ମନୋରଞ୍ଜନ

ଆପଣଙ୍କ ଜୀବନରେ ଯଦି କେହି ‘P’ ନାମବାଲା ବ୍ୟକ୍ତି ଅଛନ୍ତି ତେବେ ଏହା ନିଶ୍ଚୟ ଦେଖନ୍ତୁ, ଜାଣନ୍ତୁ କେମିତି ହୋଇଥାନ୍ତି ଏହି ନାମର ଲୋକ

ଜୀବନ ଯାତ୍ରାରେ ଅନେକ ଲୋକଙ୍କ ହାତ ଛୁଟିଯିବା ବେଳେ ଅନେକ ଲୋକ ସବୁବେଳେ ଆମ ସାଥିରେ ଚାଲିଥାନ୍ତି । ତେବେ ଆମ ସାଥିରେ ଚାଲୁଥିବା ଲୋକଙ୍କ ବିଷୟରେ ଜାଣିବା ଆମ ପାଇଁ ଲାଭଦାୟକ ହୋଇଥାଏ । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କ ବ୍ୟକ୍ତିତ୍ବ, ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୋଇଥାଏ । ଆଜି ଆମେ ଆପଣଙ୍କୁ ଜ୍ଯୋତିଷ ଅନୁସାରେ ଇଂରାଜୀ ଅକ୍ଷର ‘P’ ରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ କିପରି ହୋଇଥାଏ ତାହା କହିବାକୁ ଯାଉଛୁ ।

P ଅକ୍ଷର ନାମର ବ୍ୟକ୍ତି ବାହାରକୁ ନିଜକୁ ଶାନ୍ତ ଦେଖାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କ ମନରେ ଅନେକ ପ୍ରକାର କଥା ଚାଲିଥାଏ । ଏମାନେ ନିଜ ମନକଥା କାହାକୁ ସହଜରେ କହିବାକୁ ପସନ୍ଦ କରନ୍ତି ନାହିଁ । ନିଜ ମନରେ ଯାହାବି ଚାଲିଥାଉ ପଛେ କିନ୍ତୁ ଏମାନେ ଅନ୍ୟକୁ ସର୍ବଦା ଖୁସି ରଖିବାକୁ ଚେଷ୍ଟା କରନ୍ତି । ଏମାନଙ୍କ ବିଚାର ପବିତ୍ର ହେବା ସହ ଏମାନେ ଈଶ୍ବରଙ୍କ ଉପରେ ଆସ୍ଥା ରଖନ୍ତି ।

ଏମାନେ ନିଜ ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତା ଚିନ୍ତା ବିଚାର କରୁଥାନ୍ତି ଓ ସବୁବେଳେ ଶାନ୍ତିପୂର୍ଣ୍ଣ ଉପାୟରେ ଜୀବନ କାଟିବାକୁ ପସନ୍ଦ କରନ୍ତି । ଏମାନଙ୍କ ସାମନାରେ କ୍ଯାରିୟରକୁ ନେଇ ଅନେକ ବିକଳ୍ପ ରହିଥାଏ, କିନ୍ତୁ ଏମାନେ ପ୍ରାୟତଃ ଭୁଲ୍ ନିର୍ଣ୍ଣୟ ନେଇ ଆଗକୁ ବଢନ୍ତି ଓ ପରେ ପଶ୍ଚାତାପ କରନ୍ତି । ନିଜ କାମକୁ ଏମାନେ ଖୁବ ପରଶ୍ରମର ସହ ମନ ଲଗାଇ କରନ୍ତି । କିନ୍ତୁ ଏମାନଙ୍କୁ ସଫଳତା ସେତେ ସହଜରେ ମିଳି ନଥାଏ । କାର୍ଯ୍ୟକ୍ଷେତ୍ରରେ ଏମାନଙ୍କୁ ଅନେକ ବାଧାବିଘ୍ନର ସମୁଖୀନ ହେବାକୁ ପଡିଥାଏ ।

କିନ୍ତୁ ଏମାନେ ଅଧିକ ସମୟ ପର୍ଯ୍ୟନ୍ତ ଏଥିପାଇଁ ନିରାଶ ରୁହନ୍ତି ନାହିଁ । ସମୟ ଲାଗିଲେ ମଧ୍ୟ ଏମାନେ ଜୀବନରେ ନିଶ୍ଚିତ ଭାବେ ସଫଳ ହୋଇଥାନ୍ତି । ଏହି ନାମର ବ୍ୟକ୍ତି ଦେଖିବାକୁ ଖୁବ୍ ସୁନ୍ଦର ଆକର୍ଷଣୀୟ ହୋଇଥାନ୍ତି । ଏମାନଙ୍କୁ ପ୍ରେମ ସହଜରେ ମିଳିଗଲେ ମଧ୍ୟ ଏହାକୁ ନିଭାଇବା ପାଇଁ ଅନେକ ସମସ୍ଯାର ସାମନା କରିବାକୁ ପଡିଥାଏ । କିନ୍ତୁ ଏମାନଙ୍କ ପ୍ରେମରେ ସତ୍ୟତା ରହିଥାଏ । P ନାମର ଜାତକ ପରୋପକାରୀ, ଦୟାଳୁ, ଧାର୍ମିକ ଓ କୋମଳ ହୃଦୟର ହୋଇଥାନ୍ତି ।

ଏମାନେ ଅନ୍ୟକୁ କେବେ ଦୁଃଖ ଏବଂ ସମସ୍ଯାରେ ଦେଖି ପାରନ୍ତି ନାହିଁ । ଏମାନେ ଶାନ୍ତ ଏବଂ ପ୍ରାକୃତିକ ହରାଭରା ମାହୋଲ ଖୁବ୍ ପସନ୍ଦ କରନ୍ତି । ଏମାନେ ଯେତେ କଷ୍ଟରେ ଥିଲେ ମଧ୍ୟ ନିଜକୁ ସର୍ବଦା ଖୁସି ଏବଂ ତୃପ୍ତ ଦେଖାଇଥାନ୍ତି । ଏମାନେ କାହାର ମନ୍ଦତା କରନ୍ତି ନାହିଁ କି ଶୁଣନ୍ତି ନାହିଁ । ଏମାନଙ୍କ ମଧ୍ୟରେ ଖୁବ୍ ଅଧିକ ଧୈର୍ଯ୍ୟ ଶକ୍ତି ରହିଥାଏ । ଏମାନଙ୍କର କେବଳ ଗୋଟିଏ ଦୁର୍ବଳତା ହେଉଛି ଏମାନେ ନିଜ ଚିନ୍ତାଧାରାକୁ ଅନ୍ୟ ଉପରେ ଥାପିବାକୁ ଚେଷ୍ଟା କରନ୍ତି ।

ସେଥିପାଇଁ ଏମାନଙ୍କୁ ଘରେ ଏବଂ ବାହାରେ ବେଳେବେଳେ ବିଦ୍ରୋହର ସାମନା କରିବା ପଡେ । କିନ୍ତୁ ଏମାନେ ଖୁବ୍ ଚତୁର ହୋଇଥିବାରୁ ସାମନା ବାଲାକୁ ଦେଖି ତା ପାଖରେ ନିଜ କଥା ରଖନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button