କ୍ରୀଡା
ବିଶ୍ବ କୀର୍ତ୍ତିମାନ ସହ ସିଫ୍ଟଙ୍କୁ ସ୍ବର୍ଣ୍ଣ – Utkal Mail
ହାଙ୍ଗଝୌ: ଭାରତୀୟ ବନ୍ଧୁକଚାଳିକା ସିଫ୍ଟ କୌର ସମରା ଚଳିତ ଏସୀୟ କ୍ରୀଡ଼ାରେ ବୁଧବାର ଅତୁଳନୀୟ ପ୍ରଦର୍ଶନ ଦେଖାଇ ବିଶ୍ବ କୀତ୍ତିମାନର ଅଧିକାରୀ ହେବା ସହ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ବୁଧବାର ୫୦ ମିଟର ରାଇଫଲ ଥ୍ରି ପୋଜିସନ ଇଭେଣ୍ଟ୍ରେ ସିଫ୍ଟ ୪୬୯.୬ ସ୍କୋର୍ କରିବା ସହ ବିଶ୍ବ ଓ ଗେମ୍ ରେକର୍ଡ ଭାଙ୍ଗିଥିଲେ। ଏଥିସହ ପୋଡିୟମର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ତାଙ୍କ ସାଥୀ ପ୍ରତିନ୍ଦ୍ବନ୍ଦ୍ବୀ ଆଶି ଚୋକ୍ସି ୪୫୧.୯ ସ୍କୋର୍ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଥିଲେ। ଦଳଗତ ବର୍ଗରେ ସିଫ୍ଟ, ଆଶି ଓ ମାନିନୀ କୌସିକଙ୍କୁ ନେଇ ଗଠିତ ଭାରତୀୟ ଦଳ ରୌପ୍ୟ ପଦକ ଜିତିଥିଲା। ଫଳରେ ସିଫ୍ଟ ଓ ଆଶି ଯୁଗଳ ପଦକ ଜିତିବାର ଗୌରବ ପାଇଥିଲେ।