ନୀତି

Vastu Shastra- ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯଦି ଘରେ ଥାଏ ଏହି ୫ଟି ଜିନିଷ, ଦାରିଦ୍ର୍ୟତା ସେହି ଘରକୁ ଛୁଇଁ ବି ପାରେ ନାହିଁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଥରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ସାକ୍ଷାତ କରିବା ନିମନ୍ତେ ଯୁଧିଷ୍ଠିର ତାଙ୍କ ରାଜ୍ୟ କୁ ଆସିଥିଲେ। ଯୁଧିଷ୍ଠିର ଶ୍ରୀକୃଷ୍ଣ ଙ୍କୁ ପଚାରିଥିଲେ ଯେ, କେଉଁ ଜିନିଷ ଘରେ ରହିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ସ୍ଥାପନ ହୋଇଥାଏ? ଶ୍ରୀକୃଷ୍ଣ ନିଜର ଉତ୍ତର ରେ ୫ଟି ଜିନିଷ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ। ଏହି ୫ଟି ଜିନିଷ ସମ୍ବନ୍ଧରେ ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ କରା ଯାଇଛି। ଘରେ ଥିବା ପ୍ରତ୍ୟେକ ଜିନିଷ ମଧ୍ୟରେ କିଛି ଖାସ ଗୁଣ ରହିଥାଏ।

ଯଦି ସେହି ଜିନିଷ ଗୁଡ଼ିକୁ ସଠିକ ସ୍ଥାନ ରେ ରଖା ଯାଇନଥାଏ ତେବେ ତାହା ଘରେ ନକରାତ୍ମକ ଉର୍ଜା ସୃଷ୍ଟି କରିଥାଏ। ଏହାଦ୍ବାରା ଘରେ ଅଶାନ୍ତି ସୃଷ୍ଟି ହୁଏ ଏବଂ ଆର୍ଥିକ ସମସ୍ୟା ଦେଖା ଯାଇଥାଏ। ତେବେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ସମ୍ବନ୍ଧରେ ଯାହା ଘରେ ସୁଖ ଓ ସମୃଦ୍ଧି ସ୍ଥାପନ କରିଥାନ୍ତି।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ‘ଚନ୍ଦନ’। ପ୍ରତ୍ୟେକ ବ୍ୟକ୍ତି ଙ୍କ ଘରେ ଚନ୍ଦନ ରହିବା ନିହାତି ଆବଶ୍ୟକ।ଚନ୍ଦନ କାଠ ଅତ୍ୟନ୍ତ ସୁଗନ୍ଧିତ ଅଟେ। ଶ୍ରୀକୃଷ୍ଣ ଯୁଧିଷ୍ଠିର ଙ୍କୁ କହିଥିଲେ ଯେ, ହଜାର ହଜାର ସାପ ଚନ୍ଦନ ଗଛ ରେ ଲିପ୍ତ ହୋଇ ରହିଲେ ମଧ୍ୟ ଚନ୍ଦନ ଗଛ ନିଜର ସୁଗୁଣ ତ୍ୟାଗ କରିନଥାଏ ଏବଂ ସଦା ସର୍ବଦା ପବିତ୍ର ରହିଥାଏ। ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ଯେଉଁ ଘରେ ଚନ୍ଦନ ରହିଥାଏ ସେହି ଘରେ ମାତାଲକ୍ଷ୍ମୀ ବାସ କରିଥାନ୍ତି ଏବଂ ସେହି ଘରେ କେବେବି ଆର୍ଥିକ ସମସ୍ୟା ଦେଖିବାକୁ ମିଳିନଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ପଞ୍ଚଗବ୍ୟ’।ଶାସ୍ତ୍ର ଅନୁସାରେ ମନୁଷ୍ୟ କୁ ପଞ୍ଚଗବ୍ୟ ର ସେବନ ଅବଶ୍ୟ କରିବା ଉଚିତ। ପଞ୍ଚଗବ୍ୟ ଅର୍ଥାତ ଗାଈ ରୁ ଉତ୍ପନ୍ନ ହୋଇଥିବା ଦ୍ରବ୍ୟ। ଏହା ଅତ୍ୟନ୍ତ ପବିତ୍ର ହୋଇଥାଏ।

ପ୍ରାଚୀନ ସମୟରେ ମୁନୀ ଋଷି ମାନେ ଯଜ୍ଞ ରେ ଏହାର ବ୍ୟବହାର ନିଶ୍ଚିତ ଭାବରେ କରୁଥିଲେ। ଏହା ଘରେ ରହିବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ହୋଇଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ ଘରେ ପଞ୍ଚଗବ୍ୟ ଅବଶ୍ୟ ରଖିବା ଉଚିତ।

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ଜଳ’। ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ ଘର ଅଗଣାରେ ଐସାନ୍ୟ କୋଣ ରେ ଏକ ପାତ୍ର ରେ ଜଳ ରଖିବା ଉଚିତ। ଏହାଦ୍ବାରା ପଥିକ ମାନଙ୍କ ଶୋଷ ମେଣ୍ଟିଥାଏ ଏବଂ ପଶୁ ପକ୍ଷୀ ମାନଙ୍କ ପାଇଁ ମଧ୍ୟ ଜଳ ର ବ୍ୟବସ୍ଥା କରିବା ଉଚିତ।

ଯେଉଁ ବ୍ୟକ୍ତି ଏଭଳି କରିଥାଏ, ସେହି ବ୍ୟକ୍ତି ର ଘରୁ ସମସ୍ତେ ସନ୍ତୁଷ୍ଟ ହୋଇ ଫେରନ୍ତି। ଏହାଦ୍ବାରା ସେହି ବ୍ୟକ୍ତି ଉପରେ ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତା’କୁ ବୈଭବ ପ୍ରାପ୍ତି ର ବରଦାନ ପ୍ରଦାନ କରିଥାନ୍ତି।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ମହୁ’। ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ ଘରେ ମହୁ ଅବଶ୍ୟ ରଖିବା ଉଚିତ। ଏହା ପ୍ରାକୃତିକ ଭାବରେ ମିଠା ହୋଇଥାଏ। ଘରେ ମହୁ ରଖିବା ଦ୍ୱାରା ଏହା ଘରେ କଳହ ଓ ବାଦ ବିବାଦ କୁ ଦୁର କରିଥାଏ। ଏକ କାଚ ର ପାତ୍ର ରେ ମହୁ ଭର୍ତ୍ତି କରି ରଖନ୍ତୁ।କାଚ ରାହୁ ଙ୍କ ସହ ଜଡ଼ିତ ବସ୍ତୁ ଅଟେ। ଏହାଦ୍ବାରା ଘରେ ବାଦ ବିବାଦ ହୋଇନଥାଏ ଏବଂ ଯେଉଁ ଘରେ ବାଦ ବିବାଦ ନଥାଏ, ସେହି ଘରେ ମାତାଲକ୍ଷ୍ମୀ ଅବଶ୍ୟ ବାସ କରନ୍ତି।

୫. ବନ୍ଧୁଗଣ ପଞ୍ଚମ ଜିନିଷ ଟି ହେଉଛି, ‘ଦେବୀ ସରସ୍ୱତୀ ଙ୍କ ମୂର୍ତ୍ତି’। ଦେବୀ ସରସ୍ୱତୀ ବିଦ୍ୟାଦାତ୍ରୀ ଅଟନ୍ତି। ଦେବୀ ସରସ୍ୱତୀ ଙ୍କ ମୂର୍ତ୍ତି ବା ଫଟୋ କୁ ଘରେ ସ୍ଥାପନ କରିବା ଦ୍ୱାରା ବ୍ୟକ୍ତି ର କୁଚିନ୍ତା ଦୁର ହୋଇଥାଏ ଏବଂ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ। ଏହା ସହିତ ବିଦ୍ୟାର୍ଥୀ ମାନେ ମଧ୍ୟ ସଫଳତା ହାସଲ କରିଥାନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ ଘରେ ଦେବୀ ସରସ୍ୱତୀ ଙ୍କ ମୂର୍ତ୍ତି ଅବଶ୍ୟ ସ୍ଥାପନ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button