ନୀତି

ବୋଲବମ୍ କଣ ଏବଂ କାହିଁକି ହେଲା ? ଏହା ପଛରେ ଥିବା ପୌରଣିକ କାରଣ ବିଷୟରେ ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷର ଶ୍ରାବଣ ମାସ ଆସିଛି । ଏହି ମାସରେ ଭଗବାନ ଶିବଙ୍କ ଭକ୍ତବୃନ୍ଦ ପାଣି ନେଇ ବୋଲବମ୍ ଯାତ୍ରା କରିଥାନ୍ତି । କାରଣ ଏହା ବହୁତ ପୁରୁଣା ବିଧି ଯଥା ଏହାକୁ କରିବା  ଦ୍ଵାରା ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କ ଭକ୍ତମାନଙ୍କୁ ମନବାଞ୍ଛା ପୂରଣ କରିଥାନ୍ତି । ତେଣୁ ଏହାକୁ ପବିତ୍ର ଶ୍ରାବଣ ମାସର ମାନ୍ୟତା ରହିଛି  ।

 

ଭଗବାନ ଶିବ ହେଉଛନ୍ତି ସମଗ୍ର ବିଶ୍ଵ ସଂହାରକାରୀ ତାଙ୍କ କ୍ଷଣିକ କ୍ରୋଧ ଏହି ବିଶ୍ବାସ ଧ୍ଵଂସ କରିଥାଏ । ମାତ୍ର ତାଙ୍କ ଦୟା ମଧ୍ୟ ସେତିକି ଉନ୍ନତ ଅଟେ । ସ୍ଵଚ୍ଛ ହୃଦୟରେ ଯିଏ ବି ତାଙ୍କୁ ଖୋଜିଥାନ୍ତି ତେବେ ନିଶ୍ଚୟ ତାଙ୍କୁ ଦେଖିପାରନ୍ତି । ତେଣୁ କରି ଭଗବାନ ଶିବଙ୍କୁ ମନରେ ରଖି ଲୋକମାନେ ଶ୍ରାବଣ ମାସରେ ବୋଲବମ୍ ଯାତ୍ରା କରିଥାନ୍ତି । ମାତ୍ର ଆପଣମାନେ ଜାଣିଛନ୍ତି କି ବୋଲବମ୍ ଯାତ୍ରା କେବେ ଓ କଣ ପାଇଁ ହୋଇଥିଲା ।

ଆଜି ଆମେ ଆପଣଙ୍କୁ ବୋଲବମ୍ ର ପୌରଣିକ ରହସ୍ୟ ବିଷୟରେ କହିବୁ । ତେଣୁ କରି ଆପଣ ଏହି ପୋଷ୍ଟକୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ଏହା ହେଉଛି ତ୍ରୋତୟା ଯୁଗର କଥା ତିନିଲୋକକୁ  ଅନ୍ୟାୟରେ  ବିଜୟ  କରିଥିବା ରାବଣକୁ ଦେଖି ଦେବଶ୍ରୀ ନାରଦ ତାଙ୍କୁ କହିଥିଲେ କି କେଶୋରୀ ଓ ଅଞ୍ଜନାଙ୍କ ଗର୍ଭରୁ ଜାତ ହେବେ ତାଙ୍କ ନାମ ହନୁମାନ ଓ ସେ ଦିନେ ସ୍ଵର୍ଣ୍ଣ ଲଙ୍କା ଧ୍ଵଂସ ହେବାର କାରଣ ହେବେ । ଏହା କହି ଦେବଶ୍ରୀ ନାରଦ ଅନ୍ତରଧ୍ୟାନ ହୋଇଯାଇଥିଲେ । ଏହା ପରେ ରାବଣ ବହୁ ଚିନ୍ତା କରିଲା ପରେ ଭାବିଲେ ଯଦି ମୁଁ ମୂଳକୁ କରିଦେବି ତେବେ କିଏ ବା  ମୋର  କିଛି କରିପାରିବ ।

ତେଣୁ ସେ କେଶୋରୀଙ୍କ ଉପରେ ଆକ୍ରମଣ କରିଥିଲେ ଏହାକୁ ଜାଣିବା ପରେ ଅଞ୍ଜନି ସଂପୂର୍ଣ୍ଣ ରୂପେ ଭାଙ୍ଗିପଡିଥିଲେ । ଦିନେ ସେ ବସି ଭାବୁଥିଲେ କି ମୁଁ ମୋ ସ୍ଵାମୀଙ୍କୁ କିପରି ବଞ୍ଚାଇବି କାରଣ ଜଣେ ସୁହାଗିନୀ ପାଇଁ ତା ଜୀବନ ଠାରୁ ଅଧିକ ହୋଇଥାଏ ସ୍ଵାମୀଙ୍କ ପ୍ରାଣ ।  ସେହି ସମୟରେ ଶ୍ରାବଣ ମାସ ଚାଲୁଥାଏ ଝିପି ଝିପି ବର୍ଷା ହେଉଥାଏ । ମନରେ ଦୃଢ ନିଷ୍ପତି ନେଇ କାବଡିଆ ବେଶ ଧାରଣ କରିଥିଲେ ।ନଦୀରେ ସ୍ନାନ କରି କଳସରେ ପାଣି ପୁରାଇ କାନ୍ଧରେ ବୋଲବମ୍ ବୋହି ପାଦ ଯାତ୍ରାରେ ବାହାରି ପଡିଥିଲେ କୈଳାଶକୁ ।

ଏପରି ଅନେକ ଦିନ ପାଦ ଯାତ୍ରା କରୁଥାନ୍ତି ଆଖିରେ ନିଦ  ଅଛି ନା ପେଟରେ ଖାଦ୍ୟ ଏଭଳି ଚାଲି ଚାଲି ଚେତାଶୂନ୍ୟ ହୋଇ ପଡିଗଲେ । ତେନେ ଭଗବାନ ବିଷ୍ଣୁ ତାଙ୍କୁ ଦର୍ଶନ ଦେଇ କହିଲେ ଦେବୀ ଅଞ୍ଜନା ତୁମର ଇଛା କଣ କୁହ କିନ୍ତୁ ତାହା ଦେଖି ଦେବୀ ଅଞ୍ଜନା ବିଶ୍ଵାସ କରିପାରିଲେ ନାହିଁ ।

ତେବେ ଭଗବାନ ବିଷ୍ଣୁ କହିଲେ ମୁଁ ଏଠାରେ ଶିବଲୀଙ୍ଗ ଉଭା କରିଛି ଯାଇକି ପାଣି ଢାଲ । ମାତ୍ର ଅଞ୍ଜନା କହିଲେ ମୋତେ ଆପଣଙ୍କ ଉପରେ ବିଶ୍ଵାସ ନାହିଁ ।ତାହା ଶୁଣି ଭଗବାନ ବିଷ୍ଣୁ କହିଲେ ଏହା ତମେ କଣ କହୁଛ ଭଗବାନ ଶିବ ହେଉଛନ୍ତି ସତ୍ୟ ଆପଣଙ୍କ ଇଛା ନିଶ୍ଚୟ ପୁରଣ ଠିକ ସେଥିକିବେଳେ ଭଗବାନ ଶିବ ସେଠାରେ ଉଭା ହେଲେ ଆଉ ପଚାରିଲେ ଆପଣ କଣ  ଚାହୁଛ କୁହ ।

ଅଞ୍ଜନା କହିଲେ ଆପଣ କଣ ମୋର ସ୍ଵାମୀଙ୍କ ଜୀବନ ଫେରାଇପାରିବେ ତେବେ ଭଗବାନ ଶିବ ତଦସ୍ତୁ କହିଲେ । ତେଣୁ ସେହି ଦିନରୁ ଶ୍ରାବଣ ମାସରେ ବୋଲବମ୍ ଧରି ଶିବଲୀଙ୍ଗରେ ପାଣି ଢାଲୁଥିବା ଭକ୍ତମାନଙ୍କ ସବୁ ମନଇଛା ପୂରଣ ହେବା ସହ ସମସ୍ତ ପାପରୁ ମୁକ୍ତି ପାଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button