ମନୋରଞ୍ଜନ

୨୦ ବର୍ଷର ଏହି ଯୁବକଙ୍କ ପାଖରେ ଅଛି ୨୦ ହଜାର କୋଟି ଟଙ୍କାର ସମ୍ପତ୍ତି, ନିଜକୁ କୁହନ୍ତି ଶ୍ରୀରାମଙ୍କର ବଂଶଜ, ଜାଣନ୍ତୁ ପୁରା ଖବର

ଭାରତରେ କିଛି ଏମତି ଧନୀ ଲୋକ ଅଛନ୍ତି ଯାହାଙ୍କ ପାଖରେ ଏତେ ସମ୍ପତ୍ତି ଅଛି କି ସେମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ଗ୍ରାମକୁ କିଣି ପାରିବେ । କିଛି ଲୋକମାନେ ନିଜର ପରିଶ୍ରମ ଦ୍ଵାରା ଟଙ୍କା ଆୟ କରିଥାନ୍ତି ତ କିଛି ଲୋକମାନଙ୍କୁ ନିଜର ପୂର୍ବ ପୁରୁଷଙ୍କ ଠାରୁ ସମ୍ପତି ମିଳିଥାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ଯୁବକ ବିଷୟରେ କହିବୁ ଯାହାଙ୍କ ପାଖରେ କୋଟି କୋଟି ଟଙ୍କାରୁ ବି ଅଧିକ ସମ୍ପତ୍ତି ଅଛି । ୨୦ ବର୍ଷର ଏହି ଯୁବକ ପାଖରେ ୨୦ ହଜାର କୋଟି ଟଙ୍କା ସମ୍ପତ୍ତି ଅଛି ଓ ସେ ନିଜକୁ ଶ୍ରୀରାମଙ୍କର ବଂଶଜ ବୋଲି ବି କହୁଛନ୍ତି । ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା ।

୨୦ ବର୍ଷର ଏହି ଯୁବକ ପାଖରେ ଅଛି ୨୦ ହଜାର କୋଟି ଟଙ୍କାର ସମ୍ପତି

ଏହି ଯୁବକର ନାମ ପଦ୍ମନାଭ ସିଂହ ଅଟେ ଓ ସେ ଜୟପୁରର ରାଜ ପରିବାର ସହ ସମ୍ବନ୍ଧ ରଖନ୍ତି । ସେ ଜୟପୁରର ରାଜ ପରିବାରର ୩୦୩ ନମ୍ବର ବଂଶଜ ଅଟନ୍ତି । ସେ ଏକ ମଡେଲ, ପୋଲୋ ଖେଳାଳି ଓ ଟ୍ରାବେଲର ଅଟନ୍ତି । କୁହାଯାଏ କି ଜୟପୁରର ପୂର୍ବ ମହାରାଜା ଭବାନୀ ସିଂହ ଯିଏକି ଭଗବାନ ରାମଙ୍କର ପୁଅ କୁଶଙ୍କର ୩୦୯ ନମ୍ବର ବଂଶଜ ଥିଲେ ।ଏହି ରାଜ ପରିବାର ସହ ସମ୍ବନ୍ଧ ରଖୁଥିବା ପଦ୍ମିନୀ ଦେବୀ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ ଏହା କହିଛନ୍ତି । ଏହା ଛଡା ଏହି ରାଜପରିବାର ନିଜର ଆଧିକାରିକ ସାଇଟରେ ବି ଏହା ବିଷୟରେ ଲେଖି ଛନ୍ତି । ନିଜର ଆଲୀସାନ ଲାଇଫଷ୍ଟାଇଲ ପାଇଁ ଜଣା ଯାଉଥିବା ପଦ୍ମନାଭ ସିଂହଙ୍କର ଜୟପୁରରେ ରାମ ନିବାସୀ ମହଲରେ ନିଜର ଆଲିସାନ ଅପାର୍ଟମେଂଟ ଅଛି ।୨୦୧୧ରେ ଏହି ରାଜ ପରିବାରର ସମସ୍ତ ସମ୍ପତ୍ତି ୬୨୧.୮ ମିଲିୟନ ମାନେ ପାଖାପାଖି ୪୪ ଅରବ ଟଙ୍କାରୁ ବି ଅଧିକ ଥିଲା, ଯାହା ବର୍ତ୍ତମାନ ବଢିଯାଇ ୪୮ ଅରବ ରୁ ବି ଅଧିକ ହୋଇଯାଇଛି । ପଦ୍ମନାଭ ସିଂହଙ୍କୁ ପୋଲୋ ଖେଳିବାକୁ ବହୁତ ଭଲ ଲାଗେ ଓ ସେ ଇଣ୍ଟରନ୍ୟାସନାଲ ଲେବୁଲ ର ଖେଳାଳି ଅଟନ୍ତି । ଏହା ଛଡା ତାଙ୍କୁ ଦେଶ ବିଦେଶ ବୁଲିବାକୁ ବି ଭଲ ଲାଗେ । ସେ ନିଜର ଶିକ୍ଷା ଅକ୍ସଫୋର୍ଡ ୟୂନିବର୍ସିଟିରୁ ପୁରା କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button