ସ୍ୱାସ୍ଥ୍ୟ

କିଡନୀ ସ୍ଟୋନ ଦୂର କରିବାର ସବୁଠୁ ଚମତ୍କାରୀ ଉପାୟ, ପୁରୁଣାରୁ ପୁରୁଣା ସ୍ଟୋନ ବି ଗାୟବ ହୋଇଯିବ- Health Tips

ବନ୍ଧୁଗଣ ନମସ୍କାର, ଆଜି ଆମେ ଆପଣଂକୁ କହିବୁ ଯେ, କିଡନୀ ରେ ଷ୍ଟୋନ କିପରି ହୋଇଥାଏ ଏବଂ ଏହାକୁ ଦୂର କରିବା ନିମନ୍ତେ କିଛି ଘରୋଇ ଉପଚାର ସମ୍ବନ୍ଧରେ । ନିୟମିତ ଖାଦ୍ୟ ନ ଖାଇବା ଦ୍ୱାରା ଅଥବା ଅସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା କିଡ୍ନୀ ରେ ଷ୍ଟୋନ ହୋଇଥାଏ । ଏହା ଏକ ଭୟଙ୍କର ରୋଗ ଅଟେ । ଏହି ରୋଗ ହେବା ଦ୍ୱାରା କିଡ୍ନୀ ବା ମୂତ୍ରାଶୟ ରେ ଛୋଟ ଛୋଟ ପଥର ଜମି ଯାଇଥାଏ । ଏହି ପଥର ମୂତ୍ର ବାହିନୀ କୁ ବ୍ଲକ କରି ଦେଇଥାଏ ଯାହାଫଳରେ କିଡ୍ନୀ ରେ ପରିସ୍ରା ଜମା ହୋଇଥାଏ । ଏହି ପଥର ଗୁଡ଼ିକ ଧୀରେ ଧୀରେ କିଡ୍ନୀ ରେ ଜମାଟ ହୋଇଥାଏ ଏବଂ ଏହା ବଡ଼ ହେବା ପରେ ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ ଏବଂ ୟୁରିନ ସିଷ୍ଟମ ରେ ଏମାନଙ୍କ ମୁମେଂଟ କାରଣରୁ କଷ୍ଟ ଅନୁଭବ ହୋଇଥାଏ ଏବଂ ବାରମ୍ବାର ବାନ୍ତି ଆସିବାର ସମ୍ଭାବନା ରହିଥାଏ । ତେବେ ପ୍ରଥମେ ଆସନ୍ତୁ ଜାଣିବା କିଡ୍ନୀ ରେ ଷ୍ଟୋନ ହେବାର କାରଣ ଗୁଡ଼ିକ କଣ ।

କମ ପାଣି ପିଇବା, ଭୁଲ ଖାଦ୍ୟ ଡାଏଟ ରେ ନେବା, ଅଧିକ ପରିମାଣରେ ଲୁଣ ଖାଇବା, ଡାଇଜେସନ ସଠିକ ଭାବରେ ନହେବା ଆଦି ଏହି ରୋଗର କାରଣ ଅଟେ । ଏହା ସହିତ ଯେଉଁ ଲୋକମାନେ ଅଧିକ ମୋଟା ହୋଇଥାନ୍ତି ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କିଛି ଟିପ୍ସ ସମ୍ବନ୍ଧରେ ଯାହାଦ୍ୱାରା ଏହି ରୋଗର ସମୁଖୀନ୍ନ ହେବାକୁ ପଡି ନଥାଏ ।

୧. ପ୍ରଚୁର ମାତ୍ରା ରେ ପାଣି ପିଅନ୍ତୁ । ଦିନକୁ ୭ ରୁ ୮ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ ଅଟେ । ଏପରି ମାତ୍ରା ରେ ପାଣି ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ହୋଇନଥାଏ । ଯଦି ୟୁରିନ ର ରଙ୍ଗ ଅଧିକ ହଳଦିଆ ହୋଇଥାଏ ତେବେ ଅଧିକ ରୁ ଅଧିକ ପାଣି ପିଇବା ନିମନ୍ତେ ଚେଷ୍ଟା କରନ୍ତୁ ।

୨. ନିଜ ଖାଦ୍ୟପେୟ ନିୟମିତ ରଖନ୍ତୁ । ନିଜ ଡାଏଟ ପ୍ଲାନ ରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ରଖନ୍ତୁ ଏବଂ ସେବନ କରନ୍ତୁ । କିନ୍ତୁ ଅଧିକ ମାତ୍ରା ରେ କ୍ୟାଲସିୟମ ଖାଇବା ମଧ୍ୟ ଉଚିତ ହୋଇନଥାଏ । କ୍ଷୀର ଏବଂ ଦହିରୁ ପ୍ରସ୍ତୁତ ଜିନିଷ ଖାଆନ୍ତୁ । ଲୁଣ କମ ମାତ୍ରା ରେ ଖାଆନ୍ତୁ । ଆଚାର, ପାମ୍ପଡ଼ ଭଳି ପଦାର୍ଥ କମ ଖାଆନ୍ତୁ କାରଣ ଏଥିରେ ପ୍ରଚୁର ପରିମାଣରେ ଲୁଣ ରହିଥାଏ । ପ୍ରତିଦିନ ଗ୍ରୀନ ଭେଜିଟେବଲ ଖାଆନ୍ତୁ । ଏହାକୁ ଖାଇବା ଦ୍ଵାରା କିଡ୍ନୀ ସମସ୍ୟା ଦୂର ହୋଇଥାଏ ।

୩. ପ୍ରତିଦିନ ୩୦ମିନିଟ ଯୋଗ ଏବଂ ଏକ୍ସରସାଇଜ କରନ୍ତୁ । ଏହାଦ୍ବାରା ଓଜନ ନିୟନ୍ତ୍ରଣ ରେ ରହିଥାଏ । ଯେଉଁ ବ୍ୟକ୍ତି ଅଧିକ ଔଷଧ ସେବନ କରିଥାନ୍ତି ସେମାନଙ୍କ ଦେହରେ ଏହି କିଡ୍ନୀ ଷ୍ଟୋନ ସମସ୍ୟା ଦେଖା ଦେଇଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଆପଣଂକୁ କିଡ୍ନୀ ଷ୍ଟୋନ ର ସମସ୍ୟା ହୋଇଛି ତେବେ ମେଡ଼ିସିନ ବ୍ୟତୀତ କିଛି ଘରୋଇ ଉପଚାର କୁ ପ୍ରୟୋଗ କରିବା ଦ୍ୱାରା ମଧ୍ୟ ତାହା ଲାଭପ୍ରଦ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

୧. ପ୍ରତିଦିନ ଅଧ କପ ମୂଳା ରସ ସକାଳ ସମୟରେ ଖାଲି ପେଟରେ ସେବନ କରନ୍ତୁ । ଏହା କିଡ୍ନୀ ପାଇଁ ବହୁତ ଇଫେକ୍ଟିଭ ଅଟେ ।

୨. ପ୍ରତିଦିନ ପାଣିରେ ଅଁଳା ପାଉଡର ମିଶାଇ ସେବନ କରନ୍ତୁ । ଏହା ଅତ୍ୟନ୍ତ ଇଫେକ୍ଟିଭ ଅଟେ ।

୩. ଧନିଆ ପତ୍ର, ଲେମ୍ବୁ ଏବଂ କାକୁଡି କୁ ସିଝାଇ ଏହାର ପାଣି କୁ ଥଣ୍ଡା କରି ୭ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ । ଆପଣଂକୁ ଏହାର ଲାଭ ନିଶ୍ଚିତ ମିଳିବ ।

୪. ତୁଳସୀ ପତ୍ରରେ ପ୍ରଚୁର ପରିମାଣରେ ଭିଟାମିନ ଡି ରହିଥାଏ । ଏହାର କାଢ଼ା ପ୍ରସ୍ତୁତ କରି ସେବନ କରନ୍ତୁ । ଏହାଦ୍ବାରା ଆପଣଂକୁ ବହୁତ ଫାଇଦା ଲାଭ ହେବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button