ମନୋରଞ୍ଜନ

ପଞ୍ଜାବୀ ଗାୟକ ମିକା ସିଂହଙ୍କ ଉପରେ ଲାଗିଲା ସଙ୍ଗିନ ଆରୋପ, ଅଛନ୍ତି ବର୍ତ୍ତମାନ ଦୁବାଇର ଜେଲରେ

ପଞ୍ଜାବୀ ଗାୟକ ମିକା ସିଂହଙ୍କର ବିବାଦ ସହ ପୁରୁଣା ସମ୍ପର୍କ ଅଛି, ଲୋକମାନେ ତାଙ୍କର ସଙ୍ଗୀତ ଯୋଗୁ ତାଙ୍କୁ ଚିହ୍ନି ଛନ୍ତି କିନ୍ତୁ ପ୍ରାୟତଃ ମିକା ଏମିତି କିଛି କରି ଦିଅନ୍ତି ଯାହା ପାଇଁ ସେ ଚର୍ଚାର ବିଷୟ ହୋଇଯାନ୍ତି ଏବଂ ପୁଣି ଥରେ ମିକା ଏମିତି କିଛି କରି ଦେଇଛନ୍ତି ଯେ, ଯାହାଦ୍ଵାରା ସେ ଖବରରେ ଆସିଯାଇଛନ୍ତି ଏବଂ ତାଙ୍କର ସମସ୍ୟା ମଧ୍ୟ ବଢି ଯାଇଛି । ବର୍ତ୍ତମାନ କିଛି ଦିନ ହେବ ମିକା ସିଂହ ଦୁବଈରେ ଥିଲେ ଏବଂ ସେଠି ତାଙ୍କୁ ହିରାଶତରେ ନିଆଯାଇଛି ଏବଂ କାରଣ ଯୌନ ଶୋଷଣ ବୋଲି ଦର୍ଶା ଯାଇଛି। ମିକା ସିଂହ ଉପରେ ଗୋଟିଏ ୧୭ ବର୍ଷ ବ୍ରାଜିଲିୟନ ଝିଅ ଆରୋପ ଲଗାଇ ଛନ୍ତି । କିନ୍ତୁ ଅଧିକାରୀ ରୂପରେ ଏହାର କୌଣସି ପୃଷ୍ଟି ହୋଇ ନାହିଁ ।

 

ଖବର ଅନୁସାରେ ମିକା ସିଂହ ଏକ କାର୍ଯ୍ୟକ୍ରମ ପାଇଁ ଦୁବଈ ଯାଇଥିଲେ, ଯେଉଁଠି ତାଙ୍କ ଉପରେ ଆରୋପ ଲଗା ଯାଇଥିଲା ଏବଂ ବୁଧୁବାର ରାତିରେ ପାଖାପାଖି ୩ ଟା ବେଳେ ପୁଲିସ ତାଙ୍କୁ ଗିରଫତାର କରିନେଲେ । ଯେଉଁ ଝିଅ ମିକାଙ୍କ ଉପରେ ଦୋଷ ଲଗାଇଛନ୍ତି ସେ ଏକ ମଡେଲ ଅଟେ । ଯୁବତୀ ମିକାଙ୍କ ଉପରେ ଆରୋପ ଲଗାଇଛନ୍ତି କି ମିକା ତାଙ୍କୁ ଅଶୀଳତା ଫୋଟୋଗ୍ରାଫ୍ସ ପଠାଉଥିଲେ, ସେଥିପାଇଁ ସେ ଆରୋପ ଲଗାଇଛନ୍ତି, ବର୍ତ୍ତମାନ ତାଙ୍କର ଜମାନତ କରିବା ପାଇଁ କାମ ଚାଲୁଅଛି ।

ପୂର୍ବରୁ ମଧ୍ୟ ରହିଛି ବିବାଦ ସହିତ ସମ୍ପର୍କ

 

କହିଦେଉଛୁ ଯେ ଏହା କୌଣସି ପ୍ରଥମ ଥର ନୁହେଁ କି ଯେତେବେଳେ ମିକା ଏହିଭଳି କୌଣସି ବିବାଦରେ ପଡିଛନ୍ତି ।

·    ସର୍ବେ ପ୍ରଥମେ ବର୍ଷ ୨୦୦୬ ରେ ରାଖୀ ସାବନ୍ତକୁ ଜବରଦସ୍ତି କିସ କରିବାକୁ ନେଇ ବିବାଦରେ ଘେରିଥିଲେ, ସେତେବେଳେ ରାଖୀ ସାବନ୍ତ ତାଙ୍କ ବିରୁଦ୍ଧରେ କେସ ମଧ୍ୟ କରିଥିଲେ ।

·    ବର୍ଷ ୨୦୧୪ ରେ ହିଟ ଏଣ୍ଡ ରନ କେସରେ ବି ମିକାଙ୍କ ନାମରେ କେସ କରାଯାଇଛି ।

·    ବର୍ଷ ୨୦୧୫ ରେ କୌଣସି ଫଙ୍କସନରେ ଡାକ୍ତର ଉପରେ ହାତ ଉଠାଇବା ପାଇଁ ମଧ୍ୟ ମିକାଙ୍କୁ ଗିରଫତାର ମଧ୍ୟ କରାଯାଇଛି ।

ମିକାଙ୍କର ଭାଇ ଦଲେର ମେହଦୀ ଉପରେ ବି ଲାଗିଛି ଆରୋପ

କହିଦେଉଛୁ ଯେ କେବଳ ମିକା ନୁହନ୍ତି ତାଙ୍କ ଭାଇ ଦଲେର ମେହଦୀଙ୍କ ଉପରେ ମଧ୍ୟ human trafficking କରିବା ପାଇଁ ଆରୋପ ଲାଗିଛି ଏବଂ ବର୍ଷ 2018 ରେ ପଞ୍ଜାବର ପଟିୟାଲା କୋର୍ଟ ଦଲେରଙ୍କୁ ଏହି ମାମଲାରେ ଦୋଷୀ ପାଇଥିବାରୁ ତାଙ୍କୁ ଦୁଇ ବର୍ଷ ପାଇଁ ଜେଲଦଣ୍ଡ ଦେଇଛନ୍ତି । ବର୍ତ୍ତମାନ ସେ ବେଳରେ ଜେଲରୁ ବାହାରେ ଅଛନ୍ତି । ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button