୁ ବିବାହ କରିଥିବା ଜାନକୀ କେତେ ଭାଗ୍ଯବାନ ବୋଲି କଥା ହେଉଥିବା ଜାନକୀ ସୀତା ଶୁଣିଦେଇଥିଲେ । ତେଣୁ ସେ ତାଙ୍କ ଦାସୀକୁ ଆଜ୍ଞା ଦେଲେ କି ସେହି ଦୁଇ ଶୁଆଯୋଡି ଧରିକି ତାଙ୍କ କତିକି ନେଇକି ଆସିବାକୁ କାରଣ ସେ ଭବିଷ୍ୟତ ରେ ଘଟିବାକୁ ଯାଉଥିବା ବିଷୟରେ ଜାଣିବାକୁ ଇଛା କରିଥିଲେ  ।

 

ସୀତାଙ୍କ କଥାରେ ଦାସୀ ଶୁଆମାନଙ୍କୁ ଧରି  ସୀତାଙ୍କ ନିକଟକୁ ନେଇକି ଆସିଲେ । ସୀତା ସେମାନଙ୍କୁ ପଚାରିଲେ ତୁମେ କେମିତି ଜାଣିଛ  ତହିରେ ପୁରୁଷ ଶୁଆ କହିଲେ ଆମେ ମହଷି ବାଲ୍ମୀକିଙ୍କ ଆଶ୍ରମ ପାଖରେ ଥିବା ଗଛରେ ବସିଥିବା ବେଳେ ବାଲ୍ମୀକି ରାମାୟଣ ରଚନା କରି ଶିଷ୍ୟମାନଙ୍କୁ କହିଛନ୍ତି କି ମହଷିଙ୍କ ଯଜ୍ଞରେ ଖୁସି ହୋଇ ବିଷ୍ଣୁ ବରଦାନ ଦେଇ ଭଗବାନ ରାମ ,ଲକ୍ଷଣ ,ଭରତ ଓ ଶତୃଘନକୁ ମାନବ ଶରୀର ଧାରଣ କରି ପୃଥିବୀରେ ଜନ୍ମ ଗ୍ରହଣ କରିଥିଲେ । ବଡ ହେବସା ପରେ ଭଗବାନ ଶ୍ରୀରାମ ମିଥିଳାକୁ ଯାଇ ଧନୁକୁ ଭାଙ୍ଗି ମାତା ଜାନକୀକୁ ବିବାହ କରିବେ ।

ଏସବୁ କଥା ଶୁଣିବା ପରେ ସୀତା ଶୁଆଯୋଡାଙ୍କ ଠାରୁ ଆହୁରି ଅଧିକ କଥା ଜାଣିବା ପାଇଁ ଇଛା ସେମାନଙ୍କୁ ତାଙ୍କ ପାଖରେ ରଖିବା ପାଇଁ ନିଷ୍ପତି ନେଇଥିଲେ । ମାତ୍ର ମହିଳା ଶୁଆ କହିଲା ହେ ସୀତା ଆମେ ବଣପକ୍ଷୀ ଅଟୁ ତେଣୁ ବଣରେ ଯେପରି ସୁଖ ରହିଥାଉ ଏଠି ରହିବା ଆମ ପାଇଁ ଅସମ୍ଭବ ପୁଣି ମୁଁ ଗର୍ଭବତୀ ମୋତେ ଛାଡି ଦିଅ । ମୁଁ ଛୁଆଁ ଜନ୍ମ କରି ପୁନର୍ବାର ଆସିବି ।

ପୁରୁଷଶୁଆ ମଧ୍ୟ ନିବେଦନ କରି କହିଲା କିନ୍ତୁ ସୀତା କହିଲେ ତମେ ଯାଇପର ମାତ୍ର ଆପଣଙ୍କ ଶତ୍ରୁ ଶୁଆ ମୋ ପାଖରେ ରହିବ । ଏହା ପରେ ମହିଳାଶୁଆ ମାତା ସୀତାକୁ ଅଭିଶାପ ଦେଇ କହିଲା ତୁ ଯେପରି ଗର୍ଭବତୀ ସମୟ ମୋ ସ୍ଵାମୀ ଠାରୁ ମୋତେ ଅଲଗା କରିଛୁ ତୁ ମଧ୍ୟ ଗର୍ଭବତୀ ଥିବା ସମୟରେ ଏକଲା ରହିବୁ । ଏହା କହି ସ୍ତ୍ରୀ ଶୁଆ ମୃତ୍ୟୁବରଣ କଲା । ଏଣୁ ସେହି ସ୍ତ୍ରୀ ଶୁଆ ଧୋବୀ ଘରେ ଜନ୍ମ ନେଇ ରାମା ଓ ସୀତା ଅଲଗା ହେବାର କାରଣ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button