ମନୋରଞ୍ଜନ

ଯେଉଁ ଗଛରେ ବସିଥିଲା ତାକୁ ହିଁ କାଟୁଥିଲା ଏହି ଲୋକ, ତାପରେ ଘଟିଲା ଏମିତି ଘଟଣା କି ଦେଖି ଉଡ଼ିଯିବ ହୋସ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳେ। କିନ୍ତୁ ନିକଟରେ ଏକ କୌତୁହଳସ୍ପଦ ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହୋଇଛି ଏବଂ ଲୋକ ଏହାକୁ ବାରମ୍ବାର ଦେଖୁଛନ୍ତି ଓ ନିଜ ପ୍ରତିକ୍ରିୟା ଦେଉଛନ୍ତି। ଆପଣ ସେହି କାହାଣୀଟି ଶୁଣିଥିବେ ଯେଉଁଠି ଲୋକଟି ଯେଉଁ ଡାଳ ରେ ବସିଥିଲା ସେହି ଡାଳକୁ ହିଁ କାଟୁଥିଲା। ଏହାକୁ ମୂର୍ଖତା ର ପ୍ରତୀକ ବୋଲି କୁହାଯାଏ। କିନ୍ତୁ ତାହା ଏକ କାହାଣୀ ଥିଲା।

ଏବେ ସତରେ ଏମିତି ଏକ ଘଟଣା ଘଟିଛି। ଏହି ଭିଡ଼ିଓରେ ଜଣେ ଲୋକ ଏକ ତାଳ ଗଛକୁ କାଟୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହା ଦେଖି ଲକ୍ଷ ଲକ୍ଷ ଲୋକ ଆଶର୍ଯ୍ୟଚକିତ ହେଉଛନ୍ତି । ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ କି ଲୋକଟି ଗଛ କାଟିବାକୁ ବହୁତ ଅଜବ ପ୍ରକାର ଉପାୟ କରିଛି ।

ଗଛଟିକୁ ତଳୁ ନ କାଟି ଲୋକଟି ଗଛଟିର ଉପରେ ଚଢ଼ି ଯାଇଛି ଓ ଉପରେ ଚଢ଼ି ଗଛଟିକୁ କାଟୁଥିବା ଅବସ୍ଥାରେ ଏହି ଭିଡିଓ କୁ ଆପଣ ଦେଖିପାରିବେ। ଭିଡିଓ ଟି ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଆମେରିକା ର ପୂର୍ବତନ ବାସ୍କେଟ ବଲ୍ ଖେଳାଳି ରେକ୍ସ୍ ଚାପମ୍ୟାନ୍ ମଧ୍ୟ ନିଜର ଟ୍ଵିଟର୍ ଆକାଉଣ୍ଟ୍ ରେ ସେୟାର କରିଛନ୍ତି। ସେୟାର କରି ସେ ଲେଖିଛନ୍ତି, “କେବେ କାହାକୁ ଏତେ ବଡ଼ ତାଳ ଗଛ କାଟିବା କିଏ ଦେଖିଛି, ହେ ଭଗବାନ୍!”

ଭିଡ଼ିଓରେ ଦେଖିବାକୁ ମିଳେ କି ଲୋକଟି ଏକ ଉଚ୍ଚ ତାଳ ଗଛ ର ଉପର ଭାଗରେ ବସି ଏକ କଟୁରି ଦ୍ୱାରା ଗଛର ଉପର ଭାଗକୁ କାଟୁଛି। ଯେତେବେଳେ ଗଛର ଉପର ଭାଗ କଟି କି ତଳେ ପଡୁଛି ଲୋକଟି ଗଛ ଉପରେ ଲାଖି ରହି ଗଛ ସହ ପବନରେ ଜୋର୍ ଜୋର୍ ରେ ହଲିବାକୁ ଲାଗୁଛି ।

ଏହା ଦେଖିକି ଲାଗୁଛି ଲୋକଟି ଯେମିତି ତଳେ ପଡ଼ିଯିବ । କିନ୍ତୁ ସେ ଗଛ କୁ ଭଲ ଭାବେ ଜାବୁଡ଼ି ଧରି ରହିଛି। ଗଛର ଡାଳପତ୍ର ତଳେ ପଡି ଯାଉଛି କିନ୍ତୁ ସେ ଉପର ଭାଗରେ ଗଛକୁ ସେମିତି ଜାବୁଡ଼ି ଧରି ଝୁଲୁଛି।

ଭିଡିଓ ଟି କେବେ ଓ କେଉଁଠି ସୁଟିଂ ହେଇଛି ଏହି କଥା ଏବେ ଯାଏ ଜଣା ପଡିନି । କିନ୍ତୁ ଏହି ପ୍ରକାର ଗଛ କାଟିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଲୋକଟି ଚାହିଁଥିଲେ ଗଛକୁ ତଳ ଆଡ଼ୁ ଅତି ସହଜରେ କାଟି ପାରିଥାନ୍ତା । ଏହାକୁ ଅତ୍ୟଧିକ ବୁଦ୍ଧିମାନ ର କାମ କୁହନ୍ତୁ ବା ଅତ୍ୟଧିକ ମୂର୍ଖ କୁହନ୍ତୁ, କିନ୍ତୁ ଲୋକଟି ଗଛର ଉପର ଭାଗକୁ ଯାଇ ଏହାକୁ କାଟୁଥିବାର ଦେଖିପାରିବେ। ଏହା ଦେଖି ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button