ମନୋରଞ୍ଜନ

ଛୋଟ ପରଦାରେ ମିଠା ମିଠା କଥା କହୁଥିବା ତୁଳସୀ ଠାରୁ ନେଇ ସଂସଦରେ ବାକ୍ୟ ବାଣ ଚଲାଉଥିବା Smriti Irani ପର୍ଯ୍ୟନ୍ତ, ପଢନ୍ତୁ କିପରି ଥିଲା ତାଙ୍କର ଜୀବନ ଯାତ୍ରା

ଦେଶର ବହୁତ କମ ଏମିତି ମହିଳା ନେତା ଅଛନ୍ତି ଯେଉଁମାନେ ନିଜର ଆକ୍ରମକ ଭାଷଣ ଶୈଳୀ ଦ୍ଵାରା ପୁରା ଭାରତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । କହିବାକୁ ଗଲେ ସ୍ମୃତି ଈରାନୀଙ୍କ ଭାଷଣ ଶୈଳୀ ବି ସେହିଭଳି ଅଟେ । ସେ କୌଣସି ବି ନେତାକୁ ଯଦି ଟାର୍ଗେଟ କରି ନିଅନ୍ତି ତେବେ ତାକୁ ଛାଡନ୍ତି ନାହିଁ । କହିବାକୁ ଗଲେ ସ୍ମୃତି ଈରାନୀ ପୂର୍ବରୁ ହିଁ ନିଜର ଭାଷଣ ପାଇଁ ଜଣା ଯାଆନ୍ତି । କହିଦେଉଛୁ କି BJP ତାଙ୍କୁ ପ୍ରଥମ ଥର କଂଗ୍ରେସର ପରମ୍ପରାଗତ ସୀଟ ଓ ଗାନ୍ଧୀ ପରିବାରର ପୁଅ ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଅମେଠୀରେ ଛିଡା କରିଥିଲେ ଓ ଏହି ସମୟରୁ ହିଁ ସ୍ମୃତି ଈରାନୀ ରାଜନୈତିକ କ୍ଷେତ୍ରରେ ବହୁତ ଚର୍ଚିତ ନେତା ହୋଇ ଯାଇଛନ୍ତି । କିନ୍ତୁ ୨୦୧୪ରେ ସ୍ମୃତି ଈରାନୀଙ୍କୁ ରାହୁଲ ଗାନ୍ଧୀଙ୍କ ସାମ୍ନାରେ ହାର ମିଳିଲା ।

ଏହା ପରେ ୨୦୧୯ର ଲୋକସଭା ନିର୍ବାଚନ ହେଲା ତେବେ ସେହି ସ୍ମାୟରେ ସ୍ମୃତି ଈରାନୀ କଂଗ୍ରେସକୁ ପଛରେ ପକାଇ ଅମେଠିରୁ ରାହୁଲ ଗାନ୍ଧୀକୁ ପରାଜିତ କରିଦେଲେ ଓ ଏହା ପରେ ହିଁ ପାର୍ଟିରେ ତାଙ୍କର ସ୍ଥିତି ଆହୁରି ବି ମଜବୁତ ହୋଇଗଲା । କହିବାକୁ ଗଲେ ସ୍ମୃତି ଈରାନୀ ଯେତେବେଳେ ଭାଷଣ ଦେଉଥିଲେ ତେବେ ଲାଗୁଥିଲା କି ସେ ରାଜନୀତିକୁ ବହୁତ ପାଖାପାଖି ଦେଖିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଏହିଭଳି କିଛି ବି ନୁହେଁ । ସ୍ମୃତି ଈରାନୀ ନିଜର କ୍ୟାରିୟରର ଆରମ୍ଭ ଗୋଟିଏ ମଡେଲ ରୂପରେ ଆରମ୍ଭ କରିଥିଲେ । ସ୍ମୃତି ଈରାନୀ ବର୍ଷ ୧୯୯୮ରେ ମିସ ଇଣ୍ଡିଆରେ ଅଂସ ଗ୍ରହଣ ବି କରିଥିଲେ । ମଡେଲରୁ ଅଭିନୟ ଓ ପୁଣି ରାଜନୀତି ସବୁ ସ୍ଥାନରେ ସେ ନିଜକୁ ପ୍ରମାଣିତ କରିଛନ୍ତି । ସ୍ମୃତି ଈରାନୀ ଯେତେବେଳେ ୨୧ ବର୍ଷର ଥିଲେ ସେତେବେଳେ ହିଁ ସେ ମିସ ଇଣ୍ଡିଆରେ ଭାଗ ନେଇଥିଲେ । ଏହି ସମୟରେ ସ୍ମୃତି ଈରାନୀ ରାଜନୀତିରେ ରୁଚି ଅଛି ବୋଲି ନିଜର ଇଚ୍ଛା ବ୍ୟକ୍ତ କରିଥିଲେ ।

ଏମିତିରେ ସ୍ମୃତି ଈରାନୀ ଯେତେବେଳେ ଅଭିନୟ ଦୁନିଆରେ ଗୋଡ ରଖିଲେ ତେବେ ତାଙ୍କୁ ଏକତା କପୁରଙ୍କ ଶୋ ‘କ୍ଯୋଂକି ସାସ ଭୀ କଭୀ ବହୂ ଥୀ’ରେ ତୁଲସୀର କିରଦାର ଦ୍ଵାରା ପୁରା ଦେଶର ସେ ପରିଚିତ ହୋଇଗଲେ । ଏହା ସହିତ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଈରାନୀ ମ୍ୟୁଜିକ କେତେକେ ଭିଡିଓରେ ମଧ୍ୟ କାମ କରିଛନ୍ତି । ଏହି ସବୁ ଫଟୋରେ ଆପଣ ଦେଖି ପାରିବେ କି ସ୍ମୃତି ଈରାନୀ ପୂର୍ବ ଅପେକ୍ଷା କେତେ ବଦଳି ଯାଇଛନ୍ତି । ନିଜର ଏହି ପରିବର୍ତ୍ତନ ବିଷୟରେ ସ୍ମୃତି ଈରାନୀ ଗୋଟିଏ ଇଣ୍ଟରଭିୟୁ ଓ ସୋସିଆଲ ମିଡିଆରେ କହିଥିଲେ ।

କହିଦେଉଛୁ କି କିଛି ସମୟ ପୂର୍ବେ ସ୍ମୃତି ଈରାନୀ ନିଜର ପୁରୁଣା ଓ ବର୍ତ୍ତମାନର ଗୋଟିଏ ଫଟୋ ଶେୟାର କରିଥିଲେ ଓ କହିଥିଲେ କି ‘କଣ ଥିଲି କଣ ହୋଇଗଲେ ଦେଖୁ ଦେଖୁ’ । ଆପଣଙ୍କୁ କହିଦେଉଛୁ କି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଈରାନୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ବହୁତ ବି ଏକ୍ଟିବ ରହିଥାନ୍ତି ଓ ପ୍ରାୟତଃ ସେ ନିଜର ଫଟୋ ବି ଅପଲୋଡ କରନ୍ତି ।

ରାଜନୀତି ସହିତ ସେ ନିଜର ପର୍ସନାଳ ଲାଇଫକୁ ବି ବହୁତ ସୁନ୍ଦରତାର ସହ ମ୍ୟାନେଜ କରୁଛନ୍ତି । ଆଜି ସେ ଯେତେବେଳେ ସଂସଦରେ ଛିଡା ହୋଇ ଭାଷଣ ଦିଅନ୍ତି ତେବେ ଭଲ ଭଲ ନେତା ବି ଡରି ଯାଆନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button