ନୀତି

ସ୍ତ୍ରୀର ଏହି 3 ଅଭ୍ୟାସ ସ୍ୱାମୀକୁ କରିଦିଏ କୋଟିପତି, ସବୁ କାର୍ଯ୍ୟରେ ମିଳିବ ସଫଳତା

ଆପଣମାନେ ଜାଣିଥିବେ ଗୋଟିଏ ନାରୀ ଏବଂ ପୁରୁଷର ଭାଗ୍ୟ ସେମାନଙ୍କ ବିବାହ ପରେ ଏକ ହୋଇଯାଏ । ତେବେ କେତେକ ଲୋକେ ଏହି କଥାକୁ ବିଶ୍ବାସ କରିବା ବେଳେ କିଛି ଲୋକ ଏହାକୁ ଅବମାନନା କରି ନିଜ ଜୀବନରେ ବହୁତ ଦୁଃଖ ଭୋଗିଥାନ୍ତି । ବିବାହ ବନ୍ଧନରେ ବାନ୍ଧି ହେବାପରେ ଗୋଟେ ନାରୀର ଭାଗ୍ୟ ତା ସ୍ଵାମୀଙ୍କ ଭାଗ୍ୟ ସହିତ ଯୋଡ଼ି ହୋଇଯାଇଥାଏ । ସେ ଯାହାବି କର ତା ଫଳ ତା ସ୍ଵାମୀଙ୍କୁ ଭୋଗିବାକୁ ପଡ଼ିଥାଏ ।

ଏଣୁ ଯଦି ଗୋଟେ ସ୍ତ୍ରୀ ତାହାର ଏହି ସବୁ ଖରାପ ଅଭ୍ୟାସକୁ ବଦଳାଇଦିଏ ତେବେ ତେବେ ତା ସ୍ଵାମୀଙ୍କ ଭାଗ୍ୟରେ ଅନେକ ପରିବର୍ତନ ଆସିବ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଭଲ ଅଭ୍ୟାସ ବିଷୟରେ ।

୧:- ସକାଳୁ ଶଯ୍ୟା ତ୍ୟାଗ କରିବା:- ସୂର୍ଯ୍ୟ ଉଦୟ ହେବା ଆଗରୁ ଯେଉଁ ନାରୀ ଶଯ୍ୟା ତ୍ୟାଗକରି ନିଜର ନିତ୍ୟକର୍ମ ସାରି ଘର କାମରେ ଏବଂ ସ୍ୱାମୀର ସେବାରେ ଲାଗେ ସେହି ସ୍ତ୍ରୀ ଲକ୍ଷ୍ମୀ ସ୍ୱରୂପ ହୋଇଥାନ୍ତି । ଯାହାର ସ୍ତ୍ରୀ ଏହି ସବୁ କାମ କରେ ସେହି ସ୍ୱାମୀର ଭାଗ୍ୟ ଖୁବ ଶୀଘ୍ର ବଦଳି ଯାଇଥାଏ । ଏବଂ ତାଙ୍କ ପାଖରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

୨:- କେବେବି ନରାଗିବ:- ଆଜି କାଲିର ସ୍ତ୍ରୀମାନେ ସ୍ବାମୀମାନଙ୍କ ଉପରେ ରାଗିକି କଥା ହୋଇଥାନ୍ତି । ଛୋଟ ଛୋଟ କଥାରେ ବହୁତ ଜୋରେ ରାଗିଯାଇଥାନ୍ତି । କିନ୍ତୁ ଯେଉଁ ସ୍ତ୍ରୀ ଲୋକ ସବୁ କିଛି ସହି ନୀରବ ରୁହେ ଏବଂ କେବେବି ସ୍ବାମୀଙ୍କୁ ଗାଳି କରେନାହିଁ, କଳି ଝଗଡ଼ାରୁ ଦୂରେଇ ରୁହେ । ସେହି ଭଳି ସ୍ତ୍ରୀ ଥିବା ସ୍ୱାମୀର ଭାଗ୍ୟ ବହୁତ ଶୀଘ୍ର ପରିବର୍ତ୍ତନ ହୋଇଥାଏ ।

୩:- ଆୟ ଦେଖି ବ୍ୟୟ କରିବା:- ସବୁ ସ୍ତ୍ରୀମାନେ ତାଙ୍କ ସ୍ଵାମୀଙ୍କ ଠାରୁ କିଛି ନା କିଛି ଆଶା ରଖିଥାନ୍ତି ଏବଂ ତାହା ପୁରା ନହେବା ପର୍ଯ୍ୟନ୍ତ ସେମାନେ ତାଙ୍କ ସ୍ବାମୀଙ୍କ ବଞ୍ଚିବା କଷ୍ଟକର କରିଦିଅନ୍ତି ତେବେ କିଛି ନାରୀ ଏମିତି ଅଛନ୍ତି ଯେଉଁମାନେ ନିଜ ଇଚ୍ଛାକୁ ମାରି ସ୍ବାମୀର ଆୟ ଦେଖି ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି । ସେମାନେ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି । ସେହି ନାରୀ ମାନଙ୍କ ସ୍ବାମୀ ବହୁତ ଜଲ୍ଦୀ ଧନିଶାଲି ହୁଅନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button